Excuse Me Odisha

ଯାହା କହିବୁ ସତ କହିବୁ

ସେପ୍ଟେମ୍ବର ୨୮ ଅନନ୍ତ ଚତୁର୍ଦ୍ଦଶୀରେ ଘଟୁଛି ମହାସଂଯୋଗ । ଏହି ସ୍ଥାନରେ ବାନ୍ଧି ଦିଅନ୍ତୁ ନାଲି ସୂତା । ଆର୍ଥିକ ସମସ୍ୟା ଏବଂ ବାଧା ବିଘ୍ନ ହେବ ଦୂର ।

ସେୟାର୍ କରନ୍ତୁ

ଅନନ୍ତ ଚତୁର୍ଦ୍ଦଶୀ ଦିନ ଭଗବାନ ଗଣେଶ କୈଳାସ ଅର୍ଥାତ ନିଜ ଘରକୁ ଫେରି ଯାଆନ୍ତି ବୋଲି ମାନ୍ୟତା ରହିଛି । ତେଣୁ ଏହିଦିନ ଭଗବାନ ଗଣେଶଙ୍କ ଖାସ ଏବଂ ବିଶେଷ ଜିନିଷ ଅର୍ଥାତ ସୂତାକୁ ନେଇ କିଛି ଖାସ ଉପାୟ କଲେ ତାହାର ଫଳାଫଳ ଆପଣଙ୍କୁ ନିଶ୍ଚୟ ମିଳିବ ।

କହିରଖିବୁ ଯେ ଏହି ଅନନ୍ତ ଚତୁର୍ଦ୍ଦଶୀ ଦିନ ଗଣେଶ ଉତ୍ସବ ଶେଷ ହେଉଛି ଏବଂ ଏହି ଅବସର ଖୁବ ଭଲ ଅଟେ କିଛି ଖାସ ଉପାୟ କରିବା ପାଇଁ । ଅନନ୍ତ ଚତୁର୍ଦ୍ଦଶୀ ଦିନ ଭଗବାନ ଗଣେଶଙ୍କ ବିସର୍ଜନ ପୂର୍ବରୁ ବିଧିବଦ୍ଧ ଭାବରେ ଥରେ ପୂଜା ନିଶ୍ଚୟ କରନ୍ତୁ । ଯେଉଁଥିରେ ଅତର , ତୁଳସୀ ପତ୍ର ଏବଂ ନଡ଼ିଆ ମଧ୍ୟ ଅର୍ପିତ କରନ୍ତୁ । ଏହାପରେ ପ୍ରାୟ ଶହେ ହାତ ଲମ୍ବର ଏକ ନାଲି ସୂତା ନେଇ ସେଥିରେ ଗଙ୍ଗା ଜଳ ସିଞ୍ଚି ଦିଅନ୍ତୁ ।

ଭଗବାନ ଗଣେଶଙ୍କ ଚରଣରେ ଥିବା ନାଲି ସିନ୍ଦୁରକୁ ସେଥିରେ ଲଗାଇ ସେହି ସୂତାକୁ ଭଗବାନ ଗଣେଶଙ୍କ ଚରଣରେ ରଖନ୍ତୁ ଏବଂ ଏହାପରେ ଭଗବାନ ଗଣେଶଙ୍କ ମନ୍ତ୍ର ” ଓଁ ଶ୍ରୀ ଗଣେଶାୟ ନମଃ ” ଜପ କରନ୍ତୁ । ଏହି ମନ୍ତ୍ର ୧୦୮ ଥର ଜପ କରି ଦୁଇଟି କର୍ପୂର ଏବଂ ଲବଙ୍ଗ ଜାଳି ଆରତୀ କରନ୍ତୁ ।

ଏହାପରେ ସେହି ସୂତାକୁ ନେଇ ସ୍ତ୍ରୀ ଲୋକ ହୋଇଥିଲେ ବାମ ହାତରେ ଏବଂ ପୁରୁଷ ହୋଇଥିଲେ ଡାହାଣ ହାତରେ ପୂଜାରୀ କିମ୍ବା ନିଜ ମାତା କିମ୍ବା ଆପଣଙ୍କ ବିଷୟରେ ଭଲ ଚିନ୍ତାଧାରା ରଖୁଥିବା ବ୍ୟକ୍ତିକୁ ବାନ୍ଧିବାକୁ କୁହନ୍ତୁ । ଏହି ସମୟରେ ପୁଣିଥରେ ” ଓଁ ଶ୍ରୀ ଗଣେଶାୟ ନମଃ ” ମନ୍ତ୍ରକୁ ସାତ ଥର ଜପ କରନ୍ତୁ ।

ସେହି ସୂତାକୁ ଅଳ୍ପ ଅଂଶ କିମ୍ବା ଅନ୍ୟ ଏକ ସୂତା ଆଣି ପୁଣିଥରେ ଭଗବାନ ଗଣେଶଙ୍କ ଚରଣରେ ରଖି ତାହାକୁ ଘରର ସିନ୍ଧୁକରେ କିମ୍ବା ଧନ ରଖା ଯାଉଥିବା ସ୍ଥାନରେ ରଖି ପାରିବେ । ଏହି ଉପାୟ ଦ୍ୱାରା ଖରାପ ଦୃଷ୍ଟି , ତମାମ ସମସ୍ୟା ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ ।

ଅନନ୍ତ ଚତୁର୍ଦ୍ଦଶୀ ଦିନ ଗୋଟିଏ ନଡ଼ିଆ ନେଇ ମୁଣ୍ଡ ପାଖରୁ ଗୋଡ଼ ପର୍ଯ୍ୟନ୍ତ ସାତ ଥର ବୁଲାଇ ନଦୀରେ ପ୍ରବାହିତ କରି ଦିଅନ୍ତୁ କିମ୍ବା ଭଗବାନ ଗଣେଶଙ୍କ ଚରଣ ପାଖରେ ଫଟାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ମଧ୍ୟ ରାହୁ ଦୋଷ ଦୂର ହୋଇଥାଏ । ମାତ୍ର ଏହି କାମ ମହିଳା ନୁହଁନ୍ତି ବରଂ ପୁରୁଷ ହିଁ କରିବା ଉଚିତ । ଏହାପରେ ସେହି ନଡ଼ିଆକୁ ନଦୀରେ ଭସାଇ ଦିଅନ୍ତୁ ଏବଂ ପଛକୁ ବୁଲି ଦେଖନ୍ତୁ ନାହିଁ । ଏହି ଉପାୟ ଦ୍ୱାରା ସବୁ ପ୍ରକାରର ବାଧା ବିଘ୍ନ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *