Excuse Me Odisha

ଯାହା କହିବୁ ସତ କହିବୁ

ଟଙ୍କାକୁ ଆକର୍ଷିତ କରିଥାଏ ମୟୁର ପର । କେବଳ ଫ୍ରେମ କରି ଲଗାଇ ଦିଅନ୍ତୁ ଘରର ଏହି ସ୍ଥାନରେ ଏବଂ ଦେଖନ୍ତୁ ଚମତ୍କାର ।

ସେୟାର୍ କରନ୍ତୁ

ଜୀବନରେ କୌଣସି ସମୟରେ ଏପରି ସମସ୍ୟା ଆସିଥାଏ ଯେ ତାହାକୁ ସମାଧାନ କରିବାର ବାଟ ନଜର ଆସି ନଥାଏ । ଏଭଳି ସମୟରେ ମନୁଷ୍ୟ ବ୍ୟବହାର କରୁଥିବା କିଛି ସାଧାରଣ ଜିନିଷ ଦ୍ୱାରା କରାଯାଉଥିବା କିଛି ଉପାୟ ବଳରେ ହିଁ ସେହି ସମସ୍ୟାର ସମାଧାନ କରିହୁଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କେବଳ ତିନୋଟି ମୟୁର ପରକୁ ବ୍ୟବହାର କରି କିପରି ଏସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ ସେହି ବିଷୟରେ କହିବୁ । ହିନ୍ଦୁ ଧର୍ମରେ ମୟୁର ପରର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଏହା ତାନ୍ତ୍ରିକ କାର୍ଯ୍ୟରେ ଏହାର ଅଧିକ ବ୍ୟବହାର ହୋଇଥାଏ । କେବଳ ସେତିକି ନୁହେଁ ଅନେକ ବଡ଼ ବଡ଼ ଧର୍ମଗ୍ରନ୍ଥକୁ ଲେଖିବା ପାଇଁ ମଧ୍ୟ ମୁନି ଋଷି ମାନେ ମୟୁର ପରକୁ ଲେଖନୀ ଭାବରେ ବ୍ୟବହାର କରୁଥିଲେ ।

ଘରେ ମୟୁର ପର ରହିଲେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରେନାହିଁ । ମୟୁର ପର ନକରାତ୍ମକତାକୁ ଅବଶୋଷିତ କରିଥାଏ ଏବଂ ସକାରାତ୍ମକତାକୁ ବିଛୁରିତ କରିଥାଏ । ପୌରାଣିକ କାହାଣୀ ଅନୁଯାୟୀ ସନ୍ଧ୍ୟା ନାମକ ଅସୁରକୁ ଏକ ମୟୁର ଦେବତା ମାନଙ୍କ ଅନୁରୋଧକୁ ରକ୍ଷା କରି ବଧ କରିଥିଲେ । ସେହି ମୟୁର ପରରେ ସେବେଠାରୁ ଦେବତାଙ୍କ ବାସ ଗୁପ୍ତ ଭାବରେ ହୋଇଥାଏ । ତେଣୁ ମୟୁର ପରକୁ ଖୁବ ଶକ୍ତିଶାଳୀ ମାନା ଯାଇଥାଏ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ କାଳ ସର୍ପ ଦୋଷ କାରଣରୁ ପିଲା ଦିନରୁ ନିଜ ମୁକୁଟରେ ମୟୁର ପର ଲାଗାଇ ଆସୁଥିଲେ । କାରଣ ମୟୁର ପର କାଳ ସର୍ପଦୋଷ ଦୂର କରିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କର କାଳ ସର୍ପ ଦୋଷ ଥିଲା ।

ବୌଦ୍ଧ ଧର୍ମରେ ମଧ୍ୟ ମୟୁର ପରର ଅନେକ ବିଶେଷ ମହତ୍ତ୍ୱ ରହିଛି । ଗ୍ରୀସର ଲୋକେ ମୟୁର ପରକୁ ସ୍ୱର୍ଗ ସହିତ ତୁଳନା କରନ୍ତି । ହିନ୍ଦୁ ଧର୍ମରେ ମୟୁର ପରକୁ ମାତା ଲକ୍ଷ୍ମୀ , କାର୍ତ୍ତିକ , ହନୁମାନ , ଗଣେଶଙ୍କ ସହିତ ଯୋଡ଼ି ଦେଖାଯାଏ । ଘରେ ବଇଁଶୀ ସହିତ ମୟୁର ପର ରଖିଲେ ପରିବାରରେ ସମସ୍ତଙ୍କ ମଧ୍ୟରେ ଭଲ ସମ୍ପର୍କ ରହେ ଏବଂ ସୁଖ ସମୃଦ୍ଧି ଆସିଥାଏ । ଘରେ ନକରାତ୍ମକତା ଥିଲେ ଘର ସାରା ମୟୁର ପରକୁ ଉପରୁ ତଳ କରି ଜୋରରେ ବିଞ୍ଚିବା ଉଚିତ । ଏହାଦ୍ବାରା ନକରାତ୍ମକତା ଦୂରେଇ ଯାଏ ଏବଂ ସକାରାତ୍ମକତା ଘରକୁ ପ୍ରବେଶ କରିଥାଏ । ଗଣେଶ ଉତ୍ସବ ଆସିବା ପୂର୍ବରୁ ହିଁ ମୟୁର ପରକୁ ଘରର ଏପରି ସ୍ଥାନରେ ଲଗାଇ ଦିଅନ୍ତୁ ଯାହାକି ସବୁ ଲୋକଙ୍କ ନଜରରେ ପଡ଼ିବ ।

କାରଣ ମୟୁର ପର ନକରାତ୍ମକତାକୁ ଅବଶୋଷିତ କରିଥାଏ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ଏକ ରାମବାଣ ସଦୃଶ ହୋଇଥାଏ । ତନ୍ତ୍ର ମନ୍ତ୍ର କରିଥିବା ବ୍ୟକ୍ତି ଯଦି ନିଜ ପୁସ୍ତକ ମଧ୍ୟରେ ଏହା ରଖେ ତେବେ ଏହାର ଅନେକ ଭଲ ଫାଇଦା ମିଳିଥାଏ । ଏସବୁ ବ୍ୟତୀତ ରାହୁ କେତୁ ଭଳି ଗ୍ରହ ଦୋଷ ମଧ୍ୟ ଦୂରେଇ ଯାଏ । ଘଟେ ଛୋଟ ପିଲା ଜିଦଦୀ ହୋଇଗଲେ ମୟୁର ପରରେ ପଙ୍ଖା କଲେ ସ୍ଵଭାବ ଧୀରେ ଧୀରେ ବଦଳି ଯିବ । ଛୋଟ ପିଲାଙ୍କ ନଜର ଦୋଷ ପାଇଁ ରୂପାର ତାବିଜ ମଧ୍ୟରେ ମୟୁର ପର ରଖି ତାହାକୁ ଛୋଟ ପିଲାର ମୁଣ୍ଡ ତଳେ ରଖିବା ଉଚିତ । ବଡ଼ ଲୋକ ମଧ୍ୟ ରଖି ପାରିବେ । ପାଠ ପଢ଼ାରେ ଦୁର୍ବଳ ଥିବା ପିଲାର ପଢ଼ାଘରେ ପ୍ରଥମେ ମୟୁର ପର ଲଗାନ୍ତୁ କିମ୍ବା ଯେଉଁ ବିଷୟରେ ସେ ଦୁର୍ବଳ ସେହି ବିଷୟ ବହି ମଧ୍ୟରେ ମୟୁର ପର ରଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *