Excuse Me Odisha

ଯାହା କହିବୁ ସତ କହିବୁ

ଚଳିତ ବର୍ଷ ଆବଶ୍ୟକ ନାହିଁ ସୁନା ରୁପା କିଣିବା । କେବଳ କରି ଦିଅନ୍ତୁ ଏହି ଗୋଟିଏ ମହା ଉପାୟ । ପୁରା ବର୍ଷ ବର୍ଷିବ ଧନ ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଧନତେରସରେ କରିବା ଭଳି କିଛି ମହା ଉପାୟ ବିଷୟରେ କହିବୁ । ଯାହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇ ପାରିବ । ଶାସ୍ତ୍ରରେ କାର୍ତ୍ତିକ ମାସ ଅତ୍ୟନ୍ତ ଶ୍ରେଷ୍ଠ ଅଟେ ଏବଂ ଏହାକୁ ଧର୍ମର ମାସ କୁହାଯାଏ । ଏଭଳି ମାନ୍ୟତା ରହିଛି ଯେ ଏହି କାର୍ତ୍ତିକ ମାସରେ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଭଗବାନ ବିଷ୍ଣୁଙ୍କ ଚିନ୍ତନ କରି ଗୋଟିଏ ଓଳି ଭୋଜନ କରିଥାଏ ସେହି ବ୍ୟକ୍ତିର ଦୁର୍ଭାଗ୍ୟ ଦୂର ହୋଇଥାଏ ଏବଂ ସେହି ବ୍ୟକ୍ତି ଉପରେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ବଜାୟ ରହିଥାଏ । ଏଥର ଧନତେରସ ଅର୍ଥାତ ଧନ ତ୍ରୟୋଦଶୀ ନଭେମ୍ବର ୧୦ ଗୁରୁବାର ଏବଂ ନଭେମ୍ବର ୧୧ ଶୁକ୍ରବାର ପଡ଼ୁଛି ।

ତେବେ ଶୁକ୍ରବାର ଦିନ ୧୨.୩୬ ଠାରୁ ଶନିବାର ୧.୫୮ ପର୍ଯ୍ୟନ୍ତ କିଛି ଖାସ ଉପାୟ କରି ଆପଣ ମାତା ଲକ୍ଷ୍ମୀଙ୍କ କୃପା ପାଇ ପାରିବେ । ଏହି ମହାଉପାୟ ପାଇଁ ଆବଶ୍ୟକ ଅଧା ମିଟର ଲମ୍ବର ଏକ ନାଲି ଭେଲଭେଟ କପଡ଼ା , ନାଲି ସିନ୍ଦୁର , କଳା ହଳଦୀ , ପାଞ୍ଚଟି ଗୋମତି ଚକ୍ର ଏବଂ ଗୋଲାପ ଫୁଲ , ଗୋଟିଏ କୋଏନ ଏବଂ ପାଞ୍ଚଟି ଫୁଲ ଥିବା ଲବଙ୍ଗ ନେଇ ନିଅନ୍ତୁ । ଶୁକ୍ରବାର ୧୨.୩୬ ପରେ କିମ୍ବା ଶନିବାର ସକାଳୁ ଉଠି ସ୍ନାନ ସାରି ସୂର୍ଯ୍ୟ ଦେବ ଏବଂ ମାତା ବୃନ୍ଦାବତୀଙ୍କୁ ପୂଜା କରିବା ସହିତ ଶୁଦ୍ଧ ଗାଈ ଘିଅର ଦୀପ ଜାଳି ଦିଅନ୍ତୁ । ସେହିସବୁ ଜିନିଷକୁ ନାଲି କପଡ଼ାରେ ଗୁଡ଼ାଇ ଏକ ଉଚ୍ଚ ଚୌକି ଉପରେ ରଖି ନିଜେ ଏକ ଆସନ ବିଛାଇ ଉତ୍ତେ ଦିଗକୁ ମୁହଁ କରି ବସନ୍ତୁ ଏବଂ ଦୀପ ଏବଂ ଧୂପ କିମ୍ବା ଝୁଣା ଜାଳି ଦିଅନ୍ତୁ । ଏହାପରେ ଏକ ଖାସ ମନ୍ତ୍ର –

ଓଁହ୍ରୀଂ ଶ୍ରୀଙ୍ଗ ହ୍ରୀଂ ମହାଲକ୍ଷ୍ମୈ ନମଃ ।।

ଏହାକୁ ପଦ୍ମଫୁଲ ମଞ୍ଜିର ମାଳା କିମ୍ବା ରୁଦ୍ରକ୍ଷ ମାଳାରେ ତିନି ମାଳା ଅର୍ଥାତ ୩୨୪ ଥର ଜପ କରନ୍ତୁ । ଏହାପରେ ହାତରେ ଜଳ ଧରି ମନ୍ତ୍ର କହି ମାତା ଭଗବତୀ ଅନ୍ନପୂର୍ଣ୍ଣାଙ୍କୁ ଜଳ ଦେଇ ଦିଅନ୍ତୁ । ଏହାପରେ ଆପଣ ନିଜେ ଏକ ହୋମ କରିବେ । ଏକ ବାଲିରେ ବେଦୀ ତିଆରି କରି କାଠ ଖଞ୍ଜି ଘିଅରେ ଆହୁତି ଦେଇ ଦିଅନ୍ତୁ । ଏହି ସମୟରେ ସେହି ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରି ଦିଅନ୍ତୁ । ଏହାପରେ ହୋମର ଭସ୍ମ ନେଇ ନିଜ ମସ୍ତକରେ ଲଗାଇବା ସହିତ ଘରର ସବୁ ସଦସ୍ୟଙ୍କ ମସ୍ତକରେ ଲଗାଇ ଦିଅନ୍ତୁ । ନାଲି କପଡ଼ାରେ ନେଇଥିବା ଜିନିଷକୁ ବ୍ୟବସାୟ ସ୍ଥାନରେ କିମ୍ବା ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖି ପୁରୋହିତ କିମ୍ବା କୌଣସି ଗରିବ ଲୋକଙ୍କୁ ଅରୁଆ ଚାଉଳ , ଘିଅ କିମ୍ବା ସବୁଜ ପନିପରିବା ଦାନ କରି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର କେବେବି ଆର୍ଥିକ ସମସ୍ୟା ରହିବ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *