Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସ ଦିନ ଆଦୋୖ କିଣନ୍ତୁ ନାହିଁ ଏହି ଜିନିଷ । ନଚେତ ଘର ଛାଡ଼ି ଦେବେ ମାତା ଲକ୍ଷ୍ମୀ ।

ସେୟାର୍ କରନ୍ତୁ

ଚଳିତ ବର୍ଷ ଦୀପବଳୀ ନଭେମ୍ବର ୧୨ ରେ ପାଳିତ ହେବ । ଏହାକୁ ପାଞ୍ଚ ଦିବାସୀୟ ପର୍ବ କୁହାଯାଏ । ଯେଉଁଥିରେ ୧୦ ରେ ଧନତେରସ , ୧୧ ରେ ଛୋଟ ଦୀପବଳୀ କିମ୍ବା କାଳି ପୂଜା , ୧୨ ରେ ଦୀପାବଳି , ୧୩ ରେ ଗୋବର୍ଦ୍ଧନ ପୂଜା ଏବଂ ୧୪ ରେ ଭାଇଦୁଜ । ଦୀପବଳୀ ଦିନ ବିଶେଷ କରି ଶ୍ରୀ ଗଣେଶ , ମାତା ଲକ୍ଷ୍ମୀ ଏବଂ ଭଗବାନ କୁବେରଙ୍କ ପୂଜା କରାଯାଏ । ଏହିଦିନ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କିଛି ବିଶେଷ ଉପାୟ ମଧ୍ୟ କରି ପାରନ୍ତି । ମାତା ଲକ୍ଷ୍ମୀଙ୍କୁ ଦୀପବଳୀ ଦିନ କଞ୍ଚା ଚଣା ଡାଲି ଅର୍ପିତ କଲେ ଆପଣଙ୍କୁ ଅନେକ ଲାଭ ମିଳିବ । ଧନତେରସ ଦିନ ଘରକୁ କିଛିନା କିଛି ନିଶ୍ଚୟ କିଣି ଆଣିବା ଜରୁରୀ ଅଟେ ।

ମାତ୍ର ଅଧିକ ଦାମୀ ଜିନିଷ କିଣିବାକୁ ସମର୍ଥ ନଥିଲେ କେବଳ ଦୁଇ ଟଙ୍କାରେ ଜିନିଷ କିଣି ମଧ୍ୟ ଆପଣ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରି ପାରିବେ । ଧନତେରସଦିନ ଦୁଇ ଟଙ୍କାରେ ଧଣିଆ , କିମ୍ବା ପାଞ୍ଚ ଟଙ୍କାରେ କୋମଳ ମଞ୍ଜି ଏବଂ ଧନନ୍ତରିଙ୍କ ଜନ୍ମ ଦିବସ ହୋଇଥିବାରୁ ଔଷଧି କିଣି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ ଝାଡୁ କିଣି ଆଣିଲେ ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଘରକୁ ବେଙ୍ଗର ଛୋଟ ମୂର୍ତ୍ତି ନିହାତି ନେଇ ଆସନ୍ତୁ । ଏହିଦିନ ଆପଣ ଘରକୁ ପିରାମିଡ ଆଣି ସ୍ଥାପିତ କରି ପାରିବେ । ଏହିସବୁ ଜିନିଷ ବ୍ୟତୀତ କଇଁଛ , ଶ୍ରୀଲକ୍ଷ୍ମୀ ଚରଣ ଏକ ଯୋଡ଼ା ଆଣି ଘରେ ରଖିଲେ ଘରେ କେବେବି ଧନର ଅଭାବ ହେବ ନାହିଁ ।

ଏହିଦିନ ଘରେ କିଛି ଜିନିଷ ଅର୍ଥାତ ଫଟା କ୍ୟାଲେଣ୍ଡର ଅର୍ଥାତ ସମୟ ସହିତ ଜଡ଼ିତ କୌଣସି ଜିନିଷ ଯାହା ଖରାପ ହୋଇ ଯାଇଥିବ ଅର୍ଥାତ ବନ୍ଦ କିମ୍ବା ଖରାପ ହୋଇ ଯାଇଥିବା ଘଡ଼ି ଘରେ ରଖନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କର କେବେବି ଉନ୍ନତି ହୋଇ ପାରିବ ନାହିଁ । ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଚାହୁଁଥିଲେ ଘରକୁ ପରିଷ୍କାର ରଖିବା ସହିତ ଗଙ୍ଗା ଜଳ ସିଞ୍ଚନ , ଗୋବର ଟେଳାରେ କ୍ଷୀର ଦେଇ ଜଳାଇ ଝୁଣା ଭଳି ବ୍ୟବହାର କରନ୍ତୁ , ଅଶ୍ୱତ୍ଥ ପତ୍ରରେ ଗୋମୂତ୍ରକୁ ପୁରା ଘରେ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଘର ପବିତ୍ର ହୋଇଯାଏ ଏବଂ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଦୀପାବଳି ଦିନ ମାଟିର କଳସ ଆଣି ଜଳ ଭରି ନିଶ୍ଚୟଉତ୍ତର ଦିଗରେ ରଖନ୍ତୁ ।

ଏହାଦ୍ବାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବ । ଘରକୁ ଦକ୍ଷିଣାବର୍ତ୍ତି ଶଙ୍ଖ ଆଣିଲେ ଆପଣଙ୍କ ଦାରିଦ୍ର୍ୟତା ଦୂର ହେବ ଏବଂ ସେଥିରେ ମାତା ଲକ୍ଷ୍ମୀ ଏବଂ ଶାଲିଗ୍ରାମଙ୍କୁ କ୍ଷୀର ଦ୍ୱାରା ଅଭିଷେକ କରାଇଲେ ଆପଣଙ୍କ ଘରେ କେବେବି ଧନର ଅଭାବ ହେବନାହିଁ । ଦୀପବଳୀ ଦିନ ଭୁଲରେବି କାହାଠାରୁ କରଜ ନେଇ ଦୀପାବଳି ପର୍ବର ପାଳନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏନାହିଁ ଏବଂ ଘର ସବୁବେଳେ କରଜରେ ବୁଡ଼ି ରହେ । କେବେବି ଖଣ୍ଡିତ ମୂର୍ତ୍ତିର ପୂଜା କରିବା ଉଚିତ ନୁହେଁ ଏବଂ ଚୌକି ଉପରେ ନାଲି ରଙ୍ଗ ବ୍ୟତୀତ ଅନ୍ୟ କୌଣସି ରଙ୍ଗର କପଡ଼ା ବିଛାଇ ମାତା ଲକ୍ଷ୍ମୀଙ୍କୁ ସ୍ଥାପିତ କରନ୍ତୁ ନାହିଁ । ମାତା ଲକ୍ଷ୍ମୀଙ୍କୁ କଞ୍ଚା ନଡ଼ିଆ ଅର୍ପିତ କରିବା ଉଚିତ ନୁହେଁ ଆପଣ ଜଟା ଥିବା ନଡ଼ିଆ ଅର୍ପିତ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *