Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଏବଂ ଧନତେରସ ଦିନ ତାବିଜରେ ଧାରଣ କରନ୍ତୁ ଏହି ଗଛର ଚେର । ୨୪ ଘଣ୍ଟା ମଧ୍ୟରେ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଅନେକ ଗଛ ଅଛି ଯାହାର ଅନେକ ମହତ୍ତ୍ୱ ରହିଥାଏ । ତେବେ ତାହା ବାସ୍ତୁ କ୍ଷେତ୍ରରେ ହେଉ କିମ୍ବା ଆୟୁର୍ବେଦ କ୍ଷେତ୍ରରେ ହେଉ । ସେଥିମଧ୍ୟରୁ ତୁଳସୀ ଗଛ ଅଶ୍ୱତ୍ଥ ଗଛ ଏମିତି ଅନେକ ଗଛ ରହିଛି । ଧନତେରସ ଏବଂ ଦୀପାବଳି ସମୟ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ କରିବାକୁ ଉପଯୁକ୍ତ ସମୟ ହୋଇଥାଏ । ତେଣୁ ଏହି ସମୟରେ କେଉଁ ଗଛର ଚେର ତାବିଜରେ ଧାରଣ କଲେ ଶୁଭ ଫଳ ମିଳିଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିହୁ ।

୧ . ଚମେଲି ଗଛର ଚେର:-

ଏହି ଗଛର ଚେରରେ ଦୈବୀ ଶକ୍ତି ରହିଥାଏ ଏବଂ ଏହି ଗଛରେ ଭଗବାନ ହନୁମାନ ରାମଙ୍କୁ ବାସ କରନ୍ତି । ତେଣୁ ଯଦି କେହି ବ୍ୟକ୍ତି ମନ୍ତ୍ର ସିଦ୍ଧ କରିବାକୁ , ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ କିମ୍ବା ଆରୋଗ୍ୟ ପ୍ରାପ୍ତ କରିବାକୁ ଚାହୁଁଥାନ୍ତି ତେବେ ତେବେ ଏହି ଗଛର ଚେର ଘରକୁ ନେଇ ଆସିବା ଉଚିତ । ଏହି ଗଛର ଚେରକୁ ଆଣି ପୂଜା କରି ରୁପାର ତାବିଜରେ ପୁରାଇ ଧାରଣ କଲେ ଦୈବୀ ଶକ୍ତି ଏବଂ ଅଲୌକିକ ଶକ୍ତିର ପ୍ରାପ୍ତ ହୋଇଥାଏ ।

୨ . ଅପାମାର୍ଗ ଗଛର ଚେର:-

ଏହି ଗଛର ମଞ୍ଜି ଓଲଟା ରହିଥିବାର ଏହାକୁ ଅପାମାର୍ଗ ଗଛ କୁହାଯାଏ । ଏହି ଗଛର ମଞ୍ଜିକୁ ଖିରି ବନାଇ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ । ଯଦି ଆପଣ ଏହି ଗଛର ଚେରକୁ ତାବିଜରେ ପୁରାଇ ଧାରଣ କରନ୍ତି ତେବେ ଶତ୍ରୁ ନାଶ ହେବା ସହିତ ଆପଣଙ୍କ ପ୍ରତି ଲୋକେ ଆକୃଷ୍ଟ ହୁଅନ୍ତି ଏବଂ ଯଦି ଆପଣ କାହାକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି ତେବେ ଏହି ଗଛର ଚେରକୁ ଧାରଣ କରନ୍ତୁ । ଏହାକୁ ଧାରଣ କରିଵା ଦ୍ୱାରା ଶନି ରାହୁ କେତୁ ଏମିତିକି ନବ ଗ୍ରହ ପୀଡ଼ା ମଧ୍ୟ ଦୂର ହୋଇଥାଏ ।

୩ . ବରଗଛ ଓହଳ:-

ଆଧ୍ୟାତ୍ମିକ ଦୃଷ୍ଟିରୁ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ବରଗଛରେ ସବୁ ଦେବଦେବୀଙ୍କ ସମେତ ପିତୃ ପୁରୁଷଙ୍କର ମଧ୍ୟ ବାସ ହୋଇଥାଏ । ଏହି ଗଛକୁ ମହାଦେବଙ୍କ ସ୍ୱରୂପ ମନାଯାଏ । ଯଦି ଆପଣଆଧ୍ୟାତ୍ମିକ ଉନ୍ନତି ପାଇବାକୁ ଚାହୁଁଛନ୍ତି ତେବେ ବରଗଛର ଜଟା ନିଶ୍ଚୟ ଧାରଣ କରନ୍ତୁ ।

୪ . ଧଳା ଅରଖ ଗଛର ଚେର:-

ଏହି ଗଛକୁ ଭଗବାନ ଗଣେଶଙ୍କ ସ୍ୱରୂପ ମାନାଯାଏ । ପୁରୁଣା ଅରଖ ଗଛର ଚେର ଭଗବାନ ଗଣେଶଙ୍କ ସ୍ୱରୂପ ନେଇ ଯାଇଥାଏ । ତେଣୁ ଯଦି ଆପଣ ଋଦ୍ଧି ସିଦ୍ଧି ଶୁଭଲାଭ ପାଇବାକୁ ଚାହୁଁଥାନ୍ତି ତେବେ ଏହି ଦୀପାବଳି କିମ୍ବା ଧନତେରସରେ ଏହି ଅରଖ ଗଛର ଚେରକୁ ନେଇ ଆସନ୍ତୁ । ଏହାକୁ ଧାରଣ କଲେ ନବ ଗ୍ରହ ପୀଡ଼ା ଦୂର ହୋଇଥାଏ ।

୫ . ଅପରାଜିତା ଗଛର ଚେର:-

ଅପରାଜିତା ଗଛର ଫୁଲ ମାତା ଲକ୍ଷ୍ମୀଙ୍କର ଖୁବ ପ୍ରୀୟ ହୋଇଥାଏ। ତେଣୁ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଏହି ଅପରାଜିତା ଗଛର ଚେରକୁ ତାବିଜରେ ପୁରାଇ ଧାରଣ କରି ପାରିବେ । ଏହାଦ୍ବାରା ଭାଗ୍ୟ ଖୋଲିଯାଏ ଏବଂ ଚାକିରୀ ମଧ୍ୟ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଆଧ୍ୟାତ୍ମିକ ଉନ୍ନତି ମଧ୍ୟ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *