Excuse Me Odisha

ଯାହା କହିବୁ ସତ କହିବୁ

ଦୁଇ ଟଙ୍କାରେ ମିଳୁଥିବା ଏହି ଜିନିଷ ଆପଣଙ୍କୁ କରିଦେବ ମାଲାମାଲ । ଧନତେରସ ଦିନ କେବଳ ଘରକୁ କିଣି ଆଣନ୍ତୁ ଏହି ଛୋଟ ଜିନିଷ ।

ସେୟାର୍ କରନ୍ତୁ

ଧନତେରସରେ ଘରକୁ କିଛି ଖାସ ଜିନିଷ କିଣି ଆଣିବାର ବିଧାନ ରହିଛି । କିନ୍ତୁ ଯଦି ଆପଣ ଅତି ଦାମୀ ଜିନିଷ ଯେମିତିକି ସୁନା ରୁପାର ଆଭୂଷଣ କିଣିବାକୁ ଅସମର୍ଥ ତେବେ ଖୁବ କମ ମୂଲ୍ୟରେ କିଛି ଜିନିଷ କିଣି ଆପଣ ସେହି ସମାନ ଫଳ ପ୍ରାପ୍ତ କରି ପାରିବେ । କେବଳ ଏହିସବୁ ଜିନିଷ ଆଣିବା ସମୟରେ କିଛି ନିୟମ ମାନିବାର ଅବଶ୍ୟକତା ରହିଛି । କହିରଖିବୁ ଯେ ଦୀପାବଳି ସମ୍ପୂର୍ଣ୍ଣ ୫ ଦିନ ପର୍ଯ୍ୟନ୍ତ ପାଳିତ ହେବ । ଯେଉଁଥିରେ ଧନତେରସ , ଛୋଟ ଦୀପାବଳି , ଦୀପାବଳି , ଗୋବର୍ଦ୍ଧନ ପୂଜା ଏବଂ ଭାଇ ଦୁଜ ରହିଛି । ଧନତେରସ ପୂଜାର ଶୁଭ ମୁହୂର୍ତ୍ତ ହେଉଛି ନଭେମ୍ବର ୧୦ ସନ୍ଧ୍ୟା ୬.୦୨ ରୁ ୮.୦୦ ପର୍ଯ୍ୟନ୍ତ । ଏହିଦିନ ସୁନା ଚାନ୍ଦିର ଆଭୂଷଣ ବ୍ୟତୀତ ପିତ୍ତଳ ବାସନ କିଣିବାର ମଧ୍ୟ ବିଧାନ ରହିଛି ।

ଏହାଦ୍ବାରା ଘରକୁ ସମ୍ପନ୍ନତା ଆସିଥାଏ । କିନ୍ତୁ କିଛି ଏଭଳି କାର୍ଯ୍ୟ ରହିଛି ଯାହାକୁ ଧନତେରସରେ ଅର୍ଥାତ ଦୀପାବଳି ପୂର୍ବରୁ କରିବା ଆଦୋୖ ଉଚିତ ନୁହେଁ । ସେହିସବୁ ଜିନିଷ ମଧ୍ୟରୁ ଫଟା କ୍ୟାଲେଣ୍ଡର , ବନ୍ଦ କିମ୍ବା ଖରାପ ହୋଇ ଯାଇଥିବା ଘଡ଼ି ଘରେ ଆଦୋୖ ରଖନ୍ତୁ ନାହିଁ ନଚେତ ଏହା ଆପଣଙ୍କ ଉନ୍ନତିରେ ବାଧା ସୃଷ୍ଟି କରିଥାଏ । କ୍ୟାଲେଣ୍ଡରକୁ ଭୁଲରେବି ଘରର କବାଟର ଆଗରେ କିମ୍ବା ପଛରେ ଟାଙ୍ଗନ୍ତୁ ନାହିଁ । ଦୀପାବଳି ପୂର୍ବରୁ ଘରର ବାତାବରଣ ଶୁଦ୍ଧ ଏବଂ ବ୍ୟବସ୍ଥିତ ରଖନ୍ତୁ । ନଚେତ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବ ନାହିଁ । ଧନତେରସ ପୂର୍ବରୁ ଘରେ ଗଙ୍ଗା ଜଳ ସିଞ୍ଚନ ନିହାତି କରନ୍ତୁ । ଘର ଅପରିଷ୍କାର ହେଲେ ଘରକୁ ମାତା ଲକ୍ଷ୍ମୀଙ୍କ ବ୍ୟତୀତ ଅଲକ୍ଷ୍ମୀର ଆଗମନ ହୋଇଥାଏ ।

ଏହାଦ୍ବାରା ଆପଣଙ୍କୁ କେବେବି ଉନ୍ନତି ମିଳିବ ନାହିଁ । ଘରେ ଧୂପ ଜାଳି ପାରିବେ । ଏହାଦ୍ବାରା ଘରୁ ନକରାତ୍ମକତା ଦୂର ହୋଇଯିବ । ଚଳିତ ଦୀପାବଳିରେ ଘରକୁ ମାଟିର ପାତ୍ର କିମ୍ବ କଳସି ନିଶ୍ଚୟ ଘରକୁ ଆଣି ସେଥିରେ ଜଳ ଭର୍ତ୍ତି କରି ଘରର ଉତ୍ତର ଦିଗରେ ରଖି ଦିଅନ୍ତୁ ଏବଂ ସନ୍ଧ୍ୟା ସମୟରେ ସେହି ସ୍ଥାନରେ ଦୀପ ମଧ୍ୟ ଜାଳି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଏବଂ ଅନ୍ୟାନ୍ୟ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଉତ୍ତର ଦିଗ ଦେବଦେବୀଙ୍କ ଦିଗ ହୋଇଥାଏ । ଶାସ୍ତ୍ରରେ ଥିବା ଏକ କାହାଣୀ ଅନୁଯାୟୀ ଜଣେ ବ୍ରାହ୍ମଣି ମଧ୍ୟ ଘରେ ମାଟିର କଳସି ଆଣି ରଖିବା ଦ୍ୱାରା ସେ ମଧ୍ୟ ନିର୍ଦ୍ଧନରୁ ଧନୀ ହୋଇ ଯାଇଥିଲେ । ଦୀପାବଳିରେ ଘରକୁ ଦକ୍ଷିଣାବର୍ତ୍ତି ଶଙ୍ଖ ନିଶ୍ଚୟ ଆଣି ସ୍ଥାପିତ କରନ୍ତୁ ।

ଶଙ୍ଖ ସଂହିତା ଅନୁଯାୟୀ ବ୍ୟକ୍ତି ଯେତେବେଳେ ଦାରିଦ୍ର୍ୟରେ ପୀଡ଼ିତ ହେଉଥାଏ ସେତେବେଳେ ଦକ୍ଷିଣାବର୍ତ୍ତି ଶଙ୍ଖ ଆଣି ଘରେ ସ୍ଥାପିତ କଲେ ଦାରିଦ୍ର୍ୟତା ଦୂର ହୁଏ । ଏହାଦ୍ବାରା ଏହାକୁ ଘରେ ସ୍ଥାପିତ କରି ପ୍ରତ୍ୟେକ ଦିନ ପୂଜା କଲେ ଜୀବନର ଏକାଧିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ସବୁଠାରୁ ଶସ୍ତା ଜିନିଷ ପଦ୍ମ ମଞ୍ଜି ଘରକୁ ଆଣି ପାରିବେ । ଯାହା ଆପଣଙ୍କ ଅଭାବ ଦୂର କରି ପାରିବ । ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ସମେତ ତାହାର ସବୁ ଅଙ୍ଗ ପ୍ରିୟ ଅଟେ । ଏହିଦିନ ଘରକୁ ଧାର୍ମିକ ପୁସ୍ତକ କିଣି ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ ଧନନ୍ତରିଙ୍କ ଜନ୍ମ ଦିବସ ହୋଇଥିବାରୁ ଘରକୁ ଔଷଧି କିଣି ଆଣନ୍ତୁ । ଏହାଦ୍ବାରା ରୋଗ ଦୂର ହୋଇଥାଏ । ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ତେଣୁ ଏହିଦିନ ଘରକୁ ଝାଡୁ କିଣି ଆଣନ୍ତୁ । ଏହାଦ୍ୱାରା ଦାରିଦ୍ର୍ୟତା ଦୂର ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *