Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ନିଅନ୍ତୁ କିଛି ଖାସ ବାସ୍ତୁ ଟିପସ । କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଏବଂ ଖାଇବା ହୋଇଥାଏ ଶୁଭ ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ପ୍ରତ୍ୟେକ ଜିନିଷ ରଖିବାର ଏକ ସ୍ୱତନ୍ତ୍ର ଦିଗ ରହିଛି । ଯେମିତିକି ପୂର୍ବ ଏବଂ ଉତ୍ତର ଦିଗ ଘଣ୍ଟା ରଖିବା ପାଇଁ ଉପଯୁକ୍ତ ଦିଗ ଭାବରେ ବିବେଚନା କରାଯାଏ । ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଘଣ୍ଟା ରହେନାହିଁ । ତେବେ ଏହି ଦୁଇଟି ଦିଗ ଅର୍ଥାତ ପୂର୍ବ ଏବଂ ଉତ୍ତର ଦିଗ କାନ୍ଥରେ କାହିଁକି ଘଣ୍ଟା ଟଙ୍ଗା ଯାଏ ତାହାର କାରଣ କଣ , ଜାଣିବାକୁ ସମସ୍ତେ ଆଗ୍ରହୀ । ଏହାର କାରଣ ହେଉଛି ଦେବତାଙ୍କ ଦିଗ ପୂର୍ବ ଏବଂ ଉତ୍ତର ଦିଗ । ତେଣୁ ଏହି ଦିଗରେ ଘଣ୍ଟା ରଖିଲେ କିମ୍ବା ଚାହିଁଲେ ଆମ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡ଼ିବ । ମୃତ ବ୍ୟକ୍ତିଙ୍କ ଫୋଟକୁ ଦକ୍ଷିଣ ଦିଗରେ ଲଗାଯିବା ଉଚିତ । ଯେମିତି ମୁଖ ଉତ୍ତରକୁ ରହିବ ।

ଦକ୍ଷିଣ ଦିଗ ପିତୃଙ୍କ ଦିଗ ହୋଇଥାଏ । ସେହିଭଳି ପିତୃଙ୍କୁ ତର୍ପଣ ଦେବା ସମୟରେ ମୁଖ ଦକ୍ଷିଣ ଦିଗକୁ ରହିବା ଉଚିତ । କିନ୍ତୁ ଠାକୁର ପୂଜା ସମୟରେ ମୁଖ ସର୍ବଦା ଉତ୍ତର ଦିଗକୁ ରହିବା ଉଚିତ । ଯଦି କୌଣସି ଫୋଟରେ ମୃତ ବ୍ୟକ୍ତିଙ୍କ ସହିତ ଜୀବିତ ବ୍ୟକ୍ତି ମଧ୍ୟ ଅଛନ୍ତି ତେବେ ତାହାକୁ ଦକ୍ଷିଣ ଦିଗରେ ନଲଗାଇ ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାନ୍ତୁ । ଏହି ଦୁଇଟି ଦିଗ ଶୁଭ ହୋଇଥିବାରୁ ସମ୍ପର୍କ ମଧ୍ୟ ମଜବୁତ ହୋଇଥାଏ । ଏହାବ୍ୟତୀତ ପରିବାରର ସଦସ୍ୟଙ୍କର ମଧ୍ୟ ଉନ୍ନତି ହୋଇଥାଏ । ଘରେ ଟିଭି ଥିଲେ ତାହାକୁ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗର କାନ୍ଥରେ ଲଗାନ୍ତୁ । ଯାହାଦ୍ୱାରା ଟିଭି ଦେଖୁଥିବା ବ୍ୟକ୍ତିକୁ ସେହି ଦିଗର ସବୁ ସକାରାତ୍ମକ ଶକ୍ତି ପ୍ରାପ୍ତ ହେବ ।

ଦକ୍ଷିଣ ଏବଂ ପଶ୍ଚିମ ଦିଗରୁ ନକରାତ୍ମକତା ମିଳିଥାଏ । ଡ୍ରେସିଂ ଟେବୁଲକୁ ମଧ୍ୟ ଆପଣ ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ । ଗୃହର ଦେବୀ ମାତା ବୃନ୍ଦାବତୀଙ୍କ ମୁଖ ସର୍ବଦା ପଶ୍ଚିମ ଦିଗକୁ ରହିଥାଏ । କିନ୍ତୁ ଅନ୍ୟ ସମସ୍ତ ଦେବଦେବୀଙ୍କ ମୁଖ ପୂର୍ବ ଦିଗକୁ ହୋଇଥାଏ । ଏହାବ୍ୟତୀତ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ପୂର୍ବ ଦିଗକୁ ମୁଖ କରି ପୂଜା କରିବା ଉଚିତ । କେବଳ ପଶ୍ଚିମ ମୁଖୀ ହନୁମାନ ଯଦି ପଶ୍ଚିମକୁ ମୁଖ କରି ବସନ୍ତି ତେବେ ସେ ଶୁଭ ଫଳ ଦେଇଥାନ୍ତି । ମାତା କାଳି ଏବଂ ମାତା ଦୁର୍ଗାଙ୍କ ମୁଖକୁ ଦକ୍ଷିଣ ଦିଗକୁ ରଖାଯାଏ । କିନ୍ତୁ ଘରେ ମାତା କାଳି ଏବଂ ଦୁର୍ଗାଙ୍କୁ ପୂର୍ବ ମୁଖା କରି ବସାଇ ପାରିବେ ।

ଠାକୁରଙ୍କୁ ପୂର୍ବ ମୁଖା ରଖି ନିଜେ ପଶ୍ଚିମ କିମ୍ବା ଉତ୍ତରକୁ ମୁଖ କରି ପୂଜା କଲେ ତାହା କିଛିବି କ୍ଷତି କରେ ନାହିଁ ବରଂ ଭଲ ଫଳ ପ୍ରାପ୍ତ ହୋଇଥାଏ । କିନ୍ତୁ ଭୋଜନ ସମୟରେ ଉତ୍ତର ଦିଗକୁ ମୁଖ କରି ଖାଦ୍ୟ ଗ୍ରହଣ କରି ପାରିବେ । କିନ୍ତୁ ଭୁଲରେବି ଦକ୍ଷିଣ ଏବଂ ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରନ୍ତୁ ନାହିଁ । ଉତ୍ତର ଦିଗକୁ ମୁଖ କରି କେହି ଶୁଅନ୍ତି ନାହିଁ । ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ଜ୍ଞାନ ବଢ଼ିଥାଏ , ଶରୀର ସୁସ୍ଥ ରହେ ଏବଂ ଆୟୁଷ ବୃଦ୍ଧି ହୋଇଥାଏ । କିନ୍ତୁ ପଶ୍ଚିମକୁ ମୁଣ୍ଡ କରି ପୂର୍ବକୁ ଗୋଡ଼ କରି ଭୁଲରେବି ଶୁଅନ୍ତୁ ନାହିଁ । କାରଣ ପଶ୍ଚିମ ଦିଗ ପ୍ରେତ ଦିଗ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *