Excuse Me Odisha

ଯାହା କହିବୁ ସତ କହିବୁ

ଦୀପବଳୀରେ ଏହି ପାଞ୍ଚଟି ଜିନିଷ ଭୁଲରେବି ଦିଅନ୍ତୁ ନାହିଁ କାହାକୁ । ନଚେତ ହୋଇଯିବେ ଭିକାରୀ ।

ସେୟାର୍ କରନ୍ତୁ

ଦୀପବଳୀ ହିନ୍ଦୁ ଧର୍ମର ଏବଂ ସମଗ୍ର ଭାରତର ଏକ ଅତି ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ ଯାହାକୁ ଖୁବ ହର୍ଷ ଉଲ୍ଲାସରେ ପ୍ରତ୍ୟେକ ବର୍ଷ ପାଳନ କରାଯାଏ । ଏହି ସମୟରେ ଘରକୁ ସଫାସୁତୁରା କରାଯାଇ ସାଜସଜ୍ଜା କରାଯାଏ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଏ । କିନ୍ତୁ ଏହି ଦିନ ଘରେ କିଛି ଏପରି ଜିନିଷ ଯଦି ଆପଣ ଅନ୍ୟ କାହାକୁ ଦେଇ ଦିଅନ୍ତି ତେବେ ଘରୁ ମାତା ଲକ୍ଷ୍ମୀ ଚାଲିଯିବେ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେବ । ଦୀପବଳୀରେ ଉପହାର ଦେବା ଏବଂ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ମାତ୍ର କିଛି ଜିନିଷ ଭୁଲରେବି ଦାନ କିମ୍ବା ଉପହାର ସଦୃଶ୍ୟ ଦେଲେ ପାପ ଲାଗିଥାଏ ଏବଂ ଦାରିଦ୍ର୍ୟତା ଆସିଥାଏ । ଏହାବ୍ୟତୀତ କିଛି ଏପରି ଜିନିଷ ଅଛି ଯାହାକୁ ଦୀପବଳୀରେ କିଣିବା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଆଉ କିଛି ଖୁବ ଶୁଭ ହୋଇଥାଏ ।

୧ . ଶ୍ରୀଯନ୍ତ୍ର:-

ଏହି ଯନ୍ତ୍ରରେ ଧନକୁ ଆକର୍ଷିତ କରିବାର ଶକ୍ତି ରହିଥାଏ । ତେଣୁ ଏହି ଯନ୍ତ୍ରକୁ ଦୀପବଳୀ ଦିନ ଆଣି ବିଧି ବିଧାନର ସହିତ ପୂଜା କରି ଘରର ସିନ୍ଧୁକ କିମ୍ବା ଧନ ରଖାଯାଉଥିବା ସ୍ଥାନରେ ରଖିଦିଅନ୍ତୁ । ଏହାଦ୍ବାରା ଘରେ କେବେ ଧନର ଅଭାବ ହେବ ନାହିଁ । ତେବେ ତାହାକୁ ବିନା ପୂଜାରେ ରଖନ୍ତୁ ନାହିଁ ବରଂ ଏହାକୁ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ରଖି ପୂଜା କଲେ ହିଁ ତାହା ଅଭିମନ୍ତ୍ରିତ ହୋଇଥାଏ ।

୨ . ସୁନା ଏବଂ ରୁପା କୋଏନ:-

ଏହିଦିନ ଯଦି ଆପଣ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ଥିବା କୋଏନ ଆଣି ଆପଣ ଘରେ ରଖନ୍ତି ତେବେ ଘରେ କେବେ ଧନର ଅଭାବ ହୁଏ ନାହିଁ ଏବଂ ଅପାର ଧନ ଲାଭ ହୋଇଥାଏ ।

୩ . ମାତା ଲକ୍ଷ୍ମୀ ଏବଂ ଗଣେଶ ମୂର୍ତ୍ତି:-

ଦୀପବଳୀରେ ମାତା ଲକ୍ଷ୍ମୀ କିମ୍ବା ଭଗବାନ ଗଣେଶଙ୍କର ମୂର୍ତ୍ତି ଆଣି ପୂଜା କରି ସ୍ଥାପନ କରିବା ଦ୍ୱାରା ଧନ ଲାଭ ହୋଇଥାଏ ଏବଂ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

୪ . ଝାଡୁ:-

ଦୀପବଳୀରେ ଘରକୁ ଝାଡୁ କିଣି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ ଘରକୁ ଏହିଦିନ ପାଞ୍ଚଟି ଝାଡୁ ଆଣି ବିଧି ବିଧାନର ସହିତ ପୂଜା କରି ଦୁଇଟି ଘରେ ରଖି ଅନ୍ୟ ତିନୋଟି କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ । ଦୀପବଳୀରେ ମନ୍ଦିରରେ ଝାଡୁ ଦାନ କଲେ ଆର୍ଥିକ ଲାଭ ହୋଇଥାଏ ଏବଂ ଘରେ ଝାଡୁକୁ ପୂଜା କରି ବ୍ୟବହାର କଲେ ଦାରିଦ୍ର୍ୟତା ଦୂର ହୋଇଥାଏ ।

୫ . ଗୋମତି ଚକ୍ର କିମ୍ବା ହଳଦିଆ କଉଡ଼ି:-

ଦୀପବଳୀ ପୂଜାରେ ଗୋମତି ଚକ୍ର କିମ୍ବା ହଳଦିଆ କଉଡ଼ି ଘରକୁ ନେଇ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଦୀପବଳୀରେ ଏହାକୁ ଘରକୁ ଆଣି ପୂଜା କରି ସିନ୍ଧୁକରେ ରଖନ୍ତି କିମ୍ବା ବେକରେ ଧାରଣ କରନ୍ତି ତେବେ ଆପଣଙ୍କର କେବେବି ପତନ ହେବନାହିଁ ଏବଂ ଧନର ଅଭାବ ହେବ ନାହିଁ । ଏହା ଆପଣଙ୍କୁ ଶତ୍ରୁ ଠାରୁ ରକ୍ଷା କରିଥାଏ ।

୬ . ତୁଳସୀ ଗଛ:-

ଦୀପବଳୀରେ ଘରକୁ ତୁଳସୀ ଗଛ ଆଣିବା ଦ୍ୱାରା ନକରାତ୍ମକତା ଦୂର ହୋଇଥାଏ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ ।କିଛି ଜିନିଷ କାହାକୁ ଦିଅନ୍ତୁ ନାହିଁ ।

୧ . ସ୍ତ୍ରୀର ଆଭୂଷଣ:-

ଦୀପବଳୀରେ ସୁନା ରୁପାର ଆଭୂଷଣ କିଣି ଆଣିବା ଶୁଭ ହୋଇଥାଏ ମାତ୍ର ଘରେ ଥିବା ଆଭୂଷଣକୁ କାହାକୁ ଦିଅନ୍ତୁ ନାହିଁ । ଆପଣଙ୍କ ସ୍ତ୍ରୀର ଆଭୂଷଣ ଆପଣଙ୍କ ଘରର ସୁଖ ସମୃଦ୍ଧିକୁ ଦର୍ଶାଇଥାଏ । ଦୀପବଳୀରେ କୌଣସି ସ୍ତ୍ରୀ ବିନା ଆଭୂଷଣରେ ରହିବା ଉଚିତ ନୁହେଁ । ତେଣୁ ତାହାକୁ ଅନ୍ୟ କାହାକୁ ଧାରଣ କରିବାକୁ ଦିଅନ୍ତୁ ନାହିଁ ନଚେତ ଆପଣଙ୍କ ସୌଭାଗ୍ୟ ମଧ୍ୟ ଦୂରେଇ ଯିବ ।

୨ . ଝାଡୁ:-

ନିଜ ଘରେ ବ୍ୟବହାର କରୁଥିବା ଝାଡୁ ଭୁଲରେବି କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ଘରର ସୁଖ ସମୃଦ୍ଧି ଅନ୍ୟ ଘରକୁ ଚାଲିଯିବ ।

୩ . ଟଙ୍କା:-

ଦୀପବଳୀରେ କାହାକୁ ଟଙ୍କା ଧାର ଆକାରରେ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କର ସମ୍ପୂର୍ଣ୍ଣ ଧନର ନାଶ ହୋଇଯିବ ।

୪ . ଚକି ବେଲୁଣୀ:-

ଆପଣଙ୍କ ରୋଷେଇ ଘରର ଚକି ବେଲୁଣି ମଧ୍ୟ କାହାକୁ ଦେବା ଉଚିତ ନୁହେଁ ନଚେତ ଆପଣଙ୍କ ଘରର ସମୃଦ୍ଧି ଅନ୍ୟ ଘରକୁ ଚାଲିଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *