Excuse Me Odisha

ଯାହା କହିବୁ ସତ କହିବୁ

ଚଳିତ ବର୍ଷ ଧନତେରସରେ କିଣନ୍ତୁ କେବଳ ଏହି ତିନୋଟି ଜିନିଷ । ଘରେ ଭରିଯିବ ଟଙ୍କା ପଇସା ।

ସେୟାର୍ କରନ୍ତୁ

ଧନତେରସରେ କିଛି ଏଭଳି ଜିନିଷ ଅଛି ଯାହାକୁ ଘରକୁ ଆଣିବା ଶୁଭ ହୋଇଥାଏ ଏବଂ ଏହାର ଶୁଭ ଫଳ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଜିନିଷକୁ ଆଣିବାର ଏକ ନିର୍ଦିଷ୍ଟ ବିଧି ରହିଛି । ଚଳିତ ବର୍ଷ ଧନତେରସ ନଭେମ୍ବର ୧୦ ରେ ଆରମ୍ଭ ହୋଇ ୧୧ ରେ ସରିବ । ଅମାବାସ୍ୟା ଦିନ ଦୀପାବଳି ଉତ୍ସବ ଏବଂ ଏହାର ପୂର୍ବ ଦିନ ଭାତୃତୀତା ପାଳନ ହେବ । ନଭେମ୍ବର ୧୦ ଧନତେରସର ପୂଜା ସମୟ ସନ୍ଧ୍ୟା ୬.୦୩ ରୁ ୮.୦୦ ପର୍ଯ୍ୟନ୍ତ ରହିବ । ଏହିଦିନ କିଛି ଏପରି ଶୁଭ ଜିନିଷ ଅଛି ଯାହାକୁ କିଣି ଆଣିବା ଦ୍ୱାରା ଭାଗ୍ୟ ବଦଳିଯାଏ । ଏହିଦିନ ସୁନା ରୁପାର ଆଭୂଷଣ ଏବଂ ପିତ୍ତଳ ବାସନ କିଣିବାର ପରମ୍ପରା ରହିଛି ।

ଏହାଦ୍ବାରା ଘରକୁ ସମ୍ପନ୍ନତା ଆସିଥାଏ । କିନ୍ତୁ ଆପଣଙ୍କ ପାଖରେ ଏତେ ଟଙ୍କା ନଥିଲେ ମାତ୍ର ୨ ଟଙ୍କାରେ ଏକ ବିଶେଷ ଜିନିଷ ଆଣିଲେ ମଧ୍ୟ ସମାନ ଫଳ ପ୍ରାପ୍ତ ହୋଇଥାଏ । କିଛି ଜିନିଷ ଯେମିତିକି ପୁରୁଣା ସମୟ କହୁଥିବା କିଛି ଜିନିଷ ଯେମିତିକି କ୍ୟାଲେଣ୍ଡର , ବନ୍ଦ ପଡ଼ିଥିବା ଘଣ୍ଟା ରଖିବା ଉଚିତ ନୁହେଁ । କ୍ୟାଲେଣ୍ଡରକୁ କେବେବି ଘରର କବାଟ ଆଗରେ କିମ୍ବା ପଛରେ ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଉନ୍ନତି ଅଟକି ଯାଏ । ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ସର୍ବପ୍ରଥମେ ସ୍ୱଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ । ତେଣୁ ଘରେ ଆବର୍ଜନା , ଭଙ୍ଗା ଜିନିଷ , ଅଶାନ୍ତି , କଳହ , କ୍ଳେଶ ଥିଲେ ଦୂର କରନ୍ତୁ ।

ନଚେତ ମାତା ଲକ୍ଷ୍ମୀ ଘରକୁ ଆସିବେ ନାହିଁ । ସମ୍ଭବତଃ ଧନତେରସ ପୂର୍ବରୁ ଘରେ ଗଙ୍ଗା ଜଳ ନିହାତି ସିଞ୍ଚନ କରନ୍ତୁ । ମାତା ଲକ୍ଷ୍ମୀ କିମ୍ବା ବିଷ୍ଣୁଙ୍କୁ ଆକର୍ଷିତ କରିବା ପାଇଁ ଧୂପ , ଦୀପ , ଝୁଣା କିମ୍ବା ଗୋବର ଟେଳା ଜଳାଇ ପାରିବେ । ଏହାବ୍ୟତୀତ ଗୋମୂତ୍ର ମଧ୍ୟ ସିଞ୍ଚି ପାରିବେ । ଦୀପାବଳି ଦିନ ଘରକୁ ମାଟିର ଏକ କଳସି ଆଣି ସେଥିରେ ପାଣି ଭରି ଘରର ଉତ୍ତର ଦିଗରେ ରଖି ଦିଅନ୍ତୁ । ଏହାଦ୍ବାରା ଧନ ସମ୍ପତ୍ତି ବୈଭବ ପ୍ରାପ୍ତ ହେବ । ଦୀପାବଳିର ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି କଳସି ପାଖରେ ଘିଅ ଦିଅ ନିହାତି ଜାଳନ୍ତୁ । ଉତ୍ତର ଦିଗ ଦେବତାଙ୍କ ଦିଗ ହୋଇଥାଏ ।

ତେଣୁ ଏକ ପାତ୍ରରେ ପାଣି ଭରି ରଖିଲେ ତାହା ଦେବତାଙ୍କୁ ପ୍ରାପ୍ତ ହୋଇଥାଏ । ଦୀପାବଳିରେ ଘରକୁ ଦକ୍ଷିଣାବର୍ତ୍ତି ଶଙ୍ଖ ନିହାତି ନେଇ ଆସନ୍ତୁ । ଏହାଦ୍ବାରା ଦାରିଦ୍ର୍ୟତାରୁ ମୁକ୍ତି ମିଳିବ । ଦୀପାବଳିରେ ଧାର୍ମିକ ଗ୍ରନ୍ଥ ସହିତ ପଦ୍ମ ଫୁଲ ମାଳ ମଧ୍ୟ ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରି ପ୍ରସନ୍ନ କରି ପାରିବେ । ଧନତେରସ ଦିନଟି ଭଗବାନ ଧନମନ୍ତ୍ରୀଙ୍କ ଦିନ ହୋଇଥାଏ ତେଣୁ ତାଙ୍କୁ ପୂଜା କରିବା ଦ୍ୱାରା ଧନରେ ଅବିବୃଦ୍ଧି ହୋଇଥାଏ । ଏହାଦ୍ୱାରା ଆରୋଗ୍ୟ ମଧ୍ୟ ପାପ୍ତ ହୋଇଥାଏ । ଏହିଦିନ ଘରକୁ ନିହାତି ଝାଡୁ ଆଣିବା ଉଚିତ । ଏହାଦ୍ବାରା ଘର ଧନ ଧାନ୍ୟରେ ଭରିଯିବ । ମାତ୍ର ବିଷମ ସଂଖ୍ୟାରେ ହିଁ ଝାଡୁ କିଣନ୍ତୁ । ଏହାଦ୍ବାରା ଅତ୍ୟନ୍ତ ଶୁଭ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *