Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସରେ ଘରକୁ କିଣି ନେଇ ଆସନ୍ତୁ ଏହି ପାଞ୍ଚଟି ଜିନିଷ । ମାତା ଲକ୍ଷ୍ମୀ ରହିବେ ସାଥିରେ ।

ସେୟାର୍ କରନ୍ତୁ

ବାସ୍ତବରେ ଧନତେରସରେ ଏହା ଜରୁରୀ ନୁହେଁ ଯେ ଖୁବ ଦାମୀ ଜିନିଷ ଆଣି ଘରେ ସ୍ଥାପିତ କରାଯିବ । କାରଣ ଖୁବ କମ ମୂଲ୍ୟରେ ଜିନିଷ ଆଣି ଘରେ ସ୍ଥାପିତ କଲେ ମଧ୍ୟ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । କାର୍ତ୍ତିକ ମାସ ଅମାବାସ୍ୟାରେ ଦୀପାବଳି ପୂଜନ କରିବାର ବିଧାନ ରହିଛି । ଦୀପାବଳିର ଦୁଇଦିନ ପୂର୍ବରୁ ଧନତେରସର ପର୍ବ ପାଳିତ ହୋଇଥାଏ । ଦେବତା ମାନଙ୍କର ପ୍ରଧାନ ଚିକିତ୍ସକ ଧନନ୍ତରିଙ୍କର ଜନ୍ମଦିନ ଆକାରରେ ଏହି ପର୍ବ ପାଳିତ ହୋଇଥାଏ । ଏହିଦିନ ସୁନା ରୁପା ଏବଂ ପିତ୍ତଳ ଆଭୂଷଣ କିଣିବାର ବିଧାନ ରହିଛି । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ସମ୍ପନ୍ନତା ମଧ୍ୟ ଆସିଥାଏ ।

କିନ୍ତୁ କିଛି ଜିନିଷ ଏପରି ଅଛି ଯାହାକୁ ଧନତେରସ ପୂର୍ବରୁ ହିଁ ଘରୁ ବାହାର କରିଦେବା ଉଚିତ । ଘରେ ଚିରି ଯାଇଥିବା କ୍ୟାଲେଣ୍ଡର ଥିଲେ ତାହାକୁ ବାହାର କରି ଦିଅନ୍ତୁ । କାରଣ ଏହା ଜୀବନରେ ଉନ୍ନତିରେ ବାଧା ସୃଷ୍ଟି କରିଥାଏ । କ୍ୟାଲେଣ୍ଡରକୁ ଭୁଲରେବି କବାଟ ଆଗରେ କିମ୍ବା ପଛରେ ଟାଙ୍ଗନ୍ତୁ ନାହିଁ । ଏହାଦ୍ବାରା ବ୍ୟକ୍ତିର ଜୀବନରେ ଅତ୍ୟନ୍ତ ଖରାପ ପ୍ରଭାବ ପଡ଼ିଥାଏ । ଏହାବ୍ୟତୀତ କ୍ୟାଲେଣ୍ଡରରେ ପୂର୍ବରୁ ମାସର ପୃଷ୍ଠା ଖୋଲା ଛାଡ଼ନ୍ତୁ ନାହିଁ । ଦୀପାବଳି ପୂର୍ବରୁ ଘରକୁ ସଫାସୁତୁରା କରନ୍ତୁ । କାରଣ ମାତା ଲକ୍ଷ୍ମୀ ଏପରି ସ୍ଥାନ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି । ଅପରିଷ୍କାର ସ୍ଥାନରେ ଲକ୍ଷ୍ମୀଙ୍କ ବଦଳରେ ଅଲକ୍ଷ୍ମୀ ରହନ୍ତି ।

ଯେଉଁ କାରଣରୁ ଦାରିଦ୍ର୍ୟତା ଏବଂ ରୋଗ ଶୋକ ଦେଖା ଦେଇଥାଏ । ଗଙ୍ଗା ଜଳରେ ପାପ ନାଶ କରିବାର ଶକ୍ତି ଥାଏ । ତେଣୁ ଘରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ । ଏପରି ଘର ତୀର୍ଥ ସମାନ ପବିତ୍ର ହୋଇଯାଏ । ଏଭଳି ଘରେ ଦାରିଦ୍ର୍ୟତା ଦୁଇ ଆସି ନଥାଏ । ସେହି ଘରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ ଏବଂ ତାସହିତ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଘରେ ଗୋମୂତ୍ର ସିଞ୍ଚନ କଲେ ମଧ୍ୟ ଘର ଉପରେ କେହି ଖରାପ ଚିନ୍ତାଧାରାରେ କଳାଯାଦୁ କରିଥିଲେ ତାହା ମଧ୍ୟ ଦୂରେଇ ଯିବ ।

୧ . ଉତ୍ତର ଦିଗ ଦେବତାଙ୍କ ଦିଗ ହୋଇଥାଏ ତେଣୁ ଦୀପାବଳିରେ ମାଟିର କଳସି ଆଣି ଜଳ ଭର୍ତ୍ତି କରି ଉତ୍ତର ଦିଗରେ ରଖିଲେ ଦେବତାଙ୍କ କୃପା ପ୍ରାପ୍ତ ହେବ ।

୨ . ଏହି ଦୀପାବଳିରେ ବେଙ୍ଗର ଏକ ଛୋଟ ମୂର୍ତ୍ତି ନିହାତି ଆଣିବା ଆବଶ୍ୟକ । ଯାହାର ତିନୋଟି ଗୋଡ଼ ଥିବ । ଏଭଳି ମୂର୍ତ୍ତି ଧନକୁ ଆକର୍ଷିତ କରିଥାଏ । ଏହାକୁ ଘର ଦ୍ୱାରର ଆଖପାଖରେ କିମ୍ବା ଉତ୍ତର ଦିଗରେ ରଖିବା ଲାଭଦାୟକ ହୋଇଥାଏ । ଏହାଦ୍ବାରା ସୁଖ ସମୃଦ୍ଧି ଆସିଥାଏ ।

୩ . ଦୀପାବଳିରେ ଘରକୁ ପିରାମିଡ଼ ଆଣିଲେ ମଧ୍ୟ ତାହା ଶୁଭ ଫଳ ଦେଇଥାଏ । ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ଏହାବ୍ୟତୀତ ସକାରାତ୍ମକ ଶକ୍ତି ସୃଷ୍ଟି ହେବା ଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ । ଏହାଦ୍ବାରା ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ଭଲ ହୋଇଥାଏ ।

୪ . ଆପଣ ଚାହିଁଲେ ଘରକୁ କଇଁଛ କିଣି ଆଣି ରଖି ପାରିବେ । କୁହାଯାଏ ଯେ କଇଁଛ ଭଗବାନ ବିଷ୍ଣୁଙ୍କ ଅବତାର ଅଟେ । ଏହା ରଖିବା ଦ୍ୱାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏହାକୁ ଉତ୍ତର ଦିଗରେ ରଖିଲେ ସୁଖ ସମୃଦ୍ଧି ସହିତ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।

୫ . ଦୀପାବଳିରେ ମାତା ଲକ୍ଷ୍ମୀଙ୍କ ପାଦୁକା ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଧନ ସମୃଦ୍ଧି ନେଇ ଘରକୁ ଆସିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ଘରର ସଦସ୍ୟଙ୍କ ଉପରେ ବଜାୟ ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *