Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଭୁଲରେ ବି ଲଗାନ୍ତୁ ନାହିଁ ଏପରି ତୁଳସୀ ଗଛ । ପୁରା ବର୍ବାଦ ହୋଇଯାଏ ଘର ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଅନୁଯାୟୀ ସମସ୍ତ ଘରେ ତୁଳସୀ ଗଛ ରହିବା ଉଚିତ । ଏଭଳି ମାନ୍ୟତା ରହିଛି ଯେ ତୁଳସୀ ଗଛକୁ ପୂଜା କଲେ ବ୍ୟକ୍ତିର ସବୁ ପାପ ଦୂର ହୋଇଥାଏ । ତୁଳସୀ ଗଛ ପରିବାରର ସବୁ ସଦସ୍ୟଙ୍କୁ ସବୁ ବିପତ୍ତିରୁ ରକ୍ଷା କରିଥାଏ । କିନ୍ତୁ ଭୁଲରେବି ଏପରି ତୁଳସୀ ଗଛ ଲଗାଇବା ଆଦୋୖ ଉଚିତ ନୁହେଁ । ନଚେତ ଘର ବର୍ବାଦ ହୋଇଯିବ ଏବଂ ମାତା ତୁଳସୀ ମଧ୍ୟ କ୍ରୋଧିତ ହେବେ । ଭୁଲରେବି ଅପରିଷ୍କାର ମାଟିରେ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ । ଶୁଖିଲା ତୁଳସୀ ଗଛ ଘରେ ରଖିବା ଉଚିତ ନୁହେଁ । ନଚେତ ଏହାର ଖରାପ ପ୍ରଭାବ ତୁଳସୀ ଶରୀରର ସଦସ୍ୟଙ୍କ ଉପରେ ପଡ଼ିଥାଏ ।

ତୁଳସୀ ଗଛ ଶୁଖିବାର ଅର୍ଥ କିଛି ଖରାପ ସମୟ ଆସିବାକୁ ଯାଉଛି । ତେଣୁ ତୁଳସୀ ଗଛ ଶୁଖିଗଲେ ତାହାକୁ ବଦଳାଇ ନୂଆ ଗଛ ଲଗାଇ ଦିଅନ୍ତୁ । ମାସିକ ଧର୍ମ ସମୟରେ ମହିଳା ମାନେ ତୁଳସୀ ଗଛରେ ଜଳ ଅର୍ପିତ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ତୁଳସୀ ଗଛ ଶୁଖିପାରେ ଏବଂ ଘରେ ଦୁଃଖ ଦାରିଦ୍ର୍ୟତା ଦେଖା ଦେଇପାରେ । ତୁଳସୀ ମୂଳକୁ ସର୍ବଦା ପରିଷ୍କାର ରଖିବା ଉଚିତ । ତୁଳସୀ ପତ୍ରକୁ ନଖରେ ତୋଳିବା ଉଚିତ ନୁହେଁ । ଘରର ମଝା ମଝିରେ ତୁଳସୀ ଗଛ ଲଗାଇବା ଉଚିତ । ଖରାପ ଚିନ୍ତାଧାରା କିମ୍ବା ଲୋଭରେ ତୁଳସୀ ଗଛ ଆଣି ଘରେ ଲଗାଇବା ଉଚିତ ନୁହେଁ ।

ତୁଳସୀ ଗଛ ପାଖରେ ଓଦା ଲୁଗା ଶୁଖାଇବା ଉଚିତ ନୁହେଁ ଏବଂ ଜୋତା ଚପଲ ରଖିବା ଉଚିତ ନୁହେଁ । ତୁଳସୀ ଗଛ ମୂଳରେ ଭଗବାନ ଗଣେଶ କିମ୍ବା ମହାଦେବଙ୍କ ମୂର୍ତ୍ତି ଭୁଲରେବି ରଖନ୍ତୁ ନାହିଁ । ଆପଣ ଚାହିଁଲେ ଶାଲିଗ୍ରାମଙ୍କ ମୂର୍ତ୍ତି ରଖି ପାରିବେ । ତୁଳସୀ ଗଛ ମୂଳରେ ପ୍ରତ୍ୟେକ ଦିନ ଦୀପ ନିହାତି ଜାଳିବା ଉଚିତ । ତୁଳସୀ ଗଛ ପାଖରେ କିଛି ଗଛ ଲଗାଇବା ଉଚିତ ନୁହେଁ । ସାଧରଣତଃ ନାଗଫେଣି ଏବଂ ଏହିଭଳି କଣ୍ଟା ଥିବା ଗଛକୁ ତୁଳସୀ ଗଛ ପାଖରେ ଲଗାଇବା ଉଚିତ ନୁହେଁ । ଆପଣ କେବଳ ଗୋଲାପ ଗଛ ଲଗାଇ ପାରିବେ । ନାଗଫେଣି ଗଛକୁ ନକରାତ୍ମକ ଶକ୍ତିର ଉତ୍ସ ଏବଂ ଅଶୁଭ ବୋଲି କୁହାଯାଏ ।

ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ତୁଳସୀ ଗଛ ପାଖରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ । ତୁଳସୀ ଗଛ ଲଗାଇବା ପାଇଁ ଉତ୍ତର ପୂର୍ବ ଦିଗ ଅତ୍ୟନ୍ତ ଉତ୍ତମ ଅଟେ । ଘରେ ସକାରାତ୍ମକତା ସବୁବେଳେ ବଜାୟ ରହିଥାଏ । ଘରେ ତୁଳସୀ ଗଛ ସହିତ ଶାଳୀଗ୍ରାମକୁ ନିଶ୍ଚୟ ରଖନ୍ତୁ । ସେହିଘରେ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ । ଏହାଦ୍ବାରା ଘରରେ ଧନ ସମ୍ପତ୍ତିର ଅଭାବ କେବେ ହେବ ନାହିଁ । ଯେଉଁ ଘରେ ତୁଳସୀ ଗଛ ଏବଂ ଶାଲିଗ୍ରାମ ଥାଏ ସେହି ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ କେବେ ଖରାପ ହୁଏନାହିଁ । ସେହି ଘରେ ଟଙ୍କା ସମ୍ବନ୍ଧୀୟ କୌଣସି ସମସ୍ୟା ହୁଏନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *