Excuse Me Odisha

ଯାହା କହିବୁ ସତ କହିବୁ

୨୧ ତାରିଖ ଅଁଳା ନବମୀ । ଘରେ କେଉଁଠି ଏହି ଗଛ ରହିଲେ ହୋଇଥାଏ ଧନର ବର୍ଷା , ଜାଣନ୍ତୁ……

ସେୟାର୍ କରନ୍ତୁ

ନଭେମ୍ବର ୨୧ , ୨୦୨୩ ରେ ପବିତ୍ର ଅଁଳା ନବମୀ ପଡ଼ିବାକୁ ଯାଉଛି । ତେଣୁ ଆଜି ଆମେ କାର୍ତ୍ତିକ ମାସରେ ଅଁଳା ଗଛକୁ କିଭଳି ପୂଜା କରିବା ଉଚିତ ସେହି ବିଷୟରେ କହିବୁ । ସବୁ ମାସ ଅପେକ୍ଷା କାର୍ତ୍ତିକ ମାସ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ ଏବଂ ଏହି ମାସରେ ଦେବଦେବୀଙ୍କ ବ୍ୟତୀତ ବୃକ୍ଷର ପୂଜା କରିବାର ମଧ୍ୟ ବିଧାନ ରହିଛି । ଶାସ୍ତ୍ରରେ ଅଁଳା ଗଛର ଜନ୍ମ ବିଷୟରେ ଏହି କାହାଣୀ ରହିଛି ଯେ ଥରେ ଭଗବାନ ବ୍ରହ୍ମାଙ୍କ ଆଖିରୁ ପ୍ରେମ ପୂର୍ଣ୍ଣ ଅଶ୍ରୁ ବୋହିବା ଦ୍ୱାରା ଅଁଳା ଗଛର ଜନ୍ମ ହୋଇଥିଲା । ଏହାର ଅନ୍ୟ ନାମ ଧାତ୍ରୀ ବୃକ୍ଷ । ପ୍ରତ୍ୟେକ ଦିନ ଅଁଳା ଗଛର ପୂଜା କରି ନପାରିଲେ କାର୍ତ୍ତିକ ମାସ କିମ୍ବା ପ୍ରତିପଦ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପୂଜା କରିବାର ବିଧାନ ରହିଛି ।

ଏହାଦ୍ବାରା ଭୂଦାନ ତୁଲ୍ୟ ପୁଣ୍ୟ ମିଳିଥାଏ । ଏହାବି ସମ୍ଭବ ନହେଲେ ଅଁଳା ନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା କିମ୍ବା କେବଳ ଅଁଳା ନବମୀ ଦିନ ପୂଜା କରି ପାରିବେ । ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ଏହି ଦିନ ମାନଙ୍କରେ ଭଗବାନ ବିଷ୍ଣୁଙ୍କ ପାଖରେ ଅଁଳା ପତ୍ର ଅର୍ପିତ କରିବା ଉଚିତ । ତୁଳସୀ ଗଛ ପାଖରେ ଅଁଳା ଗଛ ରହିଲେ ତାହା ଅତ୍ୟନ୍ତ ପୁଣ୍ୟ ଫଳ ପ୍ରଦାନ କରିଥାଏ ଏବଂ ପିତୃ ଦୋଷ ଥିଲେ ଏହି ଅଁଳା ଗଛ ମୂଳରେ ତର୍ପଣ କଲେ ପିତୃ ଦୋଷ ଦୂର ହୋଇଥାଏ । ସନ୍ତାନ ପ୍ରାପ୍ତିରେ ସମସ୍ୟା ଥିଲେ କୌଣସି ବ୍ରାହ୍ମଣ ଏବଂ ବ୍ରାହ୍ମଣିଙ୍କୁ ଅଁଳା ଗଛ ମୂଳରେ ଭୋଜନ ଦାନ କରନ୍ତୁ । ଦେଖିବେ ସନ୍ତାନ ସମସ୍ୟା ଦୂର ହୋଇଯିବ ।

ସ୍ନାନ ଜଳରେ ଅଁଳା ପତ୍ର ପକାଇ ସ୍ନାନ କଲେ ପୁଣ୍ୟ ପ୍ରାପ୍ତ ହୋଇଥାଏ । ଆସନ୍ତା ୨୧ ତାରିଖ ମଙ୍ଗଳବାର ଦିନ ଅଁଳା ନବମୀ ପଡ଼ୁଛି । ଏହିଦିନ ଦାନ ଧର୍ମ କଲେ ତାହାର ପୁଣ୍ୟ ଫଳ କ୍ଷୟ ହୁଏନାହିଁ । ଆସନ୍ତା ଅଁଳା ନବମୀ ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଏହାପରେ ଦୀପ ଦାନ କରି ମାତା ବୃନ୍ଦାବତୀଙ୍କର ପ୍ରାର୍ଥନା କରନ୍ତୁ । ଏହାପରେ ଭଗବାନ ଶ୍ରୀକୃଷ୍ଣ ଶ୍ରୀଜଗନ୍ନାଥଙ୍କୁ ପୂଜା କରି । ଏକ ପିତ୍ତଳ ଥାଳି ନେଇ ବସ୍ତ୍ର , ଧଳା ରାଶି , ଅକ୍ଷତ , ହଳଦୀ , କୁମକୁମ , ଚନ୍ଦନ , ଧଳା ସୂତା , ଧୂପଦୀପ ସଜାଇ ପ୍ରଥମେ ଅଁଳା ଗଛରେ ଜଳ ଅର୍ପଣ କରନ୍ତୁ । ଏହାପରେ ବସ୍ତ୍ରକୁ ଗଛରେ ବାନ୍ଧି ” ଓଁ ଧାତ୍ରୀ ବୃକ୍ଷାୟ ବସ୍ତ୍ରଙ୍ଗ ସମର୍ପୟାମି ” ଏହି ମନ୍ତ୍ର ଜପ କରନ୍ତୁ ।

ଏହାପରେ ସବୁ ଜିନିଷ ଏବଂ ଭୋଗ ଆକାରରେ ଫୁଲ ଅର୍ପିତ କରି ଦିଅନ୍ତୁ । ଏହାବ୍ୟତୀତ କିଛି ଦକ୍ଷିଣା ମଧ୍ୟ ଗଛ ମୂଳରେ ରଖି ଦିଅନ୍ତୁ । ପୂଜା ପରେ ଧଳା ସୂତାକୁ ଗଛରେ ଗୁଡ଼ାଇ ଦିଅନ୍ତୁ । ୧୦୮ ଥର ପ୍ରଦକ୍ଷିଣ କରିବାକୁ ଚେଷ୍ଟା କରନ୍ତୁ । ଏହାଦ୍ବାରା ବ୍ରହ୍ମ ହତ୍ୟା ଭଳି ପାପ ଦୂର ହେବା ସହିତ ଅସତ ଯୋଗ୍ୟ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ । କିନ୍ତୁ ଆପଣ ବିଶେଷ ପୂଜା କରିବାକୁ ଚାହୁଁଥିଲେ ଅଁଳା ଗଛ ମୂଳରେ ହୋମ କରି ପାରିବେ । ଏହାପରେ ଗଛ ମୂଳରେ ବସି ଶ୍ରୀବିଷ୍ଣୁ ସହସ୍ର ନାମ , ଶ୍ରୀମଦ ଭାଗବତ ଗୀତା ଏହିସବୁ ପୋଥି ପାଠ କରି ପାରିବେ । ଏହିଦିନ ଅଁଳା ଗଛ ମୂଳରେ ବସି ପ୍ରସାଦ ସେବନ କରିବା ଭଲ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *