Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳିରେ ଭୁଲରେବି କରନ୍ତୁ ନାହିଁ ଏହି ତିନୋଟି କାମ । କେବଳ ଏହି ଛୋଟ ଜିନିଷ କରନ୍ତୁ ଅର୍ପିତ । ସବୁ ମନସ୍କାମନା ହେବ ପୂରଣ ।

ସେୟାର୍ କରନ୍ତୁ

ଦୀପାବଳି ଦିନ ମାତାଙ୍କୁ କିଛି ବିଶେଷ ତିନି ପ୍ରକାରର ଜିନିଷ ଅର୍ପିତ କଲେମ ମାତା କ୍ରୋଧିତ ହେବେ । ତେବେ କହିରଖିବୁ ଯେ ଚଳିତ ବର୍ଷ ଧନତେରସ ନଭେମ୍ବର ୧୦ ରୁ ୧୧ ପର୍ଯ୍ୟନ୍ତ ପାଳିତ ହେବ ଏବଂ ପୂଜାର ସଠିକ ସମୟ ନଭେମ୍ବର ୧୦ ସନ୍ଧ୍ୟା ୬ ରୁ ୮ ମଧ୍ୟରେ ଅଟେ । ତେବେ ଆଜିକାର ଏହି ଲେଖାରେ ମାତା ଲକ୍ଷ୍ମୀଙ୍କୁ ଏହିଦିନ କେଉଁ ଜିନିଷ ଅର୍ପିତ କରିବା ଅନୁଚିତ ସେହି ବିଷୟରେ କହିବୁ । ନଚେତ ଘୋର ପାପ ଲାଗିଥାଏ । ତେବେ ଚାଲନ୍ତୁ ଜାଣିନେବା ।

୧ . ଯଦି ଆପଣ ପୂଜା କରିବାକୁ ଅସମର୍ଥ ତେବେ ଆପଣ ପୂଜା ନକରିବା ଭଲ । କିନ୍ତୁ କେବେବି ଧାର କରଜ ନେଇ ପୂଜା କରନ୍ତୁ ନାହିଁ । ନଚେତ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । କରଜ କରି କରିଥିବା ପୂଜାରେ ମାତା ଲକ୍ଷ୍ମୀ କେବେବି ସନ୍ତୁଷ୍ଟ ହୁଅନ୍ତି ନାହିଁ ।

୨ . ପୂଜା ନିମିତ୍ତ ବଜାରରୁ ନୂଆ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ଆଣୁଥିଲେ ଧ୍ୟାନ ଦେବେ ଯେପରି ତାହା ଖଣ୍ଡିତ ହୋଇ ନଥିବ । କାରଣ ଖଣ୍ଡିତ ମୂର୍ତ୍ତିକୁ ପୂଜା କଲେ ପୂଜାର ଫଳ ମିଳି ନଥାଏ ।

୩ . ମାତା ଲକ୍ଷ୍ମୀଙ୍କୁ ସ୍ଥାପନ କରିବା କରିବା ସମୟରେ ଚୌକି ଉପରେ ସର୍ବଦା ନାଲି କପଡ଼ା ବିଛାଇବା ଉଚିତ । ଭୁଲରେବି ଧଳା କପଡ଼ା ବିଛାନ୍ତୁ ନାହିଁ ।

୪ . ଦୀପାବଳିରେ ଘରକୁ ନିଶ୍ଚୟ ନଡ଼ିଆ ଆଣିବା ଉଚିତ ଏବଂ ଏହା ଜଟା ଯୁକ୍ତ ହୋଇଥିବା ଆବଶ୍ୟକ । ମାତା ଲକ୍ଷ୍ମୀଙ୍କୁ ନଡ଼ିଆ ଖୁବ ପ୍ରିୟ ହୋଇଥାଏ ।

୫ . ମାତା ଲକ୍ଷ୍ମୀଙ୍କ ପୂଜାରେ ନାସପାତି ଭୁଲରେବି ଲଗାନ୍ତୁ ନାହିଁ । ନଚେତ ଏହାଦ୍ବାରା ପାପ ଲାଗିଥାଏ ।

୬ . ଦୀପାବଳିରେ ମାତାଙ୍କୁ ଅକ୍ଷତ ଅର୍ପିତ କରି ପାରିବେ । ମାତ୍ର ତାହା ଯେମିତି ଖଣ୍ଡିତ ହୋଇ ନଥିବ ।

୭ . ମାତା ଲକ୍ଷ୍ମୀଙ୍କୁ ଭୁଲରେବି ତୁଳସୀ ଅର୍ପିତ କରନ୍ତୁ ନାହିଁ । ନଚେତ ଏହାଦ୍ବାରା ପାପ ଲାଗିଥାଏ ।

୮ . ମାତା ଲକ୍ଷ୍ମୀଙ୍କ ପୂଜା ଦିନ ଘରେ ପିଆଜ ରସୁଣ ଅର୍ଥାତ ତାମସିକ ଭୋଜନ ନବନାଇ କ୍ଷୀରି ପୁରୀ ମିଠା ଭୋଗ ବନାଇ ପାରିବେ ।

୯ . ଦୀପାବଳିରେ ବିବାହିତା ମହିଳା ନାଲି , ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରି ପାରିବେ । ମାତ୍ର ଭୁଲରେବି ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ । କାରଣ ଏହା ମହିଳାଙ୍କ ବିଧବା ବସ୍ତ୍ର ହୋଇଥାଏ । ଏହିଦିନ ନୀଳ କିମ୍ବା କଳା ବସ୍ତ୍ର ଧାରଣ କରିବା ମଧ୍ୟ ଅଶୁଭ ହୋଇଥାଏ ।

୧୦ . ଦୀପାବଳିରେ ମହିଳା ମାନେ ପାଦରେ ପାଉଁଜି ଧାରଣ କରିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହୁଅନ୍ତି ।

୧୧ . ମାସିକ ଧର୍ମ ସମୟରେ ଲକ୍ଷ୍ମୀ ପୂଜନ ବର୍ଜିତ ଅଟେ । ଏହି ସମୟରେ ଆପଣ ପୂଜାରେ ବସି ପାରିବେ ମାତ୍ର ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ । ଆପଣ ଶାରୀରିକ ଭାବରେ ସକ୍ଷମ ନଥିଲେ ଅନ୍ୟ କେହି ବ୍ୟକ୍ତି ଦ୍ୱାରା ପୂଜା କରାଇ ପାରିବେ ।

୧୨ . ମାତା ଲକ୍ଷ୍ମୀଙ୍କ ପୂଜାରେ କୋଏନ ରଖିବା ଅତ୍ୟନ୍ତ ଜରୁରୀ । ଆପଣ ରୁପାର କୋଏନ କିମ୍ବା ସୁନାର କୋଏନ ରଖିବାକୁ ଅସମର୍ଥ ଥିଲେ କୌଣସି ଏକ ଟଙ୍କିଆ କୋଏନ ମଧ୍ୟ ରଖି ପାରିବେ । ନଚେତ ପୂଜା ସମ୍ପୂର୍ଣ୍ଣ ହେବ ନାହିଁ ।

୧୩ . ଦୀପାବଳିରେ ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଏବଂ ଗୋଲାପ ଫୁଲ ଅର୍ପିତ କରିବା ଉଚିତ । ଏହାଦ୍ବାରା ମାତା ଖୁବ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଦୀପାବଳିରେ ଭଗବାନ ଗଣେଶଙ୍କୁ ଦୁବ ଘାସ ନିଶ୍ଚୟ ଅର୍ପିତ କରିବା ଉଚିତ । ଏହାଦ୍ବାରା ବ୍ୟକ୍ତିର ଭାଗ୍ୟ ବଦଳିଯାଏ।

୧୪ . ଶୁଖି ଯାଇଥିବା କିମ୍ବା ମଉଳି ଯାଇଥିବା ଫୁଲ ମାତାଙ୍କୁ ଆଦୋୖ ଅର୍ପିତ କରନ୍ତୁ ନାହିଁ । ପାଞ୍ଚ ପ୍ରକାରର ମିଠା ଏବଂ ପାଞ୍ଚ ପ୍ରକାରର ଫଳ ମାତାଙ୍କୁ ଅର୍ପିତ କରିବାକୁ ଅସମର୍ଥ ଥିଲେ ମନ ପସନ୍ଦର ଭୋଗ ତିଆରି କରି ଅର୍ପିତ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *