Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଟଙ୍କା ସଞ୍ଚିତ ହୋଇ ରହୁ ନଥିଲେ ନିମ ଗଛର ଚେରରେ କରି ଦିଅନ୍ତୁ ଏହି ଉପାୟ । ୨୪ ଘଣ୍ଟା ମଧ୍ୟରେ ଦେଖିବେ ଫାଇଦା ।

ସେୟାର୍ କରନ୍ତୁ

ଆଜି ଆମେ ଆପଣଙ୍କୁ ନିମ ଗଛ ବିଷୟରେ ଅନେକ ଖାସ କଥା କହିବୁ , ଯାହାଦ୍ୱାରା ଆପଣ ନିଜ ଭାଗ୍ୟ ମଧ୍ୟ ବଦଳାଇ ପାରିବେ । ନିମ ଗଛକୁ ନେଇ କରାଯାଉଥିବା ଜ୍ୟୋତିଷ ଏବଂ ତାନ୍ତ୍ରିକ ଉପାୟ ଆପଣଙ୍କ ଦୁର୍ଭାଗ୍ୟକୁ ମଧ୍ୟ ଦୂର କରିଦେବ । ନିମ ଗଛ ଅନେକ ରୋଗରୁ ଉପଶମ ପାଇଁ ଏବଂ ଧନ ଲାଭ ପାଇଁ ମଧ୍ୟ ସହାୟକ ହୋଇଥାଏ । ନିମ ଗଛ ଦ୍ୱାରା ଏକାଧିକ ରୋଗ ଠିକ ହୋଇଯାଏ ମାତ୍ର ଏହାର ଅନେକ ଜ୍ୟୋତିଷ ଏବଂ ଧାର୍ମିକ ଲାଭ ମଧ୍ୟ ରହିଛି । ଶାସ୍ତ୍ରରେ ବର ଅଶ୍ୱତ୍ଥ ଏବଂ ନିମ ଗଛକୁ ତ୍ରିବେଣୀ କୁହାଯାଏ । ନିମ ଗଛକୁ ମାତା ଦୁର୍ଗାଙ୍କ ସ୍ୱରୂପ ମାନାଯାଏ ତେଣୁ ନବରାତ୍ରୀରେ ନିମ ପତ୍ର ସାହାଯ୍ୟରେ ମାତା ଦୁର୍ଗାଙ୍କୁ ଜଳ ସିଞ୍ଚନ କରାଯାଏ ।

ତେଣୁ ଏହାର ଧାର୍ମିକ , ଆଧ୍ୟାତ୍ମିକ ଏବଂ ଆୟୁର୍ବେଦିକ ଲାଭ ରହିଛି । ଘରର ଆଖପାଖରେ ନିମ ଗଛ ଲଗାଇଲେ ସଂକ୍ରମଣ ରୋଗ ଠାରୁ ମୁକ୍ତି ମିଳିଥାଏ । ନିମ ପତ୍ର ଠାରୁ ଆରମ୍ଭ କରି ବକଳ ଏବଂ ଚେର ମଧ୍ୟ ଅନେକ କାମରେ ଲାଗିଥାଏ । ଏଥିରୁ ଔଷଧ ମଧ୍ୟ ପ୍ରସ୍ତୁତ କରାଯାଏ । ଜ୍ୟୋତିଷରେ ନିମ ଗଛର ସମ୍ବନ୍ଧ ଶନି ଦେବଙ୍କ ସହିତ ରହିଛି । ନିମ ଗଛ ତଳେ ବସି ମନ୍ତ୍ର ସାଧନା କଲେ ବହୁତ ଜଲଦି ସିଦ୍ଧି ପ୍ରାପ୍ତ ହୋଇଥାଏ । ଶନି ପୀଡ଼ା ଥିଲେ ନିମ ଗଛ କଥାରେ ହୋମ କଲେ ତାହା ଦୂର ହୋଇଥାଏ । ଯଦି ଆପଣ ନିମ ପତ୍ରରେ ମାଳ ତିଆରି କରି ଧାରଣ କରନ୍ତି ତେବେ ମଧ୍ୟ ଶନି ପୀଡ଼ା , କୁଦୃଷ୍ଟି ଦୂର ହୋଇଯିବ । ଜୀବନରେ ଦୁର୍ଘଟଣା ଏବଂ ମାନ ହାନୀ ସମସ୍ୟା ଶନିଙ୍କ ସାଢ଼େ ସାତି କାରଣରୁ ହୋଇଥାଏ ।

ତେଣୁ ଏହି ସମସ୍ୟା ଥିଲେ ଶନିବାର ଦିନ ନିମ ଗଛର କାଠରେ ମାଳ ତିଆରି କରି ଧୂପ ଦୀପ ଦେଖାଇ ଶନି ଦେବଙ୍କୁ ଉପାସନା କରି ଧାରଣ କରନ୍ତୁ । ଦେଖିବେ ସବୁ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ନିମ କାଠରେ ନିଜେ ଶ୍ରୀଯନ୍ତ୍ର ବନାଇ ଘରେ ସ୍ଥାପିତ କରନ୍ତି ତେବେ ମାତା ଲକ୍ଷ୍ମୀ ଘରକୁ ପ୍ରସନ୍ନ ହୋଇ ପ୍ରବେଶ କରନ୍ତି ଏବଂ ଆପଣଙ୍କର ଉନ୍ନତି ଆରମ୍ଭ ହୋଇଯାଏ । ଘରେ ବାହାରେ ଏକ ନିମ ଗଛ ରଖି ତାହାକୁ ପ୍ରତ୍ୟେକ ଦିନ ପୂଜା କଲେ ଘର ଉପରେ କୌଣସି ବିପଦ ଆସିବ ନାହିଁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ବଜାୟ ରହିବ । ନିମ ଗଛ ମାତା ଦୁର୍ଗାଙ୍କ ସ୍ୱରୂପ ହୋଇଥାଏ ଏବଂ ଏହା ୫୦୦ ଫୁଟ ଦୂର ପର୍ଯ୍ୟନ୍ତ କୌଣସି ନକରାତ୍ମକ ଶକ୍ତି ଆସିବାକୁ ଦିଏନାହିଁ ।

ପାଣିରେ ନିମ ପତ୍ର ପକାଇ ତାହାକୁ ଫୁଟାଇ ସ୍ନାନ କଲେ ବହୁତ ଜଲଦି ରାହୁ ଦୋଷ ଦୂର ହୋଇଥାଏ । ଏକ ଗୁପ୍ତ ଉପାୟ ଅନୁଯାୟୀ ଶନିବାର ଦିନ କୌଣସି ମନ୍ଦିର ପାଖରେ ଏକ ନିମ ଗଛ ଲଗାଇ ଦିଅନ୍ତୁ । ଏଭଳି କୁହାଯାଏ ଯେ ଏହି ନିମ ଗଛର ଛାଇ ଯେତେ ମନ୍ଦିର ଉପରେ ପଡ଼ିବ ସେତେ ସେତେ ଆପଣଙ୍କ ଜୀବନରେ ଉନ୍ନତି ଆସିବ ଏବଂ ମାତା ଦୁର୍ଗା ଆପଣଙ୍କ ଉପରେ ସେତେ ପ୍ରସନ୍ନ ହେବେ । ଯଦି ଆପଣ ନିମ ଗଛ ମୂଳରେ କ୍ଷୀର ଢାଳନ୍ତି ତେବେ ଘରୁ ବିବାଦ କଳି ଝଗଡ଼ା ଦୂର ହୋଇଯିବ । ଘରେ କିଛି ଦୋଷ ଥିଲେ ମଧ୍ୟ ତାହା ସମାପ୍ତ ହୋଇଯାଏ । ଏହାବ୍ୟତୀତ ରାହୁ କେତୁ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ । ଏହାଦ୍ବାରା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ଯଦି ଆପଣ ମିଠା କ୍ଷୀର ଅର୍ପିତ କରନ୍ତି ତେବେ ଆପଣଙ୍କ ମନସ୍କାମନା ପୂରଣ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *