Excuse Me Odisha

ଯାହା କହିବୁ ସତ କହିବୁ

ଦୀପବଳୀରେ ଏହି ତିନୋଟି ପକ୍ଷୀ ଘରକୁ ଆସିଲେ ମିଳିଥାଏ ଏହି ଖାସ ସଙ୍କେତ । ସାକ୍ଷାତ ମାତା ଲକ୍ଷ୍ମୀ ଆସନ୍ତୁ ଘରକୁ ।

ସେୟାର୍ କରନ୍ତୁ

ପ୍ରାଚୀନ ଶାସ୍ତ୍ର ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଦୀପବଳୀ ଦିନ ଘରେ ପେଚା ଦେଖିଲେ ଅନେକ ଶୁଭ ସଙ୍କେତ ମିଳିଥାଏ । କିନ୍ତୁ ଆଜିବି ଲୋକେ ପେଚାକୁ ଅନେକ କ୍ଷେତ୍ରରେ ଅଶୁଭ ମାନିଥାନ୍ତି । ଏହାବ୍ୟତୀତ ଦୀପବଳୀ ଦିନ ବିଶେଷ କରି ପେଚା ଏବଂ କିଛି ପଶୁ ପକ୍ଷୀ ଆସିବା ଅନେକ ସଙ୍କେତ ଦେଇଥାଏ ଯାହାକୁ କେହିବି ଅଣଦେଖା କରିବା ଉଚିତ ନୁହେଁ । ଏଭଳି ପଶୁ ପକ୍ଷୀ ଆସିଲେ ଦୁର୍ଲକ୍ଷ ନକରି କିଛି ଉପାୟ କରିନେବା ଉଚିତ । ପ୍ରାଚୀନ କଥା ଅନୁଯାୟୀ ଦୀପବଳୀ ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟାକୁ ଫେରିଥିଲେ । ଯାହାକୁ ପାଳନ କରିବା ପାଇଁ ଅଯୋଧ୍ୟା ବାସୀ ସମଗ୍ର ଅଯୋଧ୍ୟାରେ ଦୀପ ଜାଳି ଆଲୋକିତ କରି ରାମଚନ୍ଦ୍ରଙ୍କୁ ପାଛୋଟି ଆଣିଥିଲେ ।

ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ଦୀପବଳୀ ପାଳିତ ହୋଇ ଆସୁଛି । ଦୀପବଳୀରେ ପ୍ରକୃତିରୁ ଅନେକ ଛୋଟ ବଡ଼ ସଙ୍କେତ ମିଳିଥାଏ ଯାହାକି ସିଧାସଳଖ ଆମ ଜୀବନ ସହିତ ମଧ୍ୟ ଜଡ଼ିତ ହୋଇଥାଏ । ଦୀପବଳୀ ଦିନ ଘରକୁ ଯଦି କିଛି ବିଶେଷ ପ୍ରକାରର ପଶୁ ପକ୍ଷୀ ଆସନ୍ତି ତେବେ ସେମାନେ ଅନେକ ଶୁଭ କିମ୍ବା ଅଶୁଭ ସଙ୍କେତ ନେଇ ଆସିଥାନ୍ତି ।

୧ . କାଉ:-

ଏହି ପକ୍ଷୀ କାହାକୁବି ପସନ୍ଦ ନଥାଏ । କାଉର ଶବ୍ଦ ମଧ୍ୟ କାହାକୁ ପସନ୍ଦ ଆସି ନଥାଏ । ଯଦି ଦୀପବଳୀରେ ଏକାଧିକ କାଉ ଆସି ଜୋରରେ ଚିତ୍କାର କରିବାରେ ଲାଗନ୍ତି ତେବେ ତାହା ବଡ଼ ଅଶୁଭ ହୋଇଥାଏ । ଏହାର ଅର୍ଥ ସେହି ସ୍ଥାନରେ କୌଣସି ବଡ଼ ବିପଦ ଆସିବାକୁ ଯାଉଛି । କିନ୍ତୁ କାଉ ମୁହଁରେ ବଡ଼ ମାଂସ ଟୁକୁଡ଼ା କିମ୍ବା ଜଳ କଳସି ଉପରେ ବସିଥିବାର ଦେଖା ଗଲେ ତାହା ଶୁଭ ହୋଇଥାଏ ଏବଂ କିଛି ଭଲ ଘଟଣାର ସଙ୍କେତ ହୋଇଥାଏ ।

୨ . ମୟୁର:-

ଏହି ପକ୍ଷୀ ଖୁବ ପବିତ୍ର ହୋଇଥିବା ସହିତ ମାତା ସରସ୍ୱତୀ ଏବଂ କାର୍ତ୍ତିକଙ୍କ ବାହନ ମଧ୍ୟ ହୋଇଥାଏ । ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ମୟୁର ପରକୁ ମୁକୁଟରେ ଲଗାନ୍ତି । ତେଣୁ ଏହି ପକ୍ଷୀ ପୂଜନୀୟ ଅଟେ । ଦୀପବଳୀ ଦିନ ଯଦି ମୟୁର ଘରେ ଆସି ବସିଯାଏ ତେବେ ତାହା ଶୁଭ ସଙ୍କେତ ହୋଇଥାଏ । ଏହାଦ୍ବାରା ଘରର ଶତ୍ରୁଙ୍କ ନାଶ ହେବା ସହିତ ଘରର ବିକାଶ ହୋଇଥାଏ ।

୩ . ବାଇ ଚଢ଼େଇ:-

ଦୀପବଳୀ ଦିନ ଏହି ପକ୍ଷୀ ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ପକ୍ଷୀ ଯେଉଁ ଘରେ ବସା ବନାଇ ଥାଏ ସେହି ଘରେ ସୁଖ ଶାନ୍ତି ସମୃଦ୍ଧି ବଜାୟ ରହିଥାଏ । ଏହାବ୍ୟତୀତ ଘରର ବାତାବରଣ ଶୁଦ୍ଧ ରହିଥାଏ ।

୪ . ପାରା:-

ପାରାକୁ ପ୍ରେମ ସମ୍ବନ୍ଧ ସହିତ ଯୋଡ଼ି ଦେଖା ଯାଇଥାଏ । ଅନେକ ଲୋକ ଏହାକୁ ଅଶୁଭ ମାନିଥାନ୍ତି କାରଣ ଏହି ପକ୍ଷୀ ଖୁବ ଅପରିଷ୍କାର କରିଥାଏ । କିନ୍ତୁ ଦୀପବଳୀରେ ଏହି ପକ୍ଷୀ ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଘରେ କାହାରିବ ବିବାହ ହେବାର ଅଛି ।

୫ . ବାଦୁଡ଼ି:-

ଏହି ପକ୍ଷୀ ନିଶାଚର ଏବଂ ରାତିରେ ଗଛରେ ଓଲଟା ଝୁଲି ରାହୁଥିବାରୁ ଲୋକେ ଏହି ପକ୍ଷୀକୁ ଅଶୁଭ ମାନିଥାନ୍ତି । ଏହି ପକ୍ଷୀ ଘରକୁ ଆସିବା ଅଶୁଭ ହୋଇଥାଏ । ଏହା ମୃତ୍ୟୁ ସୂଚକ ଏବଂ ଅର୍ଥ ହାନୀ ସୂଚକ ମଧ୍ୟ ହୋଇଥାଏ । ଦୀପବଳୀରେ ଏହି ପକ୍ଷୀ ଘରକୁ ଆସିଲେ ବ୍ୟକ୍ତିକୁ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡ଼ିଥାଏ ।

୬ . ପେଚା:-

ଦୀପବଳୀରେ ପେଚା ଦେଖାଯିବା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ କିଛି ଲୋକ ଏହି ପକ୍ଷୀକୁ ଅଶୁଭ ମାନିଥାନ୍ତି । ଏହା ଏକ ନିଶାଚର ପକ୍ଷୀ ହୋଇଥାଏ । ଏଥିପାଇଁ ଲୋକେ ଏହାକୁ ଅଶୁଭ ମାନିଥାନ୍ତି । ପେଚାର ଶବ୍ଦ ଖୁବ ଭୟଙ୍କର ଏବଂ ଆଖି ମଧ୍ୟ ମଣିଷ ଭଳି ବଡ଼ ଏବଂ ଭୟଙ୍କର ହୋଇଥାଏ । ସେଥିପାଇଁ ଲୋକେ ଏହାକୁ ଭୟଙ୍କର ମାନିଥାନ୍ତି । ପୁଣି ଏକ ପ୍ରାଚୀନ କଥା ଅନୁଯାୟୀ ପେଚା ମାତା ଲକ୍ଷ୍ମୀଙ୍କ ବାହନ ଅଟେ । ତେଣୁ ଦୀପବଳୀରେ ପେଚା ଘରକୁ ଆସି ବସିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *