Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସ ୨୦୨୩ , ଝାଡୁ କିଣିବାର ସଠିକ ବିଧି , ଏହି ଭୁଲ କରୁଥିଲେ ହୋଇ ଯାଆନ୍ତୁ ସତର୍କ ।

ସେୟାର୍ କରନ୍ତୁ

ଦୀପାବଳି ଦିନ ଭଗବାନ ଗଣେଶ , ମାତା ଲକ୍ଷ୍ମୀ , ଧନନ୍ତରି ଏବଂ କୁବେରଙ୍କୁ ପୂଜା କରାଯିବା ସହିତ ଧନ ପ୍ରାପ୍ତି ପାଇଁ କିଛି ବିଶେଷ ଉପାୟ କରାଯାଏ । ଏହିଦିନ ସୁନା ରୁପାର ଆଭୂଷଣ , ଯାନବାହନ ଏବଂ ଝାଡୁ କିଣିବାର ମଧ୍ୟ ବିଧାନ ରହିଛି । ଧନ ଏବଂ ଝାଡୁର ପରସ୍ପର ସମ୍ବନ୍ଧ ରହିଛି । ଅନେକ ଲୋକ ଏହାର ମହତ୍ତ୍ୱ ଜାଣି ନାହାଁନ୍ତି । କିନ୍ତୁ ଶାସ୍ତ୍ର ଅନୁଯାୟୀ ଦୀପାବଳି ଦିନ ଘରକୁ ଝାଡ଼ୁ କିଣି ଆଣିଲେ ଧନରେ ଅଭାବ ହୁଏ ନାହିଁ ବୋଲି କୁହାଯାଏ । ଏହାବ୍ୟତୀତ ଝାଡୁ ସହିତ ମାତା ଲକ୍ଷ୍ମୀଙ୍କୁ ଯୋଡ଼ା ଯାଏ । ତେଣୁ ଝାଡୁକୁ ଘରର ସୁଖ , ସମୃଦ୍ଧି ଏବଂ ସ୍ୱଚ୍ଛତାର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ଯେଉଁ ଘରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଆଯାଏ ସେହି ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

ଦୀପାବଳି ଦିନ ଝାଡୁ କିଣି ତାହାକୁ ପୂଜା କରାଯାଇ ବ୍ୟବହାର କରିବା ଉଚିତ । ଝାଡୁକୁ ଶନିବାର ଦିନ କିଣିବା ଉଚିତ ନୁହେଁ ମାତ୍ର ଦୀପାବଳି ଦିନ କୌଣସି ବାର ହୋଇଥାଉ ନା କାହିଁକି ସେଦିନ ଆପଣ ଝାଡୁ କିଣି ପାରିବେ । ଦୀପାବଳି ଦିନ ତିନି ତିନୋଟି ଝାଡୁ କିଣିବାର ନିୟମ ରହିଛି । ଝାଡୁକୁ ଏହି ଦିନ ପୂଜା କରି ଲୋକଙ୍କ ନଜର ଠାରୁ ଦୂରେଇ ଘରର ଗୋଟିଏ ସ୍ଥାନରେ ରଖିବେ । ଝାଡୁକୁ ଲୁଚାଇ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏଭଳି ମଧ୍ୟ ହୋଇପାରେ ଯେ ଝାଡୁକୁ ବାହାରେ ପକାଇ ରଖିଲେ ଭୁଲରେ କାହାରି ପାଦ ବାଜିଯାଇ ପାରେ ।

ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କ ଅପମାନ ହେବ । ଝାଡୁରେ ଅଇଁଠା ସଫା କରିବା ଉଚିତ ନୁହେଁ ଏବଂ ତାହାକୁ ଡେଇଁ ଯିବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଝାଡୁରେ ପାଦ ବାଜିଲେ ତୁରନ୍ତ ପ୍ରଣାମ କରି ମାତାଙ୍କୁ କ୍ଷମା ମାଗି ନିଅନ୍ତୁ । ଝାଡୁକୁ ଗଛ ତଳେ ରଖିଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥାଏ । ଝାଡୁ କିଣି ଆଣିବା ପରେ ସେଥିରେ କଳା ସୂତା ବାନ୍ଧି ଦିଅନ୍ତୁ ଯାହାକି ଶନିଦେବଙ୍କ ପ୍ରତୀକ ଅଟେ ଏବଂ ଝାଡୁ ଶୁକ୍ରଙ୍କ ପ୍ରତୀକ ଅଟେ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଘରେ ମାତା ଲକ୍ଷ୍ମୀଙ୍କର ସବୁଦିନ ପାଇଁ ଉପସ୍ଥିତି ଚାହୁଁଥିଲେ କୌଣସି ମନ୍ଦିରରେ ଝାଡୁ ଦାନ କରନ୍ତୁ ।

ଘରୁ ଝାଡୁ ବାହାର କରିବାକୁ ଚାହୁଁଥିଲେ ଦୀପାବଳି କିମ୍ବା ଅମାବାସ୍ୟା ଉପଯୁକ୍ତ ସମୟ ଅଟେ । ସୂର୍ଯ୍ୟାସ୍ତ ପରେ ଝାଡୁ କରିବା ଉଚିତ ନୁହେଁ ଏବଂ ଝାଡୁକୁ କେବେବି ଓଦା କରିବା ଉଚିତ ନୁହେଁ । ଝାଡୁକୁ କେବେବି ପୂଜା ଘର କିମ୍ବା ଭଣ୍ଡାର ଘରେ ରଖିବା ଉଚିତ ନୁହେଁ । ଝାଡୁକୁ କେବେବି ଛିଡ଼ା କରି ରଖିବା ଉଚିତ ନୁହେଁ । ଦୀପାବଳି ଦିନ ରାତିରେ ପୂଜା ପରେ ଶୋଇବାକୁ ଯିବା ପୂର୍ବରୁ ଝାଡୁ ତଳେ ଏକ କୋଏନ ଦବାଇ ରଖନ୍ତୁ । ଆଗାମୀ ଦିନ ତାହାକୁ ଗଙ୍ଗା ଜଳରେ ଧୋଇ ମାତା ଲକ୍ଷ୍ମୀଙ୍କ ଚରଣରେ ରଖି ଦିଅନ୍ତୁ । ଏହି କୋଏନ ଝାଡୁରୁ ସବୁ ନକରାତ୍ମକତା ଅବଶୋଷିତ କରିଥାଏ । ପୂଜା ପରେ ତାହାକୁ ଘରେ ଧନ ରଖାଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *