Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛର ଚେର ଧାରଣ କରିବା ଦ୍ୱାରା କଣ ହୋଇଥାଏ , ଜାଣନ୍ତୁ ଏବଂ କରନ୍ତୁ ।

ସେୟାର୍ କରନ୍ତୁ

ଗରୁଡ଼ ପୁରାଣ , ପଦ୍ମ ପୁରାଣ ଏବଂ ସ୍କନ୍ଧ ପୁରାଣରେ ତୁଳସୀ ଗଛର ଅନେକ ମହତ୍ତ୍ୱ ବିଷୟରେ କୁହାଯାଇଛି । ଏଭଳି ମାନ୍ୟତା ରହିଛି ଯେ ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ପଡ଼ିଥିଲା ସେଥିରୁ ହିଁ ତୁଳସୀ ଗଛ ଜନ୍ମ ହୋଇଥିଲା । ସବୁ ହିନ୍ଦୁ ଧର୍ମର ଘର ଅଗଣାରେ ତୁଳସୀ ଗଛ ନିଶ୍ଚିତ ରହିଥାଏ । ତୁଳସୀ ଗଛକୁ ନେଇ କିଛି ଖାସ ଉପାୟ କରି ଆପଣ ନିଜର ଭାଗ୍ୟ ବଦଳାଇ ପାରିବେ । ତୁଳସୀଙ୍କୁ ମାତାଙ୍କ ଆଖ୍ୟା ଦିଆଯାଇଛି ଏବଂ ତୁଳସୀ ଗଛରେ ସାକ୍ଷାତ ଭଗବାନ ବିଷ୍ଣୁ ବାସ କରନ୍ତି । ପ୍ରତ୍ୟେକ ଦିନ ମାତା ତୁଳସୀଙ୍କ ଦର୍ଶନ କଲେ ପୁରା ଦିନ ମଧ୍ୟ ଭଲରେ କଟିଥାଏ । ସକାଳ ଏବଂ ସନ୍ଧ୍ୟାରେ ତୁଳସୀଙ୍କ ପୂଜା କଲେ ସବୁ ପାପ ନଷ୍ଟ ହୋଇଥାଏ ।

ଏହାଦ୍ବାରା ତୁଳସୀଙ୍କୁ ପୂଜା କଲେ ଆଧ୍ୟାତ୍ମିକ ଜ୍ଞାନ ବୃଦ୍ଧି ହୋଇଥାଏ । ତୁଳସୀ ଗଛ ମାଟିରେ ସବୁ ତୀର୍ଥ ସ୍ଥାନ , ତୁଳସୀ ମୂଳରେ ମାତା ଲକ୍ଷ୍ମୀ , ମଞ୍ଜରୀରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ । ଏଭଳି ମାନ୍ୟତା ରହିଛି ବିନା ତୁଳସୀ ରେ ଭଗବାନ ବିଷ୍ଣୁ , ରାମଚନ୍ଦ୍ର ଏବଂ ଶ୍ରୀ ହନୁମାନଙ୍କ ପୂଜା ପୂରଣ ହୋଇ ନଥାଏ । ବାସ୍ତୁ ଶାସ୍ତ୍ରରେ ଘରେ ତୁଳସୀ ଗଛ ରହିଲେ ରୋଗ ବ୍ୟାଧି ପାଖ ମାଡ଼ି ନଥାଏ ବୋଲି କୁହାଯାଏ । ତୁଳସୀ ଗଛ ଶୁଖିଗଲେ ଘର ଉପରକୁ କୌଣସି ବଡ଼ ସମସ୍ୟା ଆସିବାର ସୂଚନା ମିଳିଥାଏ । ଏପରି ହେଲେ ନୂଆ ତୁଳସୀ ଗଛ ଆଣି ଲଗାଇ ପାରିବେ । ବିପଦ ଆସିଲେ ମାତା ତୁଳସୀ ସେହି ବିପଦକୁ ନିଜ ଉପରକୁ ନେଇ ଯାଆନ୍ତି ।

ଏକ ଖାସ ଉପାୟ ଅନୁଯାୟୀ ଯଦି ଯଦି ବ୍ୟକ୍ତି ଏକ ମାସ ପର୍ଯ୍ୟନ୍ତ ଲଡ଼ୁ ସହିତ ତୁଳସୀ ପତ୍ର ଭଗବାନ ହନୁମାନଙ୍କୁ ଅର୍ପିତ କରେ ତେବେ ତାର ସବୁ ମନସ୍କାମନା ପୂରଣ ହେବ । ଯଦି ଆପଣ ତୁଳସୀ ଗଛ ମୂଳର ଅଳ୍ପ ମାଟି , ଶୁଖି ଯାଇଥିବା ପତ୍ର ଏବଂ ମଞ୍ଜରୀକୁ ସ୍ନାନ କରୁଥିବା ଜଳରେ ମିଶାଇ ସ୍ନାନ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ତ ଦୁଃଖ ଦୂର ହୋଇଯିବ । ତୁଳସୀ ମୂଳର ମାଟି ତିଳକ ଭାବରେ ଲଗାଇଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଏହାଦ୍ବାରା ବ୍ୟକ୍ତି ଆକର୍ଷଣର କେନ୍ଦ୍ର ବିନ୍ଦୁ ମଧ୍ୟ ପାଲଟି ଯାଏ । ଏହି ଉପାୟ ଦ୍ୱାରା ମନୁଷ୍ୟର ଦୁର୍ଭାଗ୍ୟ ସୌଭାଗ୍ୟର ପରିଣତ ହୋଇଯାଏ । ପ୍ରତ୍ୟେକ ଦିନ ତୁଳସୀ ପତ୍ର ସେବନ କଲେ କାଶ , ଜ୍ୱର , ଥଣ୍ଡା ଭଳି ଅସୁସ୍ଥତା ହେବାର ସମ୍ଭାବନା ମଧ୍ୟ ନାହିଁ ।

ରବିବାର ଦିନ ତୁଳସୀ ପତ୍ର ଛିଡ଼ାଇବା ବର୍ଜିତ ଅଟେ । ଏହାଦ୍ବାରା ଘୋର ପାପ ଲାଗିଥାଏ । ତେଣୁ ଏହାର ପୂର୍ବ ଦିନ ଅର୍ଥାତ ଶନିବାର ଦିନ ତୋଳି ରଖି ପାରିବେ କାରଣ ଏହା କେବେ ବାସୀ ହୁଏନାହିଁ । ବିନା ସ୍ନାନରେ ତୁଳସୀ ପୂଜା କରିବା ମଧ୍ୟ ଏକ ପାପ ସହିତ ସମାନ । ତେଣୁ ଅପରାଧର ଶିକାର ନହେବା ପାଇଁ ଏକ ଖାସ ଉପାୟ ଅନୁଯାୟୀ ଲଗାତାର ଛଅ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଚାରୋଟି ଲେଖାଏଁ ତୁଳସୀ ପତ୍ର ସେବନ ପରେ ସ୍ନାନ କରି ପୂଜନ ପରେ ପୁରା ଦିନ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ । ଏହାଦ୍ବାରା ଆଠ ପ୍ରକାରର ସିଦ୍ଧି ପ୍ରାପ୍ତ ହୋଇଥାଏ । ଏହି ଅଷ୍ଟ ସିଦ୍ଧି ଦ୍ୱାରା ସବୁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରେ ।

ଏହି ଗୁପ୍ତ ଉପାୟ ଦ୍ୱାରା ଆପଣ ନିଜ ଜୀବନକୁ ବଦଳାଇ ପାରିବେ । ଭୂତ ପ୍ରେତ କିମ୍ବା ନଜର ଦୋଷ ସମସ୍ୟା ଥିଲେ ତୁଳସୀ ଗଛର ଚେରକୁ ରୂପା ତାବିଜରେ ପୁରାଇ ନାଲି ସୂତାରେ ବେକରେ ଧାରଣ କରନ୍ତୁ । ଏହାଦ୍ବାରା ସବୁ ନଜର ଦୋଷ ଏବଂ ଭୟ ଦୂର ହୋଇଯିବ । ଯଦି ପରିବାର ଲୋକଙ୍କ ସହିତ ଭଲ ପଡୁନାହିଁ ଏବଂ ସେମାନେ ଆପଣଙ୍କ ଶତ୍ରୁ ହୋଇ ଗଲେଣି ତେବେ ତୁଳସୀ ପତ୍ରର ମାଳା ବନାଇ ହନୁମାନ କିମ୍ବା ଶ୍ରୀରାମଚନ୍ଦ୍ରଙ୍କ ଫୋଟ ସାମ୍ନାରେ ୨୧ ଦିନ ପର୍ଯ୍ୟନ୍ତ ଲଗାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *