Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ଜୀବନ ଚାଲିଗଲେବି ସୁଦ୍ଧା ଭୁଲରେବି ଦିଅନ୍ତୁ ନାହିଁ ଏହି ଜିନିଷ । ମାତା ଲକ୍ଷ୍ମୀ ହେବେ କ୍ରୋଧିତ ।

ସେୟାର୍ କରନ୍ତୁ

ଦୀପାବଳି ଏବଂ ଧନତେରସ ଅନେକ ପ୍ରାଚୀନ କାଳରୁ ପାଳିତ ହୋଇ ଆସୁଛି , ଯାହାକୁ ପାଞ୍ଚ ଦିନ ଧରି ପାଳନ କରାଯାଏ । ସାଧରଣତଃ ଏହି ପର୍ବ ଆସିବା ପୂର୍ବରୁ ଘରକୁ ସଫା ସୁତୁରା କରାଯାଏ । ଯେଉଁ ଘରେ ପରିଷ୍କାର ପରିଚ୍ଛନ୍ନତା ନଥାଏ ସେହି ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୁଏନାହିଁ । ସେହି ଘରେ ଦୁଃଖ ଦାରିଦ୍ର୍ୟତା ନିରାଶା ଲାଗି ରହିଥାଏ । ଘର ସଫା କରିବା ସମୟରେ କିଛି ଜିନିଷ ଘରୁ ବାହାର କରିଦେବା ଉଚିତ ନଚେତ ଘରକୁ ମାତାଙ୍କ ଆଗମନ ହେବ ନାହିଁ । ତେବେ ଚାଲନ୍ତୁ ସେହିସବୁ ଜିନିଷ ଗୁଡ଼ିକ ବିଷୟରେ ଜାଣିନେବା ।

ଘରେ ଭଙ୍ଗା କାଚ ଭଙ୍ଗା ଆଇନା ରଖିବା ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ । ପୁରୁଣା ଫଟା କପଡ଼ାକୁ ଘରେ ବ୍ୟବହାର ପାଇଁ ରଖିବା ନକରାତ୍ମକତା ଆଣିଥାଏ । ଏହାବ୍ୟତୀତ ଛିଡ଼ା ଜୋତା ଚପଲ ଦୁର୍ଭାଗ୍ୟ ଆଣିଥାଏ । ଘରର ସିନ୍ଧୁକ ଏବଂ ପର୍ସ ଛିଡ଼ି ଯାଇଥିଲେ ତାହା ଦାରିଦ୍ର୍ୟତାକୁ ଆକର୍ଷିତ କରିଥାଏ । ପୁରୁଣା ଘଣ୍ଟା ନକରାତ୍ମକତା ଆଣିଥାଏ । ଭଙ୍ଗା ଆସବାବପତ୍ର ଥିଲେ ତାହା ମଧ୍ୟ ନକରାତ୍ମକତା ଆଣିଥାଏ । ତେଣୁ ଏହିସବୁ ଜିନିଷ ଘରେ ଥିଲେ ତାହାକୁ ଦୀପବଳି ଏବଂ ଧନତେରସ ଆସିବା ପୂର୍ବରୁ ହିଁ ଘରୁ ବାହାର କରି ଦିଅନ୍ତୁ ନଚେତ ଘରେ ମାତା ଲକ୍ଷ୍ମୀଙ୍କ ବଦଳରେ ଅଲକ୍ଷ୍ମୀ ବାସ କରିବେ । ଘରେ ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ ଏବଂ ଘରର ଛାତରେ ଦୀପ ଜାଳିବା ପାଇଁ ଘରର ଛାତକୁ ସଫାସୁତୁରା ରଖିବା ଉଚିତ ।

ଘରେ କଣ୍ଟା ଯୁକ୍ତ ଘର କିମ୍ବା ଯୁଦ୍ଧର ଫୋଟ ରଖନ୍ତୁ ନାହିଁ । କାରଣ ଏହା ଘରେ କଳହ କ୍ଳେଶ ସୃଷ୍ଟି କରିଥାଏ । ଦୀପାବଳି ଏବଂ ଧନତେରସରେ ଘରର ମନ୍ଦିର ସାମ୍ନାରେ ରଙ୍ଗୋଲି ବନାଇବା ଉଚିତ । ମନ୍ଦିର ପଛରେ ହଳଦିଆ ଏବଂ ନାଲି ବସ୍ତ୍ରରେ ସଜାଇ ପାରିବେ । ଏହି ସମୟରେ ପଦ୍ମଫୁଲ ମାତାଙ୍କ ପାଖରେ ସଜାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ଆକର୍ଷିତ ହୁଅନ୍ତି । ଏହି ସମୟରେ ଘରର ଦ୍ୱାରକୁ ଆମ୍ବ ପତ୍ରରେ ସଜାଇ ପାରିବେ । ଘରର ଦ୍ୱାରରେ ସ୍ୱସ୍ତିକ ଚିହ୍ନ ବନାଇଲେ ତାହା ମଧ୍ୟ ଫଳପ୍ରଦ ହୋଇଥାଏ । ଏହାବ୍ୟତୀତ ଗେଣ୍ଡୁ ଫୁଲର ତ୍ୱରଣ ଲଗାଇବା ଭଲ ହୋଇଥାଏ । ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

ଚଳିତ ବର୍ଷ ଧନ ତେରସ ନଭେମ୍ବର ୧୦ ରେ ପାଳିତ ହେବ ଏବଂ ଏହିଦିନ କିଛି ଜିନିଷ ଅଛି ଯାହାକି ଅଧିକ ମୂଲ୍ୟ ନୁହେଁ ତାହାକୁ କିଣି ଆପଣ ସୁନା ଚାନ୍ଦି ତୁଲ୍ୟ ଲାଭ ପାଇ ପାରିବେ । ଦୀପାବଳି ଏବଂ ଧନତେରସରେ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ସର୍ବପ୍ରଥମେ ଘରକୁ ପରିଷ୍କାର ରଖନ୍ତୁ ଏବଂ ବୁଢ଼ୀଆଣି ଜାଲ ହେବାକୁ ଦିଅନ୍ତୁ ନାହିଁ । ପୁରା ଘରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ । ଏହା ବ୍ୟତୀତ ଧୂପ ଜାଳିବା , ଗୋମୂତ୍ର ସିଞ୍ଚନ କଲେ ଘର ଉପରେ କାହାରି ନଜର ଥିଲେ ଦୂର ହୋଇଯିବ । ଦୀପାବଳି ଦିନ ମାଟିର କଳସି ଆଣି ଜଳ ଭର୍ତ୍ତି କରି ରଖିଲେ ଘରେ କେବେବି ଧନର ଅଭାବ ହେବ ନାହିଁ । ଏହା ଅଧିକ ଟଙ୍କା ଦେଇ ଆଣୁଥିବା ସୁନା ଚାନ୍ଦି ସମାନ ଫଳ ପ୍ରଦାନ କରିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *