Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଏବଂ ଧନତେରସରେ ଘରେ କଗାଇ ଦିଅନ୍ତୁ ଏହି ଗଛ । ଆକାର ବଢ଼ିବା ସହିତ ବଢ଼ିବ ଧନର ମାତ୍ରା ।

ସେୟାର୍ କରନ୍ତୁ

ଦୀପାବଳି ଏବଂ ଧନତେରସରେ କିଛି ଗଛର ଚେର ଧାରଣ କଲେ ମାତା ଲକ୍ଷ୍ମୀଙ୍କ ଅପାର କୃପା ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ଏହିଦିନ କିଛି ଏପରି ଜିନିଷ ରହିଛି ଯାହାକୁ ଘରକୁ ଆଣିଲେ ଧନ ପ୍ରାପ୍ତି ହୋଇଥାଏ । କିନ୍ତୁ କିଛି ଏପରି ଗଛ ରହିଛି ଯାହାକୁ ଯଦି ଆପଣ ଧନତେରସରେ ଘରେ ଆଣି ଲଗାନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ । ଏହିଦିନ ଭଗବାନ ଧନନ୍ତରି ମଧ୍ୟ ଅମୃତ କଳସ ନେଇ ସମୁଦ୍ର ମନ୍ଥନରୁ ଜନ୍ମ ହୋଇଥିଲେ ତେଣୁ ଏହି ଦିନ ଭଗବାନ ଧନନ୍ତରିଙ୍କ ଜନ୍ମ ଦିବସ ପାଳନ କରାଯାଏ । ଏହିଦିନ କିଛି ନୂଆ ଜିନିଷ , ଖାସ କରି ସୁନା ରୁପାର ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ନୂଆ ଯାନ ବାହନ ମଧ୍ୟ କିଣିବାର ନିୟମ ରହିଛି । ଏହାଦ୍ବାରା ଘରେ ଉନ୍ନତି ହୋଇଥାଏ । ଏହିଦିନ ପିତ୍ତଳ ବାସନ କିଣିଲେ ଆରୋଗ୍ୟ ଏବଂ ଭଲ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ । ଧନତେରସରେ ଦାମୀ ଜିନିଷ କିଣିବାକୁ ସମର୍ଥ ନଥିଲେ ଏକ ମୁଠା ଧଣିଆ କିଣି ନିଅନ୍ତୁ । ଏଥିରେ ଅତର ଲଗାଇ ଘର ସାରା ପକାଇ ଦିଅନ୍ତୁ ଯାହାକୁ ଧନକୁ ଆକର୍ଷିତ କରିଥାଏ । ଧଣିଆ ମାତା ଲକ୍ଷ୍ମୀଙ୍କର ଖୁବ ପ୍ରିୟ ଜିନିଷ ଅଟେ । ଏହାଦ୍ବାରା ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ଖାସ ଗଛ ବିଷୟରେ କହିବାକୁ ଯାଉଛୁ , ଯାହାକୁ ଘରେ ଆଣି କଗାଇଲେ ଗଛର ବୃଦ୍ଧି ସହିତ ଆପଣଙ୍କର ମଧ୍ୟ ଉନ୍ନତି ହେବ ।

ଏହି ଦିନ ୧୩ ଅଙ୍କର ବିଶେଷ ମହତ୍ତ୍ୱ ରହିଥାଏ ତେଣୁ ପୂଜା ପରେ ତେରଟି ଦୀପ ଜାଳି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହିଦିନ ୧୩ ରି ରୁପାର ମୁଦ୍ରା ଆଣି ସେଥିରେ ହଳଦୀ ଏବଂ କେଶରରେ ତିଳକ କରି ନାଲି କପଡ଼ାରେ ଗୁଡ଼ାଇ ସିନ୍ଧୁକରେ ରଖି ଦିଅନ୍ତୁ । ଆପଣ କୋଏନ ଜାଗାରେ କଉଡ଼ି ମଧ୍ୟ ରଖି ପାରିବେ । ଧନତେରସରେ ଲଗାଯାଉଥିବା ଖାସ ଗଛ ଗୁଡ଼ିକ ଯଥା:-

୧ . ବିଷ୍ଣୁ କୋମଳ:-

ଏହି ଗଛ ଯେଉଁ ଘରେ ଲଗାଯାଇ ଥାଏ ସେଠାରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହି ଗଛ ଦ୍ୱାରା ଘରେ ସୁଖ ସମୃଦ୍ଧି ବଜାୟ ରହିବା ସହିତ ଭଗବାନ ବିଷ୍ଣୁ ମଧ୍ୟ ବାସ କରନ୍ତି । ଧନତେରସରେ ଏହି ଗଛ ଘରେ ଲଗାଇବା ଶୁଭ ସଂଯୋଗ ଆଣିଥାଏ ।

୨ . ଲକ୍ଷ୍ମୀ କୋମଳ:-

ଏହି ଗଛକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ ଏବଂ ଏହି ଗଛ ଘରେ ଲଗାଇଲେ ଧନ ବୈଭବ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଯଦି ଆପଣ ବିଷ୍ଣୁ କୋମଳ ଏବଂ ଲକ୍ଷ୍ମୀ କୋମଳ ଗଛକୁ ଏକା ସାଥିରେ ଘରେ ଲଗାନ୍ତି ତେବେ ଘରେ ଉଭୟ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

୩ . କୁବେର କନ୍ଦ:-

ଏହି ଗଛକୁ କୁବେରଙ୍କ ପ୍ରତୀକ ଭାବରେ ମଧ୍ୟ ମାନା ଯାଏ । ଏହି ଗଛକୁ ଘରର ମୁଖ୍ୟଦ୍ୱାରରେ ରଖିବା ଲାଭଦାୟକ ହୋଇଥାଏ । ଏହାକୁ ଘରେ ଲଗାଇଲେ ଧନ ପ୍ରାପ୍ତି ହୋଇଥାଏ ଏବଂ ଘରେ ସ୍ୱୟଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହି ଗଛକୁ ଘରର ସୁରକ୍ଷା କବଚ ମଧ୍ୟ ମାନାଯାଏ । ଏଥିରେ ଧନକୁ ଆକର୍ଷିତ କରିବାର କ୍ଷମତା ରହିଥାଏ । ଏହା ଯେତେ ଅଧିକ ପୁରୁଣା ହୋଇଥାଏ ସେତେ ଅଧିକ ଫଳପ୍ରଦ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *