Excuse Me Odisha

ଯାହା କହିବୁ ସତ କହିବୁ

ନଭେମ୍ବର ୧୨ ଦୀପବଳୀ ଦିନ ଘରକୁ କିଣି ନେଇ ଆସନ୍ତୁ ଏହି ଜିନିଷ । ପୁରା ଘରେ ଭରିଯିବ ଧନ ରତ୍ନ ।

ସେୟାର୍ କରନ୍ତୁ

ଅନେକ ଲୋକଙ୍କ ମନରେ ବର୍ତ୍ତମାନ ସୁଦ୍ଧା ଦ୍ଵନ୍ଦ ରହିଛି ଯେ ଚଳିତ ବର୍ଷ ଦୀପାବଳି କେଉଁ ଦିନ ପାଳିତ ହେବ । କହିରଖିବୁ ଯେଚଳିତ ବର୍ଷ ଦୀପବଳୀ ନଭେମ୍ବର ୧୨ ରେ ପାଳିତ ହେବ । ଏହାକୁ ପାଞ୍ଚ ଦିବାସୀୟ ପର୍ବ କୁହାଯାଏ । ଯେଉଁଥିରେ ୧୦ ରେ ଧନତେରସ , ୧୧ ରେ ଛୋଟ ଦୀପବଳୀ କିମ୍ବା କାଳି ପୂଜା , ୧୨ ରେ ଦୀପାବଳି , ୧୩ ରେ ଗୋବର୍ଦ୍ଧନ ପୂଜା ଏବଂ ୧୪ ରେ ଭାଇଦୁଜ । ଦୀପବଳୀ ଦିନ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଏ । ଏହିଦିନ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କିଛି ବିଶେଷ ଉପାୟ ମଧ୍ୟ କରି ପାରନ୍ତି । ମାତା ଲକ୍ଷ୍ମୀଙ୍କୁ ଦୀପବଳୀ ଦିନ କଞ୍ଚା ଚଣା ଡାଲି ଅର୍ପିତ କଲେ ଆପଣଙ୍କୁ ଅନେକ ଲାଭ ମିଳିବ ।

ମାତ୍ର ଅଧିକ ଦାମୀ ଜିନିଷ କିଣିବାକୁ ସମର୍ଥ ନଥିଲେ କେବଳ ଦୁଇ ଟଙ୍କାରେ ଜିନିଷ କିଣି ମଧ୍ୟ ଆପଣ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରି ପାରିବେ । ଦୀପବଳୀର ଗୋଟିଏ ଦିନ ପୂର୍ବରୁ ଧନତେରସ ଏବଂ ଏହିଦିନ ଧନନ୍ତରିଙ୍କ ଜନ୍ମ ଦିବସ ହୋଇଥିବାରୁ ଔଷଧି କିଣି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ ସୁନା ଚାନ୍ଦି ଆଭୂଷଣ ଏବଂ ପିତ୍ତଳ ବାସନ ଘରକୁ କିଣି ଆଣିଲେ ଘରକୁ ସମ୍ପନ୍ନତା ଆସିଥାଏ । ଏହିଦିନ ଘରେ କିଛି ଜିନିଷ ଅର୍ଥାତ ଫଟା କ୍ୟାଲେଣ୍ଡର ଅର୍ଥାତ ସମୟ ସହିତ ଜଡ଼ିତ କୌଣସି ଜିନିଷ ଯାହା ଖରାପ ହୋଇ ଯାଇଥିବ ଅର୍ଥାତ ବନ୍ଦ କିମ୍ବା ଖରାପ ହୋଇ ଯାଇଥିବା ଘଡ଼ି ଘରେ ରଖନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କର କେବେବି ଉନ୍ନତି ହୋଇ ପାରିବ ନାହିଁ ।

ଏହାବ୍ୟତୀତ ବ୍ୟବହାର ହେଉ ନଥିବା ଜିନିଷକୁ ବାହାର କରି ଦିଅନ୍ତୁ । କ୍ୟାଲେଣ୍ଡରରେ ପୁରୁଣା ମାସ ଖୋଲା ଥିଲେ ତାହା ଅଶୁଭ ହୋଇଥାଏ । ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ମାତାଙ୍କ ଆଗମନ ପାଇଁ ଘରର ବାତାବରଣକୁ ପରିଷ୍କାର ରଖନ୍ତୁ ଯାହାଦ୍ୱାରା ସକାରାତ୍ମକତା ସୃଷ୍ଟି ହେବ ଏବଂ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବ । ଏହିଦିନ ପାଞ୍ଚଟି ଝାଡୁ କିଣି ଆଣିଲେ ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଘରକୁ ବେଙ୍ଗର ଛୋଟ ମୂର୍ତ୍ତି ନିହାତି ନେଇ ଆସନ୍ତୁ । ଏହିଦିନ ଆପଣ ଘରକୁ ପିରାମିଡ ଆଣି ସ୍ଥାପିତ କରି ପାରିବେ । ଏହିସବୁ ଜିନିଷ ବ୍ୟତୀତ କଇଁଛ , ଶ୍ରୀଲକ୍ଷ୍ମୀ ଚରଣ ଏକ ଯୋଡ଼ା ଆଣି ଘରେ ରଖିଲେ ଘରେ କେବେବି ଧନର ଅଭାବ ହେବ ନାହିଁ ।

ଦୀପାବଳି ଦିନ ମାଟିର କଳସ ଆଣି ଜଳ ଭରି ନିଶ୍ଚୟଉତ୍ତର ଦିଗରେ ରଖନ୍ତୁ । ଦୀପବଳୀରେ ମାତା ଲକ୍ଷ୍ମୀଙ୍କୁ ତୁଳସୀ ଅର୍ପିତ କରିବା ଉଚିତ ନୁହେଁ । କାରଣ ଏହି ସମୟରେ ମାତା ଲକ୍ଷ୍ମୀ , ଗଣେଶ ଏବଂ ସରସ୍ୱତୀଙ୍କ ପୂଜା କରାଯାଏ । ଦୀପବଳୀରେ ପିଆଜ ରସୁଣରେ ଖାଦ୍ୟ ବନାଇବା ଉଚିତ ନୁହେଁ । ଶୁଭ ଅବସରରେ ଘରେ ଅଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ । ଏହିଦିନ ବିବାହିତ ସ୍ତ୍ରୀ ନାଲି ଗୋଲାପୀ ,ନାଲି ପିନ୍ଧି ପାରିବେ ମାତ୍ର ଧଳା ରଙ୍ଗ ଆଦୋୖ ପିନ୍ଧିବା ଉଚିତ ନୁହେଁ । ଲକ୍ଷ୍ମୀ ପୂଜନ ସମୟରେ ଅଳସୁଆ ହୋଇ ପୂଜା କରନ୍ତୁ ନାହିଁ । ଯଦି ଆପଣ ଶାରୀରିକ ରୂପରେ ସକ୍ଷମ ନୁହଁନ୍ତି ତେବେ ଆପଣ ଅନ୍ୟ କୌଣସି ବ୍ୟକ୍ତି ଦ୍ୱାରା ପୂଜା କରାଇ ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *