Excuse Me Odisha

ଯାହା କହିବୁ ସତ କହିବୁ

ନଭେମ୍ବର ୧୨ ଶୁଭ ଦୀପାବଳି ହେବ ଏହି ଚାରୋଟି ରାଶି ପାଇଁ ଅତ୍ୟନ୍ତ ଶୁଭ । ଏହି ରାଶି ହେବେ କୋଟିପତି ।

ସେୟାର୍ କରନ୍ତୁ

ଚଳିତ ବର୍ଷ ଦୀପାବଳି ନଭେମ୍ବର ୧୨ ରେ ପାଳିତ ହେବ । ଏହିଦିନ ଏକ ଦୁର୍ଲଭ ସଂଯୋଗ କାରଣରୁ ମାତା ଲକ୍ଷ୍ମୀଙ୍କ କୃପା ସମଗ୍ର ୧୨ ଟି ରାଶି ମଧ୍ୟରୁ ଚାରୋଟି ରାଶି ଉପରେ ପଡ଼ିବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତାଙ୍କ ଅସୀମ କୃପା ବର୍ଷା ହେବା ସହିତ ଏହି ବ୍ୟକ୍ତିଙ୍କ ଜୀବନରୁ ଦୁଃଖ ଦାରିଦ୍ର୍ୟତା ସବୁ ଦୂର ହୋଇଯିବ । ପ୍ରତ୍ୟେକ ବର୍ଷ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ଆଲୋକର ପର୍ବ ଦୀପାବଳି ପାଳିତ ହୋଇଥାଏ । ଏହିଦିନ ମାତା ଲକ୍ଷ୍ମୀଙ୍କର ପୂଜା ପ୍ରଦୋଷ କାଳରେ କରାଯାଇଥାଏ । ଏହାବ୍ୟତୀତ ନଭେମ୍ବର ୧୦ ରେ ଧନତେରସ , ୧୧ ରେ ଛୋଟ ଦୀପାବଳି , ୧୨ ରେ ଦୀପାବଳି , ୧୩ ରେ ଗୋବର୍ଦ୍ଧନ ପୂଜା ଏବଂ ୧୪ ରେ ଭାତୃତୀୟା ପାଳିତ ହେବ ।

ଦୀପାବଳି ଦିନ ସମ୍ପୂର୍ଣ୍ଣ ବିଧି ବିଧାନର ସହିତ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜା କରାଯାଏ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାର ସଠିକ ମୁହୂର୍ତ୍ତ ହେଉଛି ସନ୍ଧ୍ୟା ୬.୧୧ ରୁ ୮.୧୫ । ଦୀପାବଳି ଚାରୋଟି ରାଶି ପାଇଁ ସୌଭଗ୍ୟ ନେଇ ଆସିବ । ଯେଉଁ ସବୁ ରାଶି ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧ . ମେଷ ରାଶି:-

ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ , ପରିବାରରେ ଖୁସିର ବାତାବରଣ ରହିବ , ପରିବାରର ସବୁ ସମସ୍ୟା ଦୂର ହେବ । ବ୍ୟାପାରି ଏବଂ ସାଧାରଣ ଲୋକଙ୍କୁ ସବୁ କ୍ଷେତ୍ରରୁ ଧନ ଲାଭ ହୋଇପାରେ । ନୂତନ କାର୍ଯ୍ୟ ଆରମ୍ଭ ପାଇଁ ସମୟ ଅନୁକୂଳ ରହିଛି ଯାହା । ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ହେବା ସହିତ କରଜ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ ।

୨ . କନ୍ୟା ରାଶି:-

ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଅପାର ଖୁସି ଆସିବ ଏବଂ ଆର୍ଥିକ ଲାଭର ସଂଯୋଗ ରହିଛି । ବ୍ୟାପାରି ମାନେ ବ୍ୟାପାରରେ ଲାଭ ପାଇବା ସହିତ ଆପଣ ନିଜ ଜୀବନସାଥୀ ଠାରୁ ଖୁସି ଖବର ପାଇ ପାରନ୍ତି । ଚାକିରୀ ନଥିଲେ ଚାକିରୀ ପାଇବେ ଏବଂ ଚାକିରୀ ଥିଲେ ସେଥିରେ ପଦୋନ୍ନତି କିମ୍ବା ଦରମା ବୃଦ୍ଧି ହେବାର ଯୋଗ ରହିଛି । ଏହି ସମୟରେ ଆପଣ ନୂଆ ଯାନବାହନ , ଘର ଏବଂ ସମାଜରେ ସମ୍ମାନ ମଧ୍ୟ ପ୍ରାପ୍ତ କରି ପାରନ୍ତି ।

୩ . ତୁଳା ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଅପାର କୃପା ହେତୁ ସବୁ ସମସ୍ୟା ଦୂର ହେବା ସହିତ ଆର୍ଥିକ ସ୍ଥିତିରେ ମଧ୍ୟ ମଜବୁତ ହେବେ । ଧନ ଲାଭ କ୍ଷେତ୍ରରେ ଆପଣଙ୍କ ମାର୍ଗରେ ଆସୁଥିବା ବାଧା ଦୂର ହେବ । ଆୟର ନୂଆ ସ୍ରୋତ ପ୍ରାପ୍ତ ହେବ । ବ୍ୟାପାର ଆରମ୍ଭ କରିବାକୁ କରୁଥିବା ଯୋଜନାକୁ ନିଶ୍ଚୟ କାର୍ଯ୍ୟକାରୀ କରନ୍ତୁ , ସଫଳ ହେବେ ।

୪ . କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ବଜାୟ ରହିବ । ସବୁ କାର୍ଯ୍ୟରେ ସଫଳତା ମିଳିବ । ଏମିତିକି ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସଫଳ ହେବ । ଯଦି ଆପଣ କାହାକୁ ଟଙ୍କା ଧାର ଦେଇଛନ୍ତି ତେବେ ଆପଣ ତାହା ଫେରି ପାଇବେ । ମାତା ଲକ୍ଷ୍ମୀଙ୍କ କୃପାରୁ ଧନ ଲାଭର ଯୋଗ ରହିଛି । ତେଣୁ ଆପଣଙ୍କର ଆର୍ଥିକ ସମୃଦ୍ଧି ହେବ ଏବଂ ବ୍ୟାପାରରେ ହଠାତ ଧନ ଲାଭ ମଧ୍ୟ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *