Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ଧନତେରସରେ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ । ସାତ ଜନ୍ମ ପର୍ଯ୍ୟନ୍ତ ହୋଇଯିବେ ମାଲାମାଲ ।

ସେୟାର୍ କରନ୍ତୁ

ଧନତେରାସରେ କିଛି ଜିନିଷ ଅଛି ଯାହାକୁ କ୍ରୟ କରିବାର ନିୟମ ରହିଛି । ଯାହା ମଧ୍ୟରେ ସୁନା ରୁପା ଏବଂ ଯାନ ବାହନ ରହିଛି । ମାତ୍ର ଆପଣ ଚାହିଁଲେ କିଛି ଏପରି ଜିନିଷ ଅଛି ଯାହାକୁ ଖୁବ କମ ମୂଲ୍ୟରେ ଆପଣ କିଣି ପାରିବେ । ମାତ୍ର ସେହିସବୁ ଜିନିଷ କିଣିବା ପୂର୍ବରୁ ଏବଂ ପରେ କିଛି ନିୟମ ରହିଛି । ଯାହା ମାନିବା ଜରୁରୀ ଅଟେ । କାର୍ତ୍ତିକ ମାସ ଅମାବାସ୍ୟାରେ ଦୀପାବଳି ପୂଜନ କରାଯାଏ । କାର୍ତ୍ତିକ ମାସ ଅମାବାସ୍ୟାରେ ଦୀପାବଳି ପୂଜନର ବିଧି ରହିଛି । ଧନତେରସ ଦିନ ପ୍ରଦୋଷ କାଳରେ ପୂଜା ହୋଇଥାଏ । ତେଣୁ ପୂଜାର ଶୁଭ ସମୟ ସନ୍ଧ୍ୟା ୬ ରୁ ୮ ହେବ ଏବଂ ଏହି ପୂଜା ନଭେମ୍ବର ୧୦ ରେ ହେବ ।

ଧନତେରସରେ ଅଧିକ ଦାମୀ ଜିନିଷ ନକିଣି ୨ ଟଙ୍କାରେ ମଧ୍ୟ କିଛି ଜିନିଷ କିଣିଲେ ତାହାର ଶୁଭ ଫଳ ମଧ୍ୟ ମିଳି ପାରିବ । ସାଧରଣତଃ ଧନତେରସରେ ମାତା ଲକ୍ଷ୍ମୀ ଏବଂ ଧନନ୍ତରିଙ୍କ ପୂଜା କରାଯାଏ । ଘରେ ସମୟ ସହିତ ଜଡ଼ିତ କୌଣସି ଖରାପ ଏବଂ ଅବ୍ୟବହାର୍ଯ୍ୟ ଜିନିଷ ରଖନ୍ତୁ ନାହିଁ । ଯେମିତିକି ଫଟା କିମ୍ବା ପୁରୁଣା କ୍ୟାଲେଣ୍ଡର ଏବଂ ଭଙ୍ଗା ଘଣ୍ଟା ।ଏହାଦ୍ବାରା ଖରାପ ସମୟ ଆସିଥାଏ । ଏହାଦ୍ବାରା ବ୍ୟକ୍ତିର ଜୀବନରେ ଉନ୍ନତିରେ ବାଧା ଆସିଥାଏ । ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ଘରେ ପ୍ରଥମେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ । ଏହାବ୍ୟତୀତ ଯେଉଁ ଘରେ କଳହ କ୍ଳେଶ ଦେଖା ଦେଇଥାଏ ସେଠାରେ ମଧ୍ୟ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ ।

ନଚେତ ଘରକୁ ମାତା ଲକ୍ଷ୍ମୀ ଆସନ୍ତି ନାହିଁ ବରଂ ଦାରିଦ୍ର୍ୟତା ଆସିଥାଏ । ଘରେ ଗଙ୍ଗା ଜଳ ସିଞ୍ଚିଲେ ମଧ୍ୟ ଘରେ ସକାରାତ୍ମକ ଶକ୍ତି ବିଛୁରିତ ହୋଇଥାଏ । ଘରେ ଧୂପ କିମ୍ବା ଗୋବର ଟେଳା ଜାଳିବା ଦ୍ୱାରା ମଧ୍ୟ ଘରକୁ ସକାରାତ୍ମକତା ଆସିଥାଏ ଏବଂ ଏହାଦ୍ବାରା ଘରକୁ ଭଗବାନ ବିଷ୍ଣୁ ମଧ୍ୟ ପ୍ରବେଶ କରିଥାନ୍ତି । ଯେଉଁ ଘରେ ଭଗବାନ ବିଷ୍ଣୁ ରହନ୍ତି ସେହିଘରେ ମାତା ଲକ୍ଷ୍ମୀ ମଧ୍ୟ ବାସ କରନ୍ତି । ଚଳିତ ଦୀପାବଳିରେ ଘରକୁ ମାଟିର କଳସି ନିଶ୍ଚୟ ନେଇ ଆସନ୍ତୁ ଏବଂ ସେଥିରେ ପାଣି ଭରି ଉତ୍ତର ଦିଗରେ ରଖନ୍ତୁ । ଦୀପାବଳିର ପାଞ୍ଚ ଦିନ ଏହି ମାଟିର କଳସି ପାଖରେ ଦୀପ ଜାଳିଲେ ଘରକୁ ଧନର ଆଗମନ ହେବ । ଘରେ ଦକ୍ଷିଣାବର୍ତ୍ତି ଶଙ୍ଖ ରଖିଲେ ଘରେ ଧନର ଅଭାବ ହୁଏନାହିଁ ।

କୁହାଯାଏ ଯେ ସମୁଦ୍ର ମନ୍ଥନ ସମୟରେ ଚଉଦ ନମ୍ବର ରତ୍ନ ଭାବରେ ଶଙ୍ଖ ବାହାରି ଥିଲା । ଦକ୍ଷିଣବର୍ତ୍ତି ଶଙ୍ଖକୁ ଗଙ୍ଗା ଜଳରେ ଧୋଇବା ପରେ ସେହି ଜଳକୁ ପୁରା ଘରେ ସିଞ୍ଚି ପାରିବେ । ଏହାଦ୍ବାରା ଆପଣଙ୍କ ଘରକୁ କେବେ ଦାରିଦ୍ର୍ୟତା ଆସିବ ନାହିଁ । ସବୁଠାରୁ ଶସ୍ତା ଜିନିଷ ଯାହାକୁ ଆପଣ ଏହି ଦୀପାବଳିରେ ଆଣି ପାରିବେ , ତାହା ହେଉଛି କୋମଳ ବିଜ । ଏହା ଆପଣଙ୍କ ଦାରିଦ୍ର୍ୟତା ଦୂର କରି ପାରିବ । ଏହା ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ । ଦୀପାବଳିରେ ଧାର୍ମିକ ପୁସ୍ତକ ଆଦି ଘରକୁ ଆଣିବା ଶୁଭ ହୋଇଥାଏ । ଏହିଦିନ ଔଷଧି କିଣି ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଧନନ୍ତରିଙ୍କୁ ଅରୋଗ୍ୟର ଦେବତା କୁହାଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *