Excuse Me Odisha

ଯାହା କହିବୁ ସତ କହିବୁ

ଧନତେରାସରେ ଘରକୁ କିଣି ଆଣନ୍ତୁ ଏହି ଗୋଟିଏ ଜିନିଷ । ପୁରା ଘର ଭରିଯିବ ଧନ ରେ ।

ସେୟାର୍ କରନ୍ତୁ

ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶ ତିଥିରେ ଧନତେରାସ ପାଳିତ ହୋଇଥାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ନଭେମ୍ବର ୧୦ ଦ୍ୱିପ୍ରହର ୧୨.୩୫ ରୁ ଧନତେରାସର ଆରମ୍ଭ ହେବ ଏବଂ ନଭେମ୍ବର ୧୧ ରେ ୧.୫୭ ରେ ଶେଷ ହେବ । ଧନତେରାସ ପୂଜାର ଶୁଭ ମୁହୂର୍ତ୍ତ ୬.୨୦ ରୁ ୮.୨୦ ପର୍ଯ୍ୟନ୍ତ ହେବ । ଏହିଦିନ ସୁନା ରୁପା ବାସନ କୁସନ କିଣିବାର ବିଧି ରହିଛି । ତେଣୁ ଏହିଦିନ ଜିନିଷ କିଣିବାର ଶୁଭ ମୁହୂର୍ତ୍ତ ହେଉଛି ଦ୍ୱିପ୍ରହର ୨.୩୫ ରୁ ସନ୍ଧ୍ୟା ୬.୪୦ । ଆଜିକାର ଏହି ଲେଖାରେ ଆମେ ଧନତେରାସ ଦିନ କେଉଁ କେଉଁ ଜିନିଷ କିଣାଯିବା ଉଚିତ , ସେହି ବିଷୟରେ କହିବୁ ।

୧ . କୋମଳ ମଞ୍ଜି:-

ଏମିତିରେ ତ ଏହିଦିନ ଲୋକେ ସୁନା ରୁପା ବାସନ କୁସନ ଏବଂ ଯାନବାହନ କିଣିଥାନ୍ତି । ମାତ୍ର ପଦ୍ମ ଫୁଲ ମଞ୍ଜିରେ ତିଆରି ମାଳା ମାତା ଲକ୍ଷ୍ମୀଙ୍କୁ ବହୁତ ଯଲଦି ପ୍ରସନ୍ନ କରିଥାଏ । ପଦ୍ମ ଫୁଲ ମଞ୍ଜି ମାତା ସୀତାଙ୍କୁ ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ । ଏହାବ୍ୟତୀତ ଧନତେରାସରେ ଧନ୍ବନ୍ତରୀଙ୍କୁ ମଧ୍ୟ ପୂଜା କରାଯାଏ । ତେଣୁ ମାତା ଲକ୍ଷ୍ମୀ ଏବଂ ଧନ୍ବନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ପାଞ୍ଚଟି ଲେଖାଏଁ ପଦ୍ମ ଫୁଲ ମଞ୍ଜି ଅର୍ପିତ କରି ଦିଅନ୍ତୁ ଏବଂ ନିଜର ସମସ୍ୟା ଦାରିଦ୍ର୍ୟତା ଦୂର କରିବାକୁ ପ୍ରାର୍ଥନା କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଧନର କେବେବି ଅଭାବ ହୁଏନାହିଁ ।

୨ . ଏହିଦିନ ଆପଣ ରୁପାର କଇଁଛ ମୁଦି ବନାଇ ଅନାମିକା ଆଙ୍ଗୁଠିରେ ଧାରଣ କରି ପାରିବେ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ଅଭାବ ରହେନାହିଁ । ଏହାବ୍ୟତୀତ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ଫୋଟ ମଧ୍ୟ ଆଣି ଘରେ ସ୍ଥାପିତ କରି ପାରିବେ ।

୩ . ଧନତେରାସ ଦିନ ମୟୁର ପର ଏବଂ ଶଙ୍ଖ ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

୪ . ଆପଣ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା ଆଣି ଘରେ ସ୍ଥାପିତ କରି ପାରିବେ । ଏହାଦ୍ବାରା ମାତା ଲକ୍ଷ୍ମୀ ବହୁତ ଜଲଦି ପ୍ରସନ୍ନ ହେବେ ।

୫ . ଧନତେରାସ ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପଦ୍ମ ଫୁଲ ଆଣି ମାତାଙ୍କୁ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ଖୁସି ହେବେ । ଆପଣ ଧନତେରାସ ଦିନ ଘରକୁ ଆଣୁଥିବା କୌଣସି ଜିନିଷକୁ ଦୀପାବଳି ଦିନ ନିଶ୍ଚୟ ପୂଜା କରନ୍ତୁ ।

୬ . ଦାମୀ ଜିନିଷ କିଣିବାକୁ ଆପଣଙ୍କର ସାମ୍ୟର୍ଥ ନଥିଲେ ଧଣିଆ ଆଣି ଆପଣ ଘରେ ରଖି ପାରିବେ । ଏହାବ୍ୟତୀତ ଦୌଡୁଥିବା ସାତୋଟି ଘୋଡ଼ା ଥିବା ଫୋଟ ଆଣି ପାରିବେ । ଏହାଦ୍ବାରା କେବେବି ଧନର ଅଭାବ ହେବ ନାହିଁ ।

୭ . ଧନତେରାସ ଦିନ ଆପଣ ଘରକୁ ଝାଡୁ କିଣି ନେଇ ଆସନ୍ତୁ ଏବଂ ତାହାକୁ ଦୀପାବଳି ଦିନ ପୂଜା କରନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ଧନ ବର୍ଷା ହେବ । କାରଣ ଝାଡୁରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *