୨୦୨୩ ନଭେମ୍ବର ୧୨ ଦୀପବଳୀ ଦିନ ଚୁପଚାପ ଘରକୁ ନେଇ ଆସନ୍ତୁ ଏହି ତିନୋଟି ଜିନିଷ । ଏକ ମାସ ମଧ୍ୟରେ ହୋଇଯିବେ କୋଟିପତି ।
ଧନତେରସ ଏବଂ ଦୀପାବଳିରେ ଯଦି ଆପଣ କିଛି ଖାସ ଜିନିଷ ଘରକୁ ନେଇ ଆସନ୍ତି ତେବେ ଘରକୁ ଅପାର ଧନର ଆଗମନ ହେବ । କିନ୍ତୁ କିଛି ଏପରି ଜିନିଷ ମଧ୍ୟ ରହିଛି ଯାହାକୁ ଯଦି ଆପଣ ଘରକୁ ନେଇ ଆସନ୍ତି ତେବେ ଆର୍ଥିକ ସମସ୍ୟା ଦେଖା ଦେବ । ଏହାବ୍ୟତୀତ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଧନତେରସରେ ପାଳିତ ହେଉଥିବା କିଛି ନିୟମ ବିଷୟରେ ମଧ୍ୟ କହିବୁ । ଦୀପବଳୀ ଦିନ ବିଶେଷ କରି କିଛି ଖାସ ଜିନିଷ ଯେମିତି କଞ୍ଚା ଚଣା ଡାଲି ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରିବା ଉଚିତ ଏବଂ ଏହାପରେ ତାହାକୁ ଅଶ୍ୱତ୍ଥ ଗଛରେ ଅର୍ପିତ କଲେ ମାତା ଲକ୍ଷ୍ମୀ ଅଧିକ ପ୍ରସନ୍ନ ହେବେ ଏବଂ ଘରକୁ ଧନ ସମ୍ପତ୍ତିର ଆଗମନ ହେବ । କାର୍ତ୍ତିକ ମାସ ଅମାବାସ୍ୟାରେ ଦୀପବଳୀ ପାଳିତ ହୁଏ ଏବଂ ଏହାର ଗୋଟିଏ ଦିନ ପୂର୍ବରୁ ଧନତେରସ ପାଳିତ ହୁଏ ।
କିଛି ଏପରି ଜିନିଷ ଅଛି ଯାହାକୁ ଦୀପାବଳି ଏବଂ ଧନତେରସ ଦିନ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ କିଛି ଜିନିଷ ଅଛି ଯାହାକୁ ଘରୁ ବାହାର କରିଦେବା ଉଚିତ । ଯଦି ଆପଣ ଏହିଦିନ ସୁନା ଚାନ୍ଦିର ଆଭୂଷଣ କିଣିବାକୁ ସମର୍ଥ ନୁହେଁ ତେବେ ମାତ୍ର ଦୁଇ ଟଙ୍କାରେ ମାତା ଲକ୍ଷ୍ମୀଙ୍କର ପ୍ରିୟ ଧଣିଆ ଘରକୁ ଆଣି ପାରିବେ । ଏହାବ୍ୟତୀତ କିଛି ଏପରି ଜିନିଷ ଯେମିତିକି ଫଟା କ୍ୟାଲେଣ୍ଡର , ବନ୍ଦ ହୋଇ ଯାଇଥିବା ଘଣ୍ଟା , ବ୍ୟବହାର ହେଉ ନଥିବା ବସ୍ତୁ , ଖଣ୍ଡିତ ମୂର୍ତ୍ତି ଇତ୍ୟାଦି ଘରୁ ବାହାର କରିଦେବା ଉଚିତ । ଘରକୁ ପରିଷ୍କାର ରଖନ୍ତୁ ନଚେତ ଘର ଦ୍ୱାରରୁ ହିଁ ମାତା ଲକ୍ଷ୍ମୀ ଘରକୁ ଆସି ଫେରିଯିବେ । ଦୀପାବଳି ଏବଂ ଧନତେରସରେ ମାତା ଲକ୍ଷ୍ମୀ ସ୍ବୟଂ ପ୍ରତ୍ୟକ ଘରର ଦ୍ୱାରକୁ ଧନ ଦେବା ପାଇଁ ଯାଆନ୍ତି ।
କିନ୍ତୁ ଯଦି ଆପଣ ଘରକୁ ପରିଷ୍କାର ନରଖନ୍ତି ତେବେ ମାତା ଲକ୍ଷ୍ମୀଙ୍କ ପରିବର୍ତ୍ତେ ଘରକୁ ଅଲକ୍ଷ୍ମୀ ପ୍ରବେଶ କରିବେ । ଯାହାକି ଘରକୁ ଦାରିଦ୍ର୍ୟତା ନେଇ ଆସିବ । ଘରକୁ ପବିତ୍ର କରିବା ପାଇଁ ଧୂପ , ଦୀପ , ଗଙ୍ଗା ଜଳ , ଗୋବର ଟେଳା ଜାଳିବା , ଝୁଣା ଇତ୍ୟାଦି ବ୍ୟବହାର କରି ପାରିବେ କିମ୍ବା ଗୋମୂତ୍ର ମଧ୍ୟ ସିଞ୍ଚନ କରି ପାରିବେ । ଧନତେରସରେ ଘରକୁ ମାଟିର କଳସି ଆଣି ସେଥିରେ ଜଳ ଭର୍ତ୍ତି କରି ଉତ୍ତର ଦିଗରେ ରଖିଲେ ଘରକୁ ଧନ ସମ୍ପତ୍ତି ଏବଂ ସମ୍ପନ୍ନତା ଆସିଥାଏ କାରଣ ଉତ୍ତର ଦିଗ ଦେବତା ମାନଙ୍କ ଦିଗ ହୋଇଥାଏ । ଦୀପବଳୀରେ କିଛି ଭୁଲ ଯେମିତିକି କରଜ ନେଇ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ ନୁହେଁ । ମାତାଙ୍କ ମୂର୍ତ୍ତି ଭୁଲରେବି ଭଙ୍ଗା ଆଣନ୍ତୁ ନାହିଁ । ଆଣିବା ସମୟରେ ଭଲଭାବରେ ଦେଖି ଆଣନ୍ତୁ ।
କିନ୍ତୁ ଏହି ଦୀପାବଳି ରେ କିଛି ଜିନିଷ ଯେମିତିକି ମାଟିର କଳସ ବ୍ୟତୀତ ଦକ୍ଷିଣାବର୍ତ୍ତି ଶଙ୍ଖ , ଦୁଇ ଟଙ୍କାରେ ପଦ୍ମ ଫୁଲ ମଞ୍ଜି , ଧାର୍ମିକ ପୁସ୍ତକ। , ଔଷଧି , ବିଷମ ସଂଖ୍ୟରେ ଝାଡୁ , ତିନି ଗୋଡ଼ ଥିବା ବେଙ୍ଗ ମୂର୍ତ୍ତି , ପିରାମିଡ଼ , କଇଁଛ ମୂର୍ତ୍ତି , ଲକ୍ଷ୍ମୀ ଚରଣ ଏକ ଯୋଡ଼ା ଇତ୍ୟାଦି ଜିନିଷ ଘରେ ଆଣି ସ୍ଥାପିତ କଲେ ଧନ ସୁଖ ସମୃଦ୍ଧି ଐଶ୍ୱର୍ଯ୍ୟ ଏବଂ ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଦୀପବଳୀରେ ମାତା ଲକ୍ଷ୍ମୀଙ୍କୁ ସମ୍ପୂର୍ଣ୍ଣ ଚାଉଳ ଅର୍ଥାତ ଅକ୍ଷତ ଅର୍ପିତ କରିବା ଉଚିତ । ଏହିଦିନ ଭୁଲରେବି ଘରୁ କାହାରୁ ଚାଉଳ ଦିଅନ୍ତୁ ନାହିଁ ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହେବେ । ଦୀପାବଳି ପୂଜନରେ ମାତା ଲକ୍ଷ୍ମୀଙ୍କୁ ତୁଳସୀ ଅର୍ପିତ କରିବା ବର୍ଜିତ ଅଟେ । ଏସବୁ ବ୍ୟତୀତ ଦୀପବଳୀରେ ରସୁଣ ପିଆଜ ଏବଂ ତାମସିକ ଭୋଜନ ଖାଇବା ମଧ୍ୟ ବର୍ଜିତ ଅଟେ ।