Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ପେଚାର ରାବ ଶୁଭିଲେ ମିଳିଥାଏ ଶୁଭ ଏବଂ ଅଶୁଭ ସଙ୍କେତ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ମନୁଷ୍ୟ ମାନଙ୍କ ଭଳି ପଶୁପକ୍ଷୀ ମଧ୍ୟ ପ୍ରକୃତିର ଏକ ଅଭିନ୍ନ ଅଙ୍ଗ ଅଟେ । ପ୍ରତ୍ୟେକ ପଶୁ ପକ୍ଷୀର ଏକ ବିଶେଷ ମହତ୍ତ୍ୱ ରହିଥାଏ । ତେବେ ଶାସ୍ତ୍ର ଅନୁଯାୟୀ ପଶୁ ପକ୍ଷୀଙ୍କ ଦ୍ୱାରା ମିଳୁଥିବା କିଛି ସଙ୍କେତ ଶୁଭ କିମ୍ବା ଅଶୁଭ ହୋଇଥାଏ ବୋଲି କୁହାଯାଏ । ତେଣୁ ପଶୁ ପକ୍ଷୀଙ୍କ ଦ୍ୱାରା ମିଳୁଥିବା ସଙ୍କେତକୁ ଯଦି ମନୁଷ୍ୟ ବୁଝିପାରେ ତେବେ ଭବିଷ୍ୟତ ବିଷୟରେ ଅନେକ କିଛି ସୂଚନା ମିଳିପାରେ ।

ଜୀବନରେ କିଛି ସମସ୍ୟା ଆସିଲେ ହିଁ ପ୍ରକୃତି ସମେତ ଜୀବଜନ୍ତୁ ମଧ୍ୟ ଅଦ୍ଭୁତ ସଙ୍କେତ ଦେଇଥାଏ । ଆଜି ଆମେ ପେଚା ବିଷୟରେ କହିବୁ । ସାଧରଣତଃ କହିବାକୁ ଗଲେ ପେଚାକୁ ଶୁଭ ଅଶୁଭ ବିଭିନ୍ନ ମତରେ ଗ୍ରହଣ କରାଯାଏ ଯାହାକି ଅନେକ ପୁରା କାଳରୁ ପ୍ରଚଳିତ ହୋଇ ଆସୁଛି ।

ପେଚା ବିଷୟରେ କହିବାକୁ ଗଲେ ଏହି ପକ୍ଷୀ ନିଶାଚର ହୋଇଥାଏ ଏବଂ ଏହାର ଶାରୀରିକ ଗଠନ ଏତେ ଭୟଙ୍କର ହୋଇଥାଏ ଯେ ମନୁଷ୍ୟ ତାର ଶବ୍ଦ ଏବଂ ରୂପ ଦେଖିଲେ ଭୟଭୀତ ହୋଇଥାଏ । ଯେଉଁ କାରଣରୁ ପେଚାକୁ ଲୋକେ ଅଶୁଭ ବୋଲି ବିବେଚନା କରନ୍ତି । ପେଚାର ଆଖି ବଡ଼ ଏବଂ ଖୁବ ବୁଦ୍ଧିମାନ ହେବା ସହିତ ନିଜର ମୁଣ୍ଡକୁ ଚାରି ପାଖକୁ ବୁଲାଇ ପାରେ । କିନ୍ତୁ ପୁରାଣ ଅନୁଯାୟୀ ମାତା ଲକ୍ଷ୍ମୀ ଯେତେବେଳେ ପ୍ରଥମଥର ପାଇଁ ପୃଥିବୀପୃଷ୍ଠକୁ ଆସିଥିଲେ ସେତେବେଳେ ସମଗ୍ର ପୃଥିବୀରେ କେହିବି ଜାଗ୍ରତ ନଥିଲେ । ସେତେବେଳେ ପେଚା ହିଁ ଗୋଟିଏ ପକ୍ଷୀ ଯିଏକି ଜାଗ୍ରତ ଥିଲା । ତେଣୁ ପେଚାକୁ ଆଧାର କରି ମାତା ଲକ୍ଷ୍ମୀ ଯାତ୍ରା କରିଥିଲେ ।

ସେବେଠାରୁ ପେଚାଖ ମାତା ଲକ୍ଷ୍ମୀଙ୍କ ବାହନ ଏବଂ ପୂଜା ମଧ୍ୟ କରାଯାଏ । ଏଭଳି ମାନ୍ୟତା ରହିଛି ଯେ କୌଣସି ଗର୍ଭବତୀ ମହିଳାଙ୍କୁ ପେଚା ଦେଖାଗେଲ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଯଦି ସେହି ମହିଳା ପେଚାକୁ ଛୁଇଁ ଦିଅନ୍ତି ତେବେ ଜନ୍ମ ହେବାକୁ ଯାଉଥିବା ପିଲା ସୌଭଗ୍ୟ ପ୍ରାପ୍ତ କରିଥାଏ । କୌଣସି ରୋଗୀକୁ ପେଚା ସ୍ପର୍ଶ କଲେ ଏହି ରୋଗ ଭଲ ହୋଇଯାଏ । କୌଣସି ଚାକିରୀ କିମ୍ବା ପରୀକ୍ଷା ପାଇଁ ବାହାରୁଥିବା ସମୟରେ ପେଚା ଦେଖଗଲେ ତାହା ଶୁଭ ହୋଇଥାଏ ।

ସକାଳୁ ସକାଳୁ ପେଚା ଦେଖା ଗଲେ କିମ୍ବା ରାବିଲେ ଧନ ପ୍ରାପ୍ତିର ସଙ୍କେତ ହୋଇଥାଏ । ପେଚାର ଆଖିକୁ ଦେଖିଲେ ଶୁଭ ହୋଇଥାଏ । ମାତ୍ର ପେଚା ଯଦି ଡାହାଣ ଦିଗକୁ ଚାହିଁ ରାବିଥାଏ ତାହା ଅଶୁଭ ହୋଇଥାଏ ମାତ୍ର ବାମ ପଟକୁ ଚାହିଁ ରାବିଲେ ତାହା ଶୁଭ ହୋଇଥାଏ । କୌଣସି ଘର ଉପରେ ପେଚା ବସିଲେ ସେହି ଘର ବର୍ବାଦ ହୋଇଯାଏ । ଏହାବ୍ୟତୀତ ଧନ ହାନୀ ଏବଂ ମୃତ୍ୟୁର ଆଶଙ୍କା ମଧ୍ୟ ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *