Excuse Me Odisha

ଯାହା କହିବୁ ସତ କହିବୁ

ଏହି ଫଳ କେଉଁଠି ମିଳିଲେ ହାତ ଛଡ଼ା ନକରି କରି ଦିଅନ୍ତୁ ଏହି ଗୁପ୍ତ ଉପାୟ । ସବୁ ପ୍ରକାରର ଶତ୍ରୁ ହୋଇଯିବେ ଶାନ୍ତ ।

ସେୟାର୍ କରନ୍ତୁ

ଭଗବାନ ଶିବଙ୍କ ଅତି ପ୍ରିୟ ଫୁଲ ଏବଂ ଗଛ ଧୁତୁରା ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ । କହିରଖିବୁ ଯେ ଏହି ଗଛ ଫଳର ଅନେକ ଧାର୍ମିକ ଏବଂ ତାନ୍ତ୍ରିକ ମହତ୍ତ୍ୱ ରହିଛି । ଯାହାକୁ ନେଇ ଆପଣ କିଛି ଖାସ ଉପାୟ ମଧ୍ୟ କରି ପାରିବେ । ବିଶେଷ କରି ଏହି ଗଛ ଆପଣଙ୍କୁ ଶତ୍ରୁଙ୍କ ଠାରୁ ମୁକ୍ତି ଦେଇ ପାରିବ । କିନ୍ତୁ ଏହି ଉପାୟ ସୋମବାର ଏବଂ ଶନିବାର ଅଧିକ ପ୍ରଭାବୀ ହେବ ।

ତେବେ ଏକ ଖାସ ଉପାୟ ପାଇଁ ଅର୍ଥାତ କୌଣସି ଶତ୍ରୁର ନାମ ଜାଣି ନଥିଲେ ଗୋଟିଏ କଞ୍ଚା ଏବଂ ଛୋଟ ଧୁତୁରା ଫଳ ସହିତ ଏକ ଛୁରୀ , ଲୁହା କଣ୍ଟା , ଧଳା କାଗଜ ଏବଂ ଏକ ନାଲି କାଳି ପେନ ନିଅନ୍ତୁ । ବ୍ଲାକ ପେନରେ ଧଳା କାଗଜ ଉପରେ ଶତ୍ରୁର ନାମ ଲେଖି ଦିଅନ୍ତୁ ।

ଗୋଟିଏ ଛୁରୀରେ ସେହି ଫଳକୁ ସାମାନ୍ୟ କାଟି ଦିଅନ୍ତୁ ଏବଂ ଏହାପରେ ସେହି କାଗଜକୁ ଅତି କମରେ ସାତ ଥର ଫଲଡ କରନ୍ତୁ । ସେହି କାଗଜକୁ କଟା ଫଳ ମଧ୍ୟରେ ଲବଙ୍ଗ ସହିତ ପୁରାଇ ଲୁହା କଣ୍ଟାକୁ ପୋତି ଦିଅନ୍ତୁ । ଯେପରି ତାହା ଅନ୍ୟ ପଟକୁ ଫୁଟି ଯିବ । ତାହାକୁ ନେଇ କୌଣସି ନିସଙ୍ଗ ସ୍ଥାନରେ ମାଟିରେ ଗାତ ଖୋଳି ପୋତି ଦିଅନ୍ତୁ ।

ମାଟି ଢ଼ାଳିବା ସମୟରେ ମନ୍ତ୍ରର ଜପ କରି ଚୁପଚାପ ଘରକୁ ଚାଲି ଆସନ୍ତୁ । ଦେଖିବେ ଶତ୍ରୁ ଶାନ୍ତ ହୋଇଯିବ । ଯଦି ଶତ୍ରୁ ଆପଣଙ୍କ ଆଖପାଖରେ ଅଛି ତେବେ ଦୁଇଟି ଧୁତୁରା ଫଳ ଏବଂ ଏକ ଲୁହା କଣ୍ଟା ନିଅନ୍ତୁ । ସେହି କଣ୍ଟା ଦ୍ୱାରା ସେହି ଫଳରେ ହାଲୁକା ଛେଦ କରି ଦିଅନ୍ତୁ । ଏହାପରେ ସେହିଭଳି ଧଳା କାଗଜରେ ଶତ୍ରୁର ନାମ ଲେଖି ସେହି ଫଳକୁ କାଟି ତାଭିତରେ ପୁରାଇ ଏକ ଲବଙ୍ଗ ମଧ୍ୟ ପୁରାଇ ଦିଅନ୍ତୁ ।

ବର୍ତ୍ତମାନ ଲୁହା କଣ୍ଟାକୁ ଏବଂ ସେହି ଫଳକୁ ସାଥିରେ ନେଇ ଶତ୍ରୁର ଘରକୁ ଯିବା ସମୟରେ ଏକ ମନ୍ତ୍ର ଜପ କରନ୍ତୁ । ଓଁ ନମଃ ରୁଦ୍ରାକୟ ଏବଂ ଶତ୍ରୁର ନାମ ସେଥିରେ କୁହନ୍ତୁ । ଏହାକୁ ଆପଣ ୧୦୮ କିମ୍ବା ୧୦୦୮ ଥର ଜପ କରି ପାରିବେ । ସୋମବାର କିମ୍ବା ଶନିବାର ଦିନ ସକାଳୁ ତାହାକୁ ନେଇ ଶତ୍ରୁରେ ଘରର ଦ୍ୱାରରେ ତାହାକୁ ଚିପୁଡ଼ି ଦିଅନ୍ତୁ ଏବଂ ସାଥିରେ ମନ୍ତ୍ର ମଧ୍ୟ ଜପ କରନ୍ତୁ ।

ଏହାପରେ ସେହି କଣ୍ଟାକୁ ମଧ୍ୟରେ ସେହି ଠାରେ ପୋତି ଦିଅନ୍ତୁ । ବିନା ପଛକୁ ବୁଲି ଘରକୁ ଚାଲି ଆସନ୍ତୁ ଏବଂ ଘରକୁ ଆସି ହାତ ଗୋଡ଼ ଧୋଇ ନିଅନ୍ତୁ । ଏହାଦ୍ବାରା ମାତ୍ର କେଇ ଘଣ୍ଟା ମଧ୍ୟରେ ଶତ୍ରୁ ଶାନ୍ତ ହୋଇଯିବ । ଏହି ଉପାୟ ଦ୍ୱାରା ପ୍ରଚଣ୍ଡ ବଶୀକରଣ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *