Excuse Me Odisha

ଯାହା କହିବୁ ସତ କହିବୁ

ଗୋବର୍ଦ୍ଧନ ପୂଜା ଦିନ ଗାଈକୁ ଖୁଆଇ ଦିଅନ୍ତୁ ଏହି ତିନୋଟି ଜିନିଷ । ଦୂର ହୋଇଯିବ ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

ପଞ୍ଚ ଦିବସୀୟ ଦୀପାବଳୀର ଚତୁର୍ଥ ଦିନରେ ଗୋବର୍ଦ୍ଧନ ପୂଜା କରାଯିବାର ବିଧାନ ରହିଛି । ଏହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦ ତିଥିରେ ପାଳନ କରାଯାଏ । ଏହିଦିନ ଘରେ ଗୋବର୍ଦ୍ଧନ ପର୍ବତ ତିଆରି କରାଯିବା ସହିତ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ତିଆରି କରାଯାଇ ପୂଜା କରାଯାଏ । ଏଥର ଗୋବର୍ଦ୍ଧନ ପୂଜା ନଭେମ୍ବର ୧୪ ସକାଳ ସମୟରେ ରହିଛି । ଏହିଦିନ ଦୁଇଟି ଶୁଭ ଯୋଗ ନିର୍ମାଣ ହେଉଛି । ଯାହାକୁ ଯଦି ମଣିଷ ଠିକ ଭାବରେ ଉପଯୋଗ କରେ ତେବେ ଜୀବନର ସବୁ ସମସ୍ୟା ଦୂର ହୋଇ ପାରିବ । ପ୍ରତ୍ୟେକ ବର୍ଷ ବର୍ଷା ପାଇଁ ଗୋବର୍ଦ୍ଧନ ବାସୀ ଇନ୍ଦ୍ରଦେବଙ୍କୁ ପୂଜା କରୁଥିଲେ । ମାତ୍ର ଇନ୍ଦ୍ରଙ୍କର ଅହଂକାର ବଢ଼ି ଯିବାରୁ ଭଗବାନ ଶ୍ରୀକୃଷ୍ଣ ସବୁ ଗୋକୁଳ ବାସୀଙ୍କୁ ଗୋବର୍ଦ୍ଧନ ପର୍ବତର ପୂଜା କରିବାକୁ କହିଥିଲେ ।

ଏହି କାରଣରୁ ଇନ୍ଦ୍ର ଦେବ କ୍ରୋଧିତ ହୋଇ ସମଗ୍ର ଗୋକୁଳ ଉପରେ ଝଡ଼ ବର୍ଷା କରିବାରେ ଲାଗିଲେ । ଯେଉଁ କାରଣରୁ ଭଗବାନ ଶ୍ରୀକୃଷ୍ଣ ସମଗ୍ର ଗୋବର୍ଦ୍ଧନ ପର୍ବତକୁ କାନି ଆଙ୍ଗୁଠିରେ ଧାରଣ କରି ସବୁ ଗୋକୁଳବାସୀଙ୍କର ରକ୍ଷା କରିଥିଲେ । ସେହି ଦିନ ଠାରୁ ଗୋବର୍ଦ୍ଧନ ପୂଜା କରାଯାଏ । ଏହିଦିନ ସକାଳୁ ଜଲଦି ଉଠି ଦେହରେ ଭଲ ଭାବରେ ତେଲ ମାଲିସ କରି ସ୍ନାନ କରି ନିଅନ୍ତୁ । ଏହାପରେ ଭୁଇଁରେ ଏକ ପର୍ବତ ଆକୃତି ବନାଇ ଛୋଟ ଛୋଟ ଗଛ ଏବଂ ଫୁଲ ଲଗାଇ ଦିଅନ୍ତୁ । ଏହାର ସାମ୍ନାରେ ଏକ ଶ୍ରୀକୃଷ୍ଣ ମୂର୍ତ୍ତି ଏବଂ ଦୀପ ରଖି ଦିଅନ୍ତୁ । ଏହାପରେ ପାତ୍ରରେ କ୍ଷୀର ଦହି ଗଙ୍ଗା ଜଳ ମହୁ ଆଦି ମିଶାଇ ପୂଜା କରନ୍ତୁ । ଘରେ ଗାଈ ଥିଲେ ଶୃଙ୍ଗାର କରି ଶିଙ୍ଗରେ ଘିଅ ଲଗାଇ ପୂଜା କରନ୍ତୁ ।

ହିନ୍ଦୁ ଧର୍ମରେ ଗାଈକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି । ଗୋମାତାଙ୍କ ଶରୀରରେ ୧୩ କୋଟି ଦେବଦେବୀ ବାସ କରନ୍ତି । ଗାଈକୁ କେବେବି କଷ୍ଟ ଦେବା ଉଚିତ ନୁହେଁ । ଏହା ଶାସ୍ତ୍ରରେ ସବୁଠାରୁ ବଡ଼ ପାପ ମାନା ଯାଇଛି । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ଗାଈର ସେବା କରିଥାଏ ସେହି ବ୍ୟକ୍ତିର ସବୁ ପାପ ନଷ୍ଟ ହୋଇଥାଏ । ଯେଉଁ ବ୍ୟକ୍ତି ଗାଈକୁ ଖାଇବାକୁ ଦିଅନ୍ତି ଏବଂ ଗାଈ ଠାରୁ ମିଳୁଥିବା ପଞ୍ଚଗବ୍ୟକୁ ଘରେ ରଖିଥାଏ ତେବେ ସେହି ଘରର ସବୁ ସମସ୍ୟା ଦୂର ହୋଇଥାଏ । ହିନ୍ଦୁ ଧର୍ମରେ ଗାଈର ସେବାକୁ ସର୍ବଶ୍ରେଷ୍ଠ ମାନା ଯାଇଛି । ଯଦି ଘରେ ଗାଈ ନାହିଁ ତେବେ ଗୋଶାଳାରେ ଦାନ ଧର୍ମ କରିବା ଉଚିତ । ଗାଈର ଚରଣ ସ୍ପର୍ଶ କଲେ ଦାରିଦ୍ର୍ୟତା ଦୂର ହୋଇଥାଏ ବୋଲି କୁହାଯାଏ ।

କିନ୍ତୁ ଗାଈକୁ ପଚା ସଢ଼ା ଖାଦ୍ୟ , ବଳକା ଖାଦ୍ୟ , କ୍ଷୀର ଦହି କିମ୍ବା ଖରାପ ହୋଇ ଯାଇଥିବା ଖାଦ୍ୟ ଖାଇବାକୁ ଦେବା ଆଦୋୖ ଉଚିତ ନୁହେଁ । କହି ରଖିବୁ ଯେ ଗାଈକୁ ଗୁରୁ ଗ୍ରହ ସହିତ ଯୋଡ଼ା ଯାଇଥାଏ । ତେଣୁ ଗାଈକୁ ରୋଟି ଖୁଆଇବା ସମୟରେ ସେଥିରେ ଏକ ଚିମୁଟା ହଳଦୀ ମିଶାଇ ଖୁଆଇବା ଦ୍ୱାରା ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ । ସେହିଭଳି ମାନସିକ ଚିନ୍ତା ଥିଲେ ରୋଟିରେ ଗୁଡ଼ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଏମିତିରେ ତ ଘରର ପ୍ରଥମ ରୋଟି ଗାଈକୁ ଏବଂ ଶେଷ ରୋଟି କୁକୁରକୁ ଖାଇବାକୁ ଦେବାର ବିଧାନ ରହିଛି । କୁହାଯାଏ ଯେ ଯଦି ଆପଣଙ୍କ ଘରକୁ ହଠାତ ଗାଈ ଆସୁଛି ତେବେ ତାକୁ ନଘଉଡ଼ାଇ କିଛି ଖାଇବାକୁ ଦେଇ ଆଶୀର୍ବାଦ ନିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନର ତମାମ ପାପ ନଷ୍ଟ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *