Excuse Me Odisha

ଯାହା କହିବୁ ସତ କହିବୁ

ମାତ୍ର ଗୋଟିଏ ଶନିବାର ଅଶ୍ୱତ୍ଥ ବୃକ୍ଷ ମୂଳର ଏକ ଚିମୁଟା ମାଟି ନେଇ କରି ଦିଅନ୍ତୁ ଏହି ଛୋଟ ଉପାୟ ଏବଂ ଏହି ସ୍ଥାନରେ ଫିଙ୍ଗି ଦିଅନ୍ତୁ । ଘରକୁ ଆସିବେ ମାତା ଲକ୍ଷ୍ମୀ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଶାସ୍ତ୍ରରେ ଅଶ୍ୱତ୍ଥ ଗଛର ଅନେକ ମହତ୍ତ୍ୱ ରହିଛି । ଯାହାକୁ ପୂଜା କରି ମନୁଷ୍ୟ ନିଜ ଭାଗ୍ୟ ବଦଳାଇବା ସହିତ ଆର୍ଥିକ କ୍ଷେତ୍ରରେ ମଧ୍ୟ ଦୃଢ଼ ହୋଇପାରିବ । ଦୀର୍ଘ ଦିନ ଧରି ପୀଡ଼ିତ ଅସୁସ୍ଥ ବ୍ୟକ୍ତି ଅଶ୍ୱତ୍ଥ ବୃକ୍ଷରେ ଅର୍ପିତ କରିବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ହୋଇଥାଏ । କୌଣସି ପ୍ରକାରର ଆର୍ଥିକ ସମସ୍ୟା , କରଜ ସମ୍ବନ୍ଧୀୟ କିମ୍ବା ଅନ୍ୟ କୌଣସି ସମସ୍ୟା ଥିଲେ ତାହା ଅଶ୍ୱତ୍ଥ ବୃକ୍ଷରେ ଜଳ ଅର୍ପିତ କରିବା ଦ୍ୱାରା ଦୂର ହୋଇଥାଏ । ଏହି ସମ୍ବନ୍ଧୀୟ ସ୍ୱୟଂ ଭଗବାନ ବିଷ୍ଣୁ କହିଛନ୍ତି । ଏସବୁ ଗୀତରେ ବର୍ଣ୍ଣିତ ଅଛି ।

ଅଶ୍ୱତ୍ଥ ବୃକ୍ଷକୁ ଶ୍ରୀକୃଷ୍ଣଙ୍କ ପ୍ରତୀକ ବୋଲି କୁହାଯାଏ । ଅଶ୍ୱତ୍ଥ ବୃକ୍ଷରେ ୩୫ କୋଟି ଦେବଦେବୀ , ପିତୃ ପୁରୁଷ ଅର୍ଥାତ ପୂର୍ବଜ ବାସ କରନ୍ତି । ଅଶ୍ୱତ୍ଥ ଗଛକୁ ପୂଜା କଲେ କିମ୍ବା ପରିକ୍ରମା କଲେ ଶ୍ରୀକୃଷ୍ଣଙ୍କ ସମେତ ଅନ୍ୟ ଦେବଦେବୀ ଏବଂ ପିତୃଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଅଶ୍ୱତ୍ଥ ବୃକ୍ଷ ଦ୍ୱାରା କରାଯାଉଥିବା କିଛି ବିଶେଷ ଉପାୟ କଲେ ଜୀବନର ସବୁପ୍ରକାରର ସମସ୍ୟା ଯେପରିକି କରଜ ଜନିତ , ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିବ । ଏହି ଉପାୟକୁ କେବଳ ଶନିବାର ଦିନ ସନ୍ଧ୍ୟା ସମୟରେ ଏକ ରୋଲି , ଗୋଟିଏ ନାଲି କପଡ଼ା , ଗୋଟିଏ ଲମ୍ବା ମୋୖଲି ସୂତା , ଗୋଟିଏ ଅଟା ଦୀପ ଏବଂ ଘିଅ ଦ୍ୱାରା କରି ପାରିବେ ।

ଏକ ଅତି ପୁରୁଣା ଅଶ୍ୱତ୍ଥ ବୃକ୍ଷ ପାଖକୁ ଯାଇ ଗଛକୁ ପ୍ରଥମେ ପ୍ରଣାମ କରିବା ସହିତ ଭଗବାନ ବିଷ୍ଣୁ ଏବଂ ଅନ୍ୟାନ୍ୟ ଦେବଦେବୀଙ୍କୁ ପ୍ରଣାମ କରନ୍ତୁ । ପିତୃ ଦେବତା କିମ୍ବା ପୂର୍ବଜଙ୍କୁ ପ୍ରଣାମ କରି ଅଟା ଦୀପରେ ଘିଅ ଢ଼ାଳି ଏକ ଦୀପ ପ୍ରଜ୍ଜ୍ୱଳନ କରି ନିଜର ମନସ୍କାମନା କହି ଦିଅନ୍ତୁ । କିନ୍ତୁ ଏହି କାମ ସନ୍ଧ୍ୟାରୁ ରାତି ୮ ମଧ୍ୟରେ ଯେପରି ଶେଷ କରି ଦିଅନ୍ତି । ରାତି ୮ ପରେ ଅଶ୍ୱତ୍ଥ ବୃକ୍ଷ ପାଖକୁ ଯିବା ଆଦୋୖ ଉଚିତ ନୁହେଁ । ଅଶ୍ୱତ୍ଥ ଗଛର ଏକ ବଡ ପତ୍ର ବାଛି ସେଥିରେ ରୋଲି ସାହାଯ୍ୟରେ ନିଜର ସବୁ ମନସ୍କାମନାକୁ ଲେଖି ଦିଅନ୍ତୁ । କିନ୍ତୁ ଭୁଲରେବି ସେହି ପତ୍ରକୁ ଛିଡ଼ାଇବେ ନାହିଁ । ସେହି ପତ୍ରରେ ମୋୖଲି ସୂତାକୁ ସାତ ଥର ଗୁଡ଼ାଇ ଦିଅନ୍ତୁ ଏବଂ ବଳକା ସୂତାକୁ ଡାହାଣ ହାତରେ ସାତ ଥର ଗୁଡ଼ାଇ ବାନ୍ଧି ଦିଅନ୍ତୁ ।

ତାପରେ ଅଶ୍ୱତ୍ଥ ବୃକ୍ଷ ତଳେ ବସି ” ଓଁ ହିଂ ବଟ ସ୍ୱାହା ” ଏହି ମନ୍ତ୍ରର ଜପ କରନ୍ତୁ । ଅଶ୍ୱତ୍ଥ ଗଛ ତଳେ ବସି କୁହାଯାଉଥିବା କୌଣସି ମନ୍ତ୍ର ସିଦ୍ଧ ହୋଇଥାଏ । ଆପଣ ଚାହିଁଲେ ୧୦୮ ମାଳା ଥିବା ରୁଦ୍ରାକ୍ଷ ନେଇ ୧୦୮ ଥର ଜପ କରି ପାରିବେ । ଏହାପରେ ସବୁ ଦେବଦେବୀଙ୍କୁ ପ୍ରଣାମ କରନ୍ତୁ ଏବଂ ନିଜର ମନସ୍କାମନା ଏବଂ ସମସ୍ୟା ପୁଣିଥରେ କୁହନ୍ତୁ । ଅଶ୍ୱତ୍ଥ ବୃକ୍ଷର ମୂଳରୁ ଏକ ଚିମୁଟା ମାଟି ନେଇ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ । ଏହାପରେ ସବୁ ଦେବଦେବୀ ଏବଂ ବିଷ୍ଣୁଙ୍କୁ ପ୍ରଣାମ କରି ଘରକୁ ଯାଆନ୍ତୁ । ଘରେ ଧନ ରଖାଯାଉଥିବା ସ୍ଥାନରେ କିମ୍ବା ବ୍ୟବସାୟ ଜନିତ ସମସ୍ୟା ଥିଲେ ବ୍ୟବସାୟ ସ୍ଥାନରେ ସେହି ନାଲି କପଡ଼ାକୁ ରଖି ଦିଅନ୍ତୁ । କିଛିଦିନ ମଧ୍ୟରେ ହିଁ ସମସ୍ୟା ଦୂରେଇ ଯିବ ଏବଂ ଆର୍ଥିକ ସମସ୍ୟା , ଚାକିରୀ , ବ୍ୟବସାୟ ଏବଂ କରଜ ଜନିତ ସବୁ ସମସ୍ୟାର ସମାଧାନ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *