Excuse Me Odisha

ଯାହା କହିବୁ ସତ କହିବୁ

ଏହି କେତୋଟି ସଙ୍କେତରୁ ଜାଣି ନିଅନ୍ତୁ ଯେ ଦୀପାବଳିରେ ମାତା ଲକ୍ଷ୍ମୀ ଘରକୁ ଆସିଥିଲେ କି ନାହିଁ । ଜାଣନ୍ତୁ ମାତା ଲକ୍ଷ୍ମୀଙ୍କ ଅଧିକ ପ୍ରିୟ ଜିନିଷ ।

ସେୟାର୍ କରନ୍ତୁ

ଦୀପାବଳୀ ଦିନ ମାତା ଲକ୍ଷ୍ମୀ ସ୍ୱୟଂ ଏବଂ ଅଲକ୍ଷ୍ମୀ ମଧ୍ୟ ଧରା ପୃଷ୍ଠକୁ ଆସନ୍ତି । ଯେଉଁ ଘରେ ପରିଷ୍କାର ପରିଚ୍ଛନ୍ନତା ଏବଂ ସକାରାତ୍ମକତା ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ଯେଉଁଠି ନକରାତ୍ମକତା ରହିଥାଏ ଏଠାରେ ଅଲକ୍ଷ୍ମୀ ବାସ କରନ୍ତି । ଦୀପବଳୀ ହିନ୍ଦୁ ଧର୍ମର ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ । ଦୀପାବଳିରେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହିତ ସାଜ ସଜ୍ଜା କରିବାର ବିଧାନ ମଧ୍ୟ ରହିଛି । ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ ବାସ ହେବ ଏବଂ ଘରକୁ ଧନର ଆଗମନ ହେବ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେଲେ ଏବଂ ଆପଣଙ୍କ ଭଲ ସମୟ ଆସିଲେ କେଉଁ ସଙ୍କେତ ମିଳିଥାଏ ।

କହିରଖିବୁ ଯେ ଦୀପାବଳି ଦିନ ରାତିରେ ମାତା ଲକ୍ଷ୍ମୀଙ୍କୁ ପୂଜନ କରାଯାଏ । ଏହି ଦିନ ଭଗବାନ ଗଣେଶଙ୍କ ପୂଜା ମଧ୍ୟ କରାଯାଏ । ଏହି ଦୀପାବଳି ଦିନ କିଛି ବିଶେଷ ସଙ୍କେତ ମିଳିଥାଏ ।

୧ . ପ୍ରଥମ ସଙ୍କେତ ଅନୁଯାୟୀ କେଶରୀଆ ରଙ୍ଗର ଗାଈ ଦେଖାଯିବା ଅତ୍ୟନ୍ତ ଶୁଭ ହୋଇଥାଏ । ଦୀପାବଳି ଦିନ ଏହି ଗାଈ ଦେଖାଯିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଏହାକୁ ଦେବତ୍ୱର ପ୍ରତୀକ ମାନାଯାଏ । ଏହାଦ୍ବାରା ଘରକୁ ସମୃଦ୍ଧି ଆସିଥାଏ ବୋଲି କୁହାଯାଏ । ତେଣୁ ଏହି ଗାଈ ଦେଖିଲେ ନିଶ୍ଚୟ ଖାଇବାକୁ ଦିଅନ୍ତୁ ।

୨ . ଏହିଦିନ ଘରେ ଝିଟିପିଟି ଦେଖାଯିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଦୀପାବଳି ଦିନ ରାତିରେ ଝିଟିପିଟି ଦେଖାଯାଏ ତେବେ ଏହାର ଅର୍ଥ ଆପଣ ପ୍ରଗତିର ପଥରେ ଆଗକୁ ଯିବେ ଏବଂ ସମୃଦ୍ଧି ଆସିବ । ଏହା ଧନର ଦେବୀ ମାତା ଲକ୍ଷ୍ମୀଙ୍କ ଆଗମନର ସୂଚକ ମଧ୍ୟ ଅଟେ । ତେଣୁ ଝିଟିପିଟି ଦେଖିବା ମାତ୍ରେ ପୂଜା ଘରୁ ସିନ୍ଦୁର ଏବଂ ଚାଉଳ ଆଣି ଦୂରରୁ ଫିଙ୍ଗି ହାତ ଯୋଡ଼ି ନିଜର ମନସ୍କାମନା କହିଲେ ନିଶ୍ଚୟ ଆପଣଙ୍କ ମନସ୍କାମନା ପୂରଣ ହୋଇଯିବ ।

୩ . ଦୀପାବଳି ଦିନ ଘର ଭିତରେ ଏଣେତେଣେ ଚୁଚୁନ୍ଦ୍ରା ବୁଲୁଥିବାର ଦେଖାଗଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଛି ।

୪ . ଏହିଦିନ ରାତିରେ ବିଲେଇ ଦେଖାଯିବା ଲକ୍ଷ୍ମୀ ପ୍ରାପ୍ତ ହେବାର ସଙ୍କେତ ଅଟେ । ଯଦି ବିଲେଇ ନିଜେ ଆପଣଙ୍କ ଘରକୁ ଆସିଥାଏ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରୁଛନ୍ତି । ସେହି ବିଲେଇକୁ କ୍ଷୀର ନିଶ୍ଚୟ ପିଇବାକୁ ଦିଅନ୍ତୁ ।

୫ . ପେଚା:-

ଦୀପାବଳି ଦିନ ପେଚା ଦେଖାଗଲେ ମଧ୍ୟ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଇଥାଏ ।

୬ . ଦୀପାବଳି ଦିନ ଘରକୁ କିନ୍ନର ଆସିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ସେମାନଙ୍କୁ ଦାନ କରନ୍ତୁ ଏବଂ ଟଙ୍କା ଦିଅନ୍ତୁ ।

ଦୀପାବଳି ଦିନ ରୀତିନୀତି ସହିତ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ସହିତ ଏହିଦିନ ଆଖୁ କିଣି ଆଣିବା ଉଚିତ । ଏହା ମାତା ଲକ୍ଷ୍ମୀଙ୍କୁ ଖୁବ ପ୍ରିୟ ହୋଇଥାଏ । ଆଖୁକୁ ମଧ୍ୟ ପୂଜା କରନ୍ତୁ । ଯାହାଦ୍ୱାରା ଆପଣଙ୍କର ଧନ ସମ୍ପତ୍ତିରେ ବୃଦ୍ଧି ହେବ । ପୂଜା ପରେ ତାହାକୁ ସେବନ ନକରି ଜଳରେ ପ୍ରବାହିତ କରି ଦିଅନ୍ତୁ । ଏହିଦିନ ଲୁଣ ପ୍ୟାକେଟ କିଣି ସେବନ କରିବା ସହିତ ଲୁଣ ମିଶା ପାଣିରେ ପୋଛା ଲଗାଇଲେ ମଧ୍ୟ ମଧ୍ୟ ମାତା ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଘରର ଐଶାନ୍ୟ କୋଣରେ ଏକ କାଚ ପାତ୍ରରେ ଲୁଣ ଭର୍ତ୍ତି କରି ରଖି ଦେଲେ ଘରକୁ ସକାରାତ୍ମକତା ଆସିବା ସହିତ ନକରାତ୍ମକତା ଦୂର ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *