Excuse Me Odisha

ଯାହା କହିବୁ ସତ କହିବୁ

ଧନତେରାସ ଆସିବା ପୂର୍ବରୁ ଘରୁ ହଟାଇ ଦିଅନ୍ତୁ ଏହି ତିନୋଟି ଜିନିଷ । ନଚେତ ଘରକୁ ଆସିଥାଏ ଦାରିଦ୍ର୍ୟତା । ସାବଧାନ ରୁହନ୍ତୁ ।

ସେୟାର୍ କରନ୍ତୁ

ସାଧାରଣତଃ ଦୀପାବଳି ପୂର୍ବରୁ ଲୋକେ ଘରକୁ ସଫାସୁତୁରା କରନ୍ତି । କାରଣ ମାତା ଲକ୍ଷ୍ମୀଙ୍କୁ ପରିଷ୍କାର ପାରିଚ୍ଛନ୍ନତା ପସନ୍ଦ ଅଟେ । ଯେଉଁଠି ଅପରିଷ୍କାର ଥାଏ ସେଠାରେ ମାତା ଲକ୍ଷ୍ମୀ ରହନ୍ତି ନାହିଁ । ତେଣୁ କିଛି ଏପରି ଜିନିଷ ଅଛି ଯାହାକୁ ଧନତେରାସ ଏବଂ ଦୀପାବଳି ଦିନ ଘରୁ ବାହାର କରିଦେବା ଉଚିତ ।

୧ . ଘରେ ଭଙ୍ଗା ଆଇନା କିମ୍ବା କାଚ ଥିଲେ ତାହାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ । ନଚେତ ଏହାଦ୍ବାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

୨ . ଘରେ କୌଣସି ପୁରୁଣା ଛିଡ଼ା ପୋଷାକ ଥିଲେ ତାହାକୁ ମଧ୍ୟ ବାହାର କରି ଦିଅନ୍ତୁ ଦୀପାବଳି ପୂର୍ବରୁ । ନଚେତ ଘରକୁ ନକରାତ୍ମକତା ଆସିଥାଏ ।

୩ . ଘରେ ଆବର୍ଜନା ଏବଂ ଛିଡ଼ା ଜୋତା ଚପଲ ଥିଲେ ମଧ୍ୟ ତାହାକୁ ଘରୁ ବାହାର କରି ଦିଅନ୍ତୁ । ଏସବୁ ଘରକୁ ଦୁର୍ଭାଗ୍ୟ ଆଣିଥାଏ ।

୪ . ଆପଣଙ୍କ ପାଖରେ ଥିବା ପର୍ସ ଛିଡ଼ି ଯାଇଥିଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ଘରର କୌଣସି ବିଦ୍ୟୁତ ଉପକରଣ ଠିକ ନଥିଲେ ତାହାକୁ ତୁରନ୍ତ ଠିକ କରି ଦିଅନ୍ତୁ ।

୫ . ଖୋଲା ଆଲମାରୀ ଘରେ ରଖିଲେ ଧନ ହାନୀ ହୋଇଥାଏ । ତେଣୁ ଘରର ଆଲମାରୀର କବାଟ ଭାଙ୍ଗି ଯାଇଥିଲେ ତାହାକୁ ତୁରନ୍ତ ଠିକ କରାଇ ଦିଅନ୍ତୁ । ଘରର ଛାତକୁ ସଫାସୁତୁରା ରଖନ୍ତୁ ।

୬ . ଦୀପାବଳିରେ ଘରୁ ଖଣ୍ଡିତ ମୂର୍ତ୍ତି ଥିଲେ ତାହାକୁ ବାହାର କରି ଦିଅନ୍ତୁ । କାରଣ ଏହାଦ୍ବାରା ଘରେ ଆର୍ଥିକ ହାନୀ ହୋଇଥାଏ । ଏହାବ୍ୟତୀତ ଘରର ଆସବାବପତ୍ର ଠିକ ଭାବରେ ସଜାଡ଼ି ରଖନ୍ତୁ ।

୭ . ଘରେ ଭଙ୍ଗା ରୁଜ୍ଜା ଫଟା ବାସନ ଥିଲେ ଘରକୁ ନକରାତ୍ମକତା ଆସିଥାଏ । ତେଣୁ ଦୀପାବଳି ପୂର୍ବରୁ ଏହିସବୁ ଜିନିଷକୁ ଘରୁ ବାହାର କରି ଦିଅନ୍ତୁ । କାରଣ ଏହା ଘରେ ନୈରାଶ୍ୟ ଆଣିଥାଏ ।

୮ . ଘରେ ପ୍ୟାଣ୍ଟିଙ୍ଗ ସମୟରେ କେବେବି ନଟରାଜ , ଯୁଦ୍ଧ , ଜଙ୍ଗଲୀ ପଶୁ , କ୍ରୋଧିତ ଦେବଦେବୀ ଫୋଟ ଆଦି କରିବା ଉଚିତ ନୁହେଁ । ଏହାବ୍ୟତୀତ କଣ୍ଟା ଥିବା ଗଛର ଚିତ୍ର ମଧ୍ୟ ଘରେ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଘରର ଲୋକଙ୍କ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ ।

୯ . ଦୀପାବଳିରେ କୌଣସି ଭାରି ପୁରୁଣା ଜିନିଷ ଘରୁ ବାହାର କରୁ ନଥିଲେ ତାହାକୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ । ଘରକୁ ବାସ୍ତୁ ଅନୁସାରେ ସଜାଇଲେ ଘର ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପଡ଼ିଥାଏ ।

୧୦ . ଦୀପାବଳିରେ ଘର ସାମ୍ନାରେ ଆବର୍ଜନା ନରଖି ଘରର ଦ୍ୱାରକୁ ଭଲଭାବରେ ସଜାଇ ଦିଅନ୍ତୁ । ଯଦି ଆପଣ ଆମ୍ବ ପତ୍ରରେ ତ୍ୱରଣ ବନାଇ ସଜାନ୍ତି ତେବ ଘର ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ । ଘରର ମୁଖ୍ୟଦ୍ୱାର ସାମ୍ନାରେ ରଙ୍ଗୋଲି ବନାନ୍ତୁ ଏବଂ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ ।

୧୧ . ଦୀପାବଳିରେ ପୁରା ଘରେ ହଳଦୀ ଗଙ୍ଗା ଜଳ ଏବଂ କର୍ପୂର ମିଶାଇ ସିଞ୍ଚନ କରନ୍ତୁ । ଏହାଦ୍ବାରା ଘରକୁ ସକାରାତ୍ମକ ଶକ୍ତି ଅସିଥାଏ ।

କାର୍ତ୍ତିକ ମାସ ଅମାବାସ୍ୟା ଦିନ ଦୀପାବଳି ପାଳିତ ହୋଇଥାଏ । ଏହାବ୍ୟତୀତ ଧନତେରାସ ନଭେମ୍ବର ୧୦ ରେ ପାଳିତ ହେବ । ଏହିଦିନ ପୂଜାପାଠ ବ୍ୟତୀତ କିଛି ବସ୍ତୁ କିଣିବାର ବିଧାନ ରହିଛି । ଏହିଦିନ ସୁନା ରୁପା ବାସନ କୁସନ କିଣିବାର ବିଧାନ ରହିଛି । ଯାହାଦ୍ୱାରା ଘରକୁ ସମ୍ପନ୍ନତା ଆସିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । କିନ୍ତୁ ଟଙ୍କାର ଅଭାବ ଥିଲେ କେବଳ ୨ ଟଙ୍କାରେ ଧଣିଆ ଆଣି ରଖି ପାରିବେ । ମାତ୍ର ଘରେ ବନ୍ଦ ଥିବା ଘଣ୍ଟା ଏବଂ ପୁରୁଣା କ୍ୟାଲେଣ୍ଡର ରଖନ୍ତୁ ନାହିଁ । ନଚେତ ଆପଣଙ୍କ ଭାଗ୍ୟରେ ବିଡ଼ମ୍ବନା ଦେଖା ଦେଇପାରେ । ଏହିସବୁ ଜିନିଷକୁ ଦୀପାବଳି ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *