Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ କୌଣସିବି ପରିସ୍ଥିତିରେ ଭୁଲରେବି କାହାକୁ ଦିଅନ୍ତୁ ନାହିଁ ଏହି ଜିନିଷ । ନଚେତ ମାତା ଲକ୍ଷ୍ମୀ ହେବେ କ୍ରୋଧିତ ।

ସେୟାର୍ କରନ୍ତୁ

ଦୀପବଳୀ ଏକ ପାଞ୍ଚ ଦିବସୀୟ ପର୍ବ ଅଟେ ଯାହାକି ଧନତେରସରୁ ଆରମ୍ଭ ହୋଇ ଭାଇ ଦୁଜରେ ଶେଷ ହୋଇଥାଏ । ଦୀପାବଳିରେ ମାତା ସୀତାଙ୍କୁ ଲକ୍ଷ୍ମୀଙ୍କୁ କଞ୍ଚା ଚଣା ଡାଲି ଅର୍ପିତ କରି ତାହାକୁ ନେଇ ଅଶ୍ୱତ୍ଥ ଗଛରେ ଚଢ଼ାଇ ଦେଇ ଆସନ୍ତୁ । ଯାହାଦ୍ୱାରା ଜୀବନ ସାରା ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରହିବ । ଧନତେରସରେ ଘରକୁ କିଛି ଖାସ ଜିନିଷ କିଣି ଆଣିବାର ବିଧାନ ରହିଛି ମାତ୍ର ଆପଣ ଏହିଦିନ ସମର୍ଥ ନଥିଲେ ଖୁବ କମ ଦାମରେ ମଧ୍ୟ ଜିନିଷ ଆଣି ମାତା ଲକ୍ଷ୍ମୀଙ୍କ କୃପା ପାଇ ପାରିବେ । ଚଳିତ ବର୍ଷ ଧନତେରସ ପୂଜା ନଭେମ୍ବର ୧୦ ସନ୍ଧ୍ୟା ୬.୦୨ ରୁ ୮.୦୦ ପର୍ଯ୍ୟନ୍ତ ରହିବ । କିଛି ଏଭଳି ଜିନିଷ ରହିଛି ଯାହାକୁ ଏହି ଧନତେରସ ଦିନ ଘରୁ ବାହାର କରିଦେବା ଉଚିତ ।

ଘରେ ଫଟା କ୍ୟାଲେଣ୍ଡର ଅର୍ଥାତ ସମୟ ସହିତ ଜଡ଼ିତ କୌଣସି ଜିନିଷ ଯାହା ଖରାପ ହୋଇ ଯାଇଥିବ ଅର୍ଥାତ ବନ୍ଦ କିମ୍ବା ଖରାପ ହୋଇ ଯାଇଥିବା ଘଡ଼ି ଘରେ ରଖନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କର କେବେବି ଉନ୍ନତି ହୋଇ ପାରିବ ନାହିଁ ଏବଂ ଆପଣ କୌଣସି କାର୍ଯ୍ୟରେ ସଫଳତା ପାଇ ପରିବେ ନାହିଁ । ତେଣୁ ଏହିସବୁ ଜିନିଷକୁ ଘରୁ ଧନତେରସ ପୂର୍ବରୁ ହିଁ ବାହାର କରି ଦିଅନ୍ତୁ । ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଚାହୁଁଥିଲେ ଘରକୁ ପରିଷ୍କାର ରଖିବା ସହିତ ଗଙ୍ଗା ଜଳ ସିଞ୍ଚନ , ଗୋବର ଟେଳାରେ କ୍ଷୀର ଦେଇ ଜଳାଇ ଝୁଣା ଭଳି ବ୍ୟବହାର କରନ୍ତୁ , ଅଶ୍ୱତ୍ଥ ପତ୍ରରେ ଗୋମୂତ୍ରକୁ ପୁରା ଘରେ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଘର ପବିତ୍ର ହୋଇଯାଏ ଏବଂ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

ଦୀପାବଳି ଦିନ ମାଟିର କଳସ ଆଣି ଜଳ ଭରି ନିଶ୍ଚୟଉତ୍ତର ଦିଗରେ ରଖନ୍ତୁ । ଏହାଦ୍ବାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବ । ଘରକୁ ଦକ୍ଷିଣାବର୍ତ୍ତି ଶଙ୍ଖ ଆଣିଲେ ଆପଣଙ୍କ ଦାରିଦ୍ର୍ୟତା ଦୂର ହେବ ଏବଂ ସେଥିରେ ମାତା ଲକ୍ଷ୍ମୀ ଏବଂ ଶାଲିଗ୍ରାମଙ୍କୁ କ୍ଷୀର ଦ୍ୱାରା ଅଭିଷେକ କରାଇଲେ ଆପଣଙ୍କ ଘରେ କେବେବି ଧନର ଅଭାବ ହେବନାହିଁ । ଧନତେରସଦିନ ଦୁଇ ଟଙ୍କାରେ ଧଣିଆ , କିମ୍ବା ପାଞ୍ଚ ଟଙ୍କାରେ କୋମଳ ମଞ୍ଜି ଏବଂ ଧନନ୍ତରିଙ୍କ ଜନ୍ମ ଦିବସ ହୋଇଥିବାରୁ ଔଷଧି କିଣି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ ଝାଡୁ କିଣି ଆଣିଲେ ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଘରକୁ ବେଙ୍ଗର ଛୋଟ ମୂର୍ତ୍ତି ନିହାତି ନେଇ ଆସନ୍ତୁ । ଏହିଦିନ ଆପଣ ଘରକୁ ପିରାମିଡ ଆଣି ସ୍ଥାପିତ କରି ପାରିବେ ।

ଏହିସବୁ ଜିନିଷ ବ୍ୟତୀତ କଇଁଛ , ଶ୍ରୀଲକ୍ଷ୍ମୀ ଚରଣ ଏକ ଯୋଡ଼ା ଆଣି ଘରେ ରଖିଲେ ଘରେ କେବେବି ଧନର ଅଭାବ ହେବ ନାହିଁ । ଦୀପବଳୀ ଦିନ ଭୁଲରେବି କାହାଠାରୁ କରଜ ନେଇ ଦୀପାବଳି ପର୍ବର ପାଳନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏନାହିଁ ଏବଂ ଘର ସବୁବେଳେ କରଜରେ ବୁଡ଼ି ରହେ । କେବେବି ଖଣ୍ଡିତ ମୂର୍ତ୍ତିର ପୂଜା କରିବା ଉଚିତ ନୁହେଁ ଏବଂ ଚୌକି ଉପରେ ନାଲି ରଙ୍ଗ ବ୍ୟତୀତ ଅନ୍ୟ କୌଣସି ରଙ୍ଗର କପଡ଼ା ବିଛାଇ ମାତା ଲକ୍ଷ୍ମୀଙ୍କୁ ସ୍ଥାପିତ କରନ୍ତୁ ନାହିଁ । ମାତା ଲକ୍ଷ୍ମୀଙ୍କୁ କଞ୍ଚା ନଡ଼ିଆ ଅର୍ପିତ କରିବା ଉଚିତ ନୁହେଁ ଆପଣ ଜଟା ଥିବା ନଡ଼ିଆ ଅର୍ପିତ କରି ପାରିବେ । ଏହାବ୍ୟତୀତ ଭଙ୍ଗା ଚାଉଳ , ନାସପାତି , ଧଳା ଫୁଲ ଏବଂ ତୁଳସୀ ଅର୍ପିତ କରନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହେବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *