Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ମାସରେ ତୁଳସୀ ତୋଳୁଥିଲେ ନିଶ୍ଚୟ ଜାଣି ରଖନ୍ତୁ ନିୟମ । ଜାଣି ରଖନ୍ତୁ ତୁଳସୀ ପୂଜାର ସମ୍ପୂର୍ଣ୍ଣ ବିଧି ।

ସେୟାର୍ କରନ୍ତୁ

ଚଳିତ ବର୍ଷ ଆସନ୍ତା ୨୯ ତାରିଖ ରହିବାର ଠାରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ମାସ ଭୋଗ ହେଉଛି । ଏହି ମାସରେ ତୁଳସୀ ପୂଜାର ଅନେକ ମହତ୍ତ୍ୱ ରହିଛି । ଶାସ୍ତ୍ର ଅନୁଯାୟୀ ଏଭଳି ମାନ୍ୟତା ରହିଛି ଯେ ତୁଳସୀ ଗଛର ମୂଳରେ ସବୁ ତୀର୍ଥ ସ୍ଥାନ ରହିଛି । ତେଣୁ କାର୍ତ୍ତିକ ମାସରେ ତୁଳସୀ ପୂଜନ କରିବା ନିତାନ୍ତ ଜରୁରୀ ଅଟେ । ଏହାବ୍ୟତୀତ ଏଭଳି ମଧ୍ୟ ମାନ୍ୟତା ରହିଛି ଯେ ତୁଳସୀ ଗଛର ମୂଳରେ ଭଗବାନ ବ୍ରହ୍ମା , ଶାଖାରେ ଅର୍ଥାତ ମଧ୍ୟଭାଗରେ ଭଗବାନ ବିଷ୍ଣୁ ଏବଂ ମଞ୍ଜରୀରେ ଭଗବାନ ଶିବ ବାସ କରନ୍ତି । ତେଣୁ ତୁଳସୀ ଗଛ ସବୁବେଳେ ପବିତ୍ର ହୋଇଥାଏ । ତୁଳସୀ ପୂଜା ଏବଂ ଜଳ ଅର୍ପିତ କରିବା ପୂର୍ବରୁ ଏକ ଖାସ ମନ୍ତ୍ର ଜପ କରି ତୁଳସୀ ଗଛକୁ ପ୍ରଣାମ କରିବା ଉଚିତ । ମନ୍ତ୍ରଟି ହେଉଛି:-

ମହାପ୍ରସାଦ ଜନନୀ , ସର୍ବ ସୌଭଗ୍ୟ ବର୍ଦ୍ଧିନୀ , ଆଦି ବ୍ୟାଧି ହରାଂ ନିତ୍ୟ , ତୁଳସୀ ତୋଂ ନମୋସ୍ତୁତେ । ତୁଳସୀ ଗଛରେ ଜଳ ଅର୍ପଣ କରିବା ସମୟରେ ମୁଖ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଆବଶ୍ୟକ । ଜଳ ଅର୍ପଣ କରିବା ସମୟରେ ମଧ୍ୟ ମାତା ବୃନ୍ଦାବତୀଙ୍କର ଏକ ଖାସ ଦଶ ଅକ୍ଷର ମନ୍ତ୍ର ଜପ କରନ୍ତୁ । ମନ୍ତ୍ରଟି ହେଉଛି:-

ଶ୍ରୀଂ ହ୍ରୀଂ କ୍ଲିଂ ଐଂ , ବୃନ୍ଦାବନ୍ୟୈ ସ୍ୱାହା ।

ଏହାପରେ ନାମୋଷ୍ଟକ ମନ୍ତ୍ର ଜପ କରନ୍ତୁ । ମନ୍ତ୍ରଟି ହେଉଛି:-

ବୃନ୍ଦା ବୃନ୍ଦାବନୀ ବିଶ୍ୱପୁଜିତା ବିଶ୍ୱପାବନୀ , ପୁଷ୍ପସାରା ନନ୍ଦିନୀ ଚ ତୁଳସୀ କୃଷ୍ଣ ଜୀବନୀ ।।

ଏହି ମନ୍ତ୍ର ଜପ କରିବା ପରେ ମାତାଙ୍କୁ ସିନ୍ଦୁର , ଚନ୍ଦନ , ପୁଷ୍ପ , ଧୂପ ଏବଂ ଦୀପ ଅର୍ପିତ କରନ୍ତୁ । ଦୀପର ମୁହଁ ଉତ୍ତର କିମ୍ବା ପୂର୍ବକୁ ରହିବା ଆବଶ୍ୟକ ଏବଂ ତାହାକୁ ଭୂମି ଉପରେ ଭୁଲରେ ରଖନ୍ତୁ ନାହିଁ ଏବଂ ତାହାକୁ କୌଣସି ଆସନ ଉପରେ ରଖନ୍ତୁ । ଦୀପ ପରେ ମାତାଙ୍କୁ ନୈବେଦ୍ୟ ଅର୍ପଣ କରନ୍ତୁ । ତୁଳସୀ ଗଛର ମୂଳରେ ତିନି ଥର ଜଳ ଅର୍ପଣ କରିବାର ନିୟମ ରହିଛି । ଏହାପରେ ଏକ ଛୋଟ ଗିନା ଗଛ ମୂଳରେ ରଖି ଜଳକୁ ସମ୍ପୂର୍ଣ୍ଣ ଉପରୁ ଅର୍ପିତ କଲେ ତାହା ଶାଖା ଏବଂ ପତ୍ର ଦେଇ ମୂଳରେ ପହଞ୍ଚି ଥାଏ । ଏହି ସମୟରେ କିଛି ଜଳ ମୂଳରେ ରଖିଥିବା ପାତ୍ରରେ ମଧ୍ୟ ପଡ଼ିବ ।

ଯାହାକୁ ପାଦୁକା ଆକାରରେ ଗ୍ରହଣ କଲେ ଅଜାଣତରେ ଯଦି ଆପଣଙ୍କ ଦ୍ୱାରା କୌଣସି ପାପ ହୋଇ ଯାଇଥିବ ତାହା ମଧ୍ୟ ନାଶ ହେବ । କାର୍ତ୍ତିକ ମାସରେ ଆପଣ ତୁଳସୀ ତୋଳି ପାରିବେ ମାତ୍ର କିଛି ସମୟ ଏବଂ ଦିନକୁ ବାଦ ଦେଇ । କାରଣ କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପିତ କରିବା ଜରୁରୀ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *