Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସ ଦିନ ସୁନା ରୁପାର ଆଭୂଷଣ ସହିତ କିଣି ନିଅନ୍ତୁ ଏହି ପାଞ୍ଚ ଟଙ୍କିଆ ଜିନିଷ । ମାତା ଲକ୍ଷ୍ମୀ କରିବେ ଧନ ବର୍ଷା ।

ସେୟାର୍ କରନ୍ତୁ

ଧନତେରସ ଏକ ଏପରି ପର୍ବ ଅଟେ ଯେଉଁଦିନ ଆପଣ କିଛି ନା କିଛି ଜିନିଷ କିଣି ଘରକୁ ଆଣିବା ଉଚିତ । ତେବେ ସାଧରଣତଃ ଲୋକେ ଭାବନ୍ତ ଯେ କେବଳ ସୁନା ରୁପା ଭଳି ଦାମୀ ଜିନିଷ ହିଁ ଘରକୁ ଆଣିହେବ ତାହା ନୁହେଁ । ଧନତେରସରେ ଖୁହ କମ ମୁଲ୍ୟର ଜିନିଷ ମଧ୍ୟ ଆପଣ କିଣିପାରିବେ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ପ୍ରତ୍ୟେକ ବର୍ଷ ଧନତେରସ ଦୀପାବଳିର ଦୁଇ ଦିନ ପୂର୍ବରୁ ଏବଂ ଚଳିତ ବର୍ଷ ଏହା ନଭେମ୍ବର ୧୦ ରେ ପାଳିତ ହେବ । ଏହିଦିନ ଧନତେରସ ପୂଜା ସନ୍ଧ୍ୟା ୬ ରୁ ୮ ମଧ୍ୟରେ ଅନୁଷ୍ଠିତ ହେବ । ଏହିଦିନ ସୁନା ରୁପାର ଦାମୀ ଜିନିଷ ବ୍ୟତୀତ ଆପଣଙ୍କଟ ଟଙ୍କା ଅଭାବ ଥିଲେ କେବେଳ ଦୁଇ ଟଙ୍କାରେ ଜିନିଷ କିଣି ଆପଣ ଘରକୁ ଆଣି ପାରିବେ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହି ଖାସ ଜିନିଷ ବିଷୟରେ କହିବୁ ।

୧ . ପ୍ରଥମତଃ ଘରେ କୌଣସି ପୁରୁଣା ଏବଂ ଛିଡ଼ି ଯାଇଥିବା କ୍ୟାଲେଣ୍ଡର ରଖନ୍ତୁ ନାହିଁ ଏବଂ ନୂଆ କ୍ୟାଲେଣ୍ଡରରେ ପୁରୁଣା ମାସର ପୃଷ୍ଠାକୁ ଖୋଲି ରଖନ୍ତୁ ନାହିଁ । ଘରେ କୌଣସି ବନ୍ଦ ହୋଇଯାଇଥିବା ଘଣ୍ଟା ରଖନ୍ତୁ ନାହିଁ ନଚେତ ଏହା ଆପଣଙ୍କ ଉନ୍ନତିରେ ବାଧା ଦେବ ।

୨ . ଯେଉଁଠି ସ୍ୱଚ୍ଛତା ଥାଏ ସେଠାରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତେଣୁ ଦୀପାବଳି ଧନତେରସ ରେ ଘରକୁ ପରିଷ୍କାର ରଖନ୍ତୁ ଏବଂ ଘରେ କୌଣସି ଭଙ୍ଗା ଜିନିଷ ରଖନ୍ତୁ ନାହିଁ । ନଚେତ ଘରକୁ ମାତା ଲକ୍ଷ୍ମୀଙ୍କ ବଦଳରେ କୁଲକ୍ଷ୍ମୀ ଦାରିଦ୍ର୍ୟତା ନେଇ ଆସିବ । ଯାହା ଆପଣଙ୍କ ଉନ୍ନତିକୁ ମଧ୍ୟ ଅଟକାଇ ଦେବ । ଏହାବ୍ୟତୀତ ଘରେ କ୍ଳେଶ ଜନ୍ମ ହେବ । ତେଣୁ ଦୀପାବଳି ପୂର୍ବରୁ ଏବଂ ସେହି ଦିନ ଘରେ ଗଙ୍ଗା ଜଳ ସିଞ୍ଚି ଘରକୁ ଶୁଦ୍ଧ କରନ୍ତୁ । ଏହାବ୍ୟତୀତ ଧୂପ , ଗୋବର ଟେଳା , ଝୁଣା ଇତ୍ୟାଦି ଜାଳିବା ସହିତ ଘରେ ଗୋମୂତ୍ର ମଧ୍ୟ ସିଞ୍ଚି ପାରିବେ ।

କିଛି ଜିନିଷ ଏପରି ରହିଛି ଯାହାକୁ ଘରକୁ ନେଇ ଆସିବା ଉଚିତ ।

୧ . ଏହି ଦିନରେ ମାଟିର କଳସ ଘରକୁ ଆଣି ସ୍ଥାପନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାକୁ ଉତ୍ତର ଦିଗରେ ପାଣି ଭରି ରଖନ୍ତୁ ଏବଂ ଦୀପାବଳିର ପ୍ରତ୍ୟେକ ସନ୍ଧ୍ୟାରେ ଏକ ଶୁଦ୍ଧ ଘିଅ ଦୀପ ନିଶ୍ଚୟ ଜାଳି ଦିଅନ୍ତୁ । ଏପରି କଲେ କେବେ ଧନର ଅଭାବ ହେବ ନାହିଁ।

୨ . ଦୀପାବଳିରେ ଘରକୁ ଦକ୍ଷିଣାବର୍ତ୍ତି ଶଙ୍ଖ କିଣି ନିଶ୍ଚୟ ଆଣନ୍ତୁ । ଶାସ୍ତ୍ର ଅନୁଯାୟୀ ଦକ୍ଷିଣା ବର୍ତ୍ତି ଶଙ୍ଖ ସମୁଦ୍ର ମନ୍ଥନ ସମୟରେ ବାହାରି ଥିବା ଚତୁର୍ଦଶ ରତ୍ନ ବୋଲି କୁହାଯାଏ । ଏହାକୁ ଘରେ ଆଣି ରଖିଲେ ଧନ ଧାନ୍ୟର କେବେବି ଅଭାବ ହୁଏନାହିଁ । ଯଦି ଆପଣ ଏଥିରେ କ୍ଷୀର ନେଇ ଶାଳିଗ୍ରାମ କିମ୍ବା ମାତା ଲକ୍ଷ୍ମୀଙ୍କ ଅଭିଷେକ କରନ୍ତି ତେବେ ଧନ ପ୍ରାପ୍ତି ହେବ । ଘରକୁ କେବେ ଦାରିଦ୍ର୍ୟତା ଆସିବ ନାହିଁ ।

୩ . ସବୁଠାରୁ ଶସ୍ତା ଜିନିଷ ଯାହା ଆପଣ ଏହିଦିନ ଆଣି ପାରିବେ ତାହା ହେଉଛି କୋମଳ ପୁଷ୍ପ ମଞ୍ଜିରେ ତିଆରି ମାଳା । ଏହା ମାତା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏହାଦ୍ବାରା ଆପଣଙ୍କୁ ଧନ ଲାଭ ମଧ୍ୟ ହେବ ।

୪ . ଧନତେରସ ଦିନ ଘରକୁ ଧାର୍ମିକ ପୁସ୍ତକ ନେଇ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଧନନ୍ତରି ପ୍ରସନ୍ନ ହେବେ ଏବଂ ଏହିଦିନ ଔଷଧି କିଣି ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ପରିବାରର ସଦସ୍ୟଙ୍କ ଆରୋଗ୍ୟ ପ୍ରାପ୍ତ ହେବ ।

୫ . ଏହିଦିନ ଘରକୁ ନିଶ୍ଚୟ ଝାଡୁ ନେଇ ଆସନ୍ତୁ ଏବଂ ତାହାକୁ ପୂଜା କରି ବ୍ୟବହାର କରିବା ଆରମ୍ଭ କରନ୍ତୁ । ଝାଡୁକୁ ମାତା ଲକ୍ଷ୍ମୀଙ୍କ ସହିତ ଯୋଡ଼ା ଯାଇଛି । ତେଣୁ ଏହାକୁ ଘରକୁ ଆଣିଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ ଏବଂ ଘରକୁ କେବେ ଦାରିଦ୍ର୍ୟତା ଆସିବ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *