Excuse Me Odisha

ଯାହା କହିବୁ ସତ କହିବୁ

ସାଧାରଣ ଗଛ ଭାଇ ଅଣଦେଖା କରିବାର ଭୁଲ କରନ୍ତୁ ନାହିଁ । ଏହି ସଂଜୀବନି ବୁଟି ଆକର୍ଷିତ କରିପାରେ ଟଙ୍କା ।

ସେୟାର୍ କରନ୍ତୁ

ବାଉଁଶ ଗଛ ଅନ୍ୟ ଗଛ ତୁଳନାରେ ବହୁତ ଶୀଘ୍ର ବଢ଼ିଥାଏ । ଏହି ଗଛକୁ ସାଧରଣତଃ ମାଙ୍ଗଳିକ କାର୍ଯ୍ୟ ସମୟରେ ପୂଜା ମଧ୍ୟ କରଯାଇଥାଏ । ବାଉଁଶରୁ ତିଆରି ବଇଁଶୀ ମଧ୍ୟ ମନୁଷ୍ୟର ଜୀବନରେ ଅନେକ ଲାଭ ଆଣିଥାଏ । ଏହା ସ୍ୱାସ୍ଥ୍ୟ ବର୍ଦ୍ଧକ ଗଛ ହୋଇଥାଏ ଏବଂ ଏହା ଅନେକ ରୋଗ ମଧ୍ୟ ଦୂର କରିଥାଏ । ଏଥିରେ ଭିଟାମିନ B6 , ମ୍ୟାଗନେସିୟମ ଭଳି ଅନେକ ପୋଷାକ ତତ୍ତ୍ୱ ରହିଥାଏ । କିଛି ବାଉଁଶ ଏପରି ମଧ୍ୟ ରହିଛି ଯାହା ଖୁବ ଅଳ୍ପ ସମୟ ମଧ୍ୟରେ ବହୁତ ବଡ଼ ହୋଇ ବହୁତ ଜଲଦି ନଷ୍ଟ ହୋଇଯାଏ । କିଛି ବାଉଁଶ ଜାତିରେ ଅନେକ ସମୟରେ ଫୁଲ ଆସିଥାଏ । ବାଉଁଶ ଆପଣଙ୍କୁ କୋଟିପତି ଏବଂ ଭାଗ୍ୟବାନ ବନାଇ ପାରେ ।

ତାହା କିପରି ଆମେ ଆଜି ଏହି ଆର୍ଟିକିଲ ମାଧ୍ୟମରେ ଆପଣଙ୍କୁ କହିବୁ । ବାଉଁଶ କଫ ଏବଂ ପିତ୍ତ କମ କରିବାରେ ସହାୟକ ହୋଇଥାଏ । ଏହାବ୍ୟତୀତ ଡାଇବେଟିସ , ମୂତ୍ର ସମ୍ବନ୍ଧୀୟ ସମସ୍ୟା , ପାଇଲସ ଯନ୍ତ୍ରଣା ଇତ୍ୟାଦି କମ କରିବାରେ ସାହାଯ୍ୟ କରିଥାଏ । ଏହା ରକ୍ତ ପାଇଁ ମଧ୍ୟ ଅତ୍ୟନ୍ତ ଭଲ ହୋଇଥାଏ । ଏହା ଆଖି ସମ୍ବନ୍ଧୀୟ ରୋଗରେ ଖୁବ ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କର ଟେନ୍ସନ ସମସ୍ୟା ରହିଛି ତେବେ ବାଉଁଶ ଖୁବ ଲାଭଦାୟକ ହେବ । ଯଦି ଥଣ୍ଡା କାରଣରୁ କାନରେ ବ୍ୟଥା ହେଉଛି ତେବେ ଏହାକୁ ରସୁଣ ଅଦା ସହିତ ମିଶାଇ ଏକ ପେଷ୍ଟ ବନାଇ ଦିଅନ୍ତୁ । ତାପରେ ଏହାକୁ ତେଲ ସହିତ ମିଶାଇ କାନରେ ପକାଇଲେ କାନ ବ୍ୟଥା ଦୂର ହୋଇଥାଏ ।

କାନ ସମ୍ବନ୍ଧୀୟ କୌଣସି ରୋଗ ଥିଲେ ଏଭଳି ଉପଚାର ଦ୍ୱାରା ଲାଭ ମିଳି ପାରିବ । ଫୁସଫୁସରେ ଫୁଲା ସମସ୍ୟା ରହିଥିଲେ ତାହା ବାଉଁଶ ଦ୍ୱାରା ଦୂର ହୋଇ ପାରିବ । ତେଣୁ ବାଉଁଶ ଛାଲିରେ କାଢା ବନାଇ ୧୦-୨୦ ମିଲି ପିଇଲେ ଫୁସଫୁସ ଫୁଲା ସମସ୍ୟା ଦୂର ହୋଇଯିବ ଏବଂ କାଶ ମଧ୍ୟ ଦୂର ହେବ । କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ତାହା ବାଉଁଶ ଲେପ ଦ୍ୱାରା ଭଲ ହୋଇଥାଏ । ବାଉଁଶ ଡାଇବେଟିସ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ମୂତ୍ରାଶୟରେ ଯନ୍ତ୍ରଣା ଅନୁଭୂତ ହେଉଥିଲେ ଏହି ସମସ୍ୟା ବାଉଁଶର ଏକ ସାଧାରଣ ଉପଚାର ଦ୍ୱାରା ଦୂର ହୋଇ ପାରିବ । ୨୫ ଗ୍ରାମ ବାଉଁଶ ପତ୍ର ଏବଂ ୫୦ ଗ୍ରାମ ସପୁଷ୍ପା ମିଶାଇ ପିଇଲେ କମ ରକ୍ତସ୍ରାବ ଏବଂ ଅଧିକ ରକ୍ତସ୍ରାବ ସମସ୍ୟା ଦୂର ହୋଇଯିବ ।

ଯାହାଦ୍ୱାରା ମାସିକ ଧର୍ମ ସମୟରେ ହେଉଥିବା ସମସ୍ୟା ଦୂର ହୋଇ ପାରିବ । ଆଜିକାଲିର ପ୍ରଦୂଷଣ ଥିବା ସମୟରେ ତ୍ୱଚା ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ରହିଥାଏ । ଏପରି କ୍ଷେତ୍ରରେ ବାଉଁଶ ପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ଲେପ ଲଗାଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ଅଲସର ସମସ୍ୟା ଥିଲେ ବାଉଁଶ ସେବନ କରିବା ଉପଯୋଗୀ ହୋଇଥାଏ । କୌଣସି ସ୍ଥାନରେ ଇଞ୍ଜୁରୀ କାରଣରୁ ଫୁଲିଥିଲେ ବାଉଁଶ ବିଜକୁ ଗ୍ରାଇଣ୍ଡ କରି ତାହାକୁ ଲଗାଇଲେ ଫୁଲା କମିଯାଏ । ଏହାବ୍ୟତୀତ ବାସ୍ତୁ ଅନୁଯାୟୀ ବାଉଁଶ ଗଛ ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରିବାରେ ସାହାଯ୍ୟ କରିଥାଏ । ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଏବଂ ରୋଗକୁ ଦୂର କରିବା ପାଇଁ ବାଉଁଶ ନିର୍ମିତ ବଇଁଶୀକୁ ଶୋଇବା ସମୟରେ ମୁଣ୍ଡ ପାଖରେ ରଖିଲେ ଲାଭ ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *