Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସରେ ଏହି ଗଛର ମୂଳକୁ ଲଗାନ୍ତୁ ଘରେ, ଏହାର ମୂଳରେ ରହିଛି ଧନକୁ ଆକର୍ଷିତ କରିବାର ରହିଛି ପୁରା କ୍ଷମତା ।

ସେୟାର୍ କରନ୍ତୁ

ଧନତେରସ ଦିନ ଏକ ଖାସ ଗଛର ଚେର ଆଣି ଧାରଣ କଲେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଏବଂ ଏହିଦିନ କିଛି ଏପରି ଗଛ ରହିଛି ଯାହାକି ଯଦି ଆପଣ ଘରକୁ ଆଣି ଲଗାନ୍ତି ତେବେ ଘରକୁ ଧନର ଆଗମନ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ରମା , କାର୍ତ୍ତିକ ଦ୍ଵାଦଶୀରେ କାମଧେନୁ ଗାଈ , ତ୍ରୟୋଦଶୀରେ ଧନନ୍ତରୀ ଏବଂ କାର୍ତ୍ତିକ ଅମବାସ୍ୟାରେ ସମୁଦ୍ର ମନ୍ଥନରୁ ଜନ୍ମ ହୋଇଥିଲା । ତେଣୁ ଦୀପାବଳି ପୂର୍ବ ଦିନ ଧନନ୍ତରିଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ । ଏହିଦିନ କିଛି ଜିନିଷ ଘରକୁ କିଣି ଆଣିଲେ ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହୁଅନ୍ତି । ଏହିଦିନ ପିତ୍ତଳ କିମ୍ବା ଅନ୍ୟ ଧାତୁରେ ବାସନ କୁସନ କିଣିଲେ ସୁଖ ସମୃଦ୍ଧି ଏବଂ ଆରୋଗ୍ୟ ପ୍ରାପ୍ତ ହୋଇଥାଏ ।

ଅଧିକ ଦାମୀ ଜିନିଷ କିଣିବାକୁ ସକ୍ଷମ ନଥିଲେ ଅଳ୍ପ ଧଣିଆ କିଣି ଘରେ ରଖି ପାରିବେ । ଏହାଦ୍ବାରା ମାତା ଲକ୍ଷ୍ମୀ ଆକର୍ଷିତ ହୁଅନ୍ତି । ଧନତେରସ ଦିନ ତେରଟି ଦୀପ ଜାଳି ମାତା ଲକ୍ଷ୍ମୀ ଏବଂ ଭଗବାନ କୁବେରଙ୍କ ପୂଜା କଲେ ଆଶୀର୍ବାଦ ସ୍ୱରୂପ ଧନ ସମ୍ପତ୍ତି ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହିଦିନ ୧୩ ଟି କଉଡ଼ି ଆଣି ସେଥିରେ ହଳଦୀ ଲଗାଇ କିମ୍ବା ତେରଟି କୋଏନ ଆଣି ସେଥିରେ ହଳଦୀ ଏବଂ କେଶର ଲଗାଇ ଏକ କପଡ଼ାରେ ରଖି ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ଧନରେ ବୃଦ୍ଧି ହୋଇଥାଏ । ଏହାବ୍ୟତୀତ କିଛି ଗଛ ଅଛି ଯାହାକୁ ଏହିଦିନ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ ଆକର୍ଷିତ ହୁଅନ୍ତି ।

୧ . ବିଷ୍ଣୁ କୋମଳ:-

ଏହି ଗଛ ଯେଉଁ ଘରେ ଲଗାଯାଇ ଥାଏ ସେଠାରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହି ଗଛ ଘରେ ଲାଗିଲେ ସେହି ଘରେ ସୁଖ ସମୃଦ୍ଧି ବଜାୟ ରହିବା ସହିତ ଭଗବାନ ବିଷ୍ଣୁ ମଧ୍ୟ ବାସ କରନ୍ତି । ଧନତେରସରେ ଏହି ଗଛ ଘରେ ଲଗାଇବା ଶୁଭ ସଂଯୋଗ ଆଣିଥାଏ ।

୨ . ଲକ୍ଷ୍ମୀ କୋମଳ:-

ଏହି ଗଛକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ ଏବଂ ଏହି ଗଛ ଘରେ ଲଗାଇଲେ ଧନ ବୈଭବ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଯଦି ଆପଣ ବିଷ୍ଣୁ କୋମଳ ଏବଂ ଲକ୍ଷ୍ମୀ କୋମଳ ଗଛକୁ ଏକା ସାଥିରେ ଘରେ ଲଗାନ୍ତି ତେବେ ଘରେ ଉଭୟ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

୩ . କୁବେର କନ୍ଦ:-

ଏହି ଗଛକୁ କୁବେରଙ୍କ ପ୍ରତୀକ ଭାବରେ ମଧ୍ୟ ମାନା ଯାଏ । ଏହି ଗଛକୁ ଘରର ମୁଖ୍ୟଦ୍ୱାରରେ ରଖିବା ଲାଭଦାୟକ ହୋଇଥାଏ । ଏହାକୁ ଘରେ ଲଗାଇଲେ ଧନ ପ୍ରାପ୍ତି ହୋଇଥାଏ ଏବଂ ଘରେ ସ୍ୱୟଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହି ଗଛକୁ ଘରର ସୁରକ୍ଷା କବଚ ମଧ୍ୟ ମାନାଯାଏ । ଏଥିରେ ଧନକୁ ଆକର୍ଷିତ କରିବାର କ୍ଷମତା ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *