Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ଅକ୍ଟୋବରରେ ଏହି ଆଠଟି ରାଶି ଉପରେ ହେବ ଧନ ବର୍ଷା ଏବଂ ଚାରୋଟି ରାଶିକୁ ମିଳିବ ଦୁର୍ଭାଗ୍ୟ । ଜାଣି ନିଅନ୍ତୁ ଆପଣଙ୍କର କେଉଁ ରାଶି ।

ସେୟାର୍ କରନ୍ତୁ

୨୦୨୩ ଅକ୍ଟୋବରରେ ଗ୍ରହ ମାନଙ୍କର ଗତିରେ ଏବଂ ସ୍ଥିତିରେ ଅନେକ ପରିବର୍ତ୍ତନ ହେବ । ତେଣୁ ଏହାର ସିଧାସଳଖ ପ୍ରଭାବ ୧୨ ଗୋଟି ରାଶି ଉପରେ ପଡ଼ିବାକୁ ଯାଉଛି । ତେଣୁ ଆଜି ଆମେ ସେହି ସବୁ ରାଶି ମାନଙ୍କ ବିଷୟରେ କହିବୁ ।

୧ . ମେଷ ରାଶି:-

ଏହି ରାଶିର ବ୍ୟକ୍ତି ବିଶେଷ କର୍ମ କ୍ଷେତ୍ରରେ ଲାଭବାନ ହେବେ । ବ୍ୟବସାୟରେ ଲାଭ ମିଳିବ । ଦାୟିତ୍ବ ବୃଦ୍ଧି ହେବ । କଠିନ ପରିଶ୍ରମ ଦ୍ୱାରା ଲାଭବାନ ହେବେ । କିନ୍ତୁ ଟିକିଏ ମାନସିକ ଅଶାନ୍ତି ଦେଖା ଦେଇପାରେ । ମହିଳା ମାନଙ୍କ ପାଇଁ ସମୟ ଏତେ ଭଲ ରହିବ ନାହିଁ । ଟିକେ ଦୁଃଖିତ ରହି ପାରନ୍ତି । କିନ୍ତୁ ବିଦ୍ୟାର୍ଥୀଙ୍କ ପାଇଁ ଏହି ମାସ ସମ୍ପୂର୍ଣ୍ଣ ଭଲ ରହିବ । ଏହି ମାସରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଚାକିରୀରେ ଅପଯଶ ପାଇବେ । ଚାକିରୀରେ ଦୁର୍ନୀତି କରିଣ ନିନ୍ଦା ପାଇବେ ଏବଂ ଚାଷୀ ମାନେ ହତାଶ ହେବେ ।

୨ . ବୃଷ ରାଶି:-

ବ୍ୟବସାୟରେ ଉନ୍ନତି ହେବ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ଜିଦ ବଢିଯିବ , ମନ ଏବଂ ଦେହ ଚଞ୍ଚଳ ରହିବ । ଆୟରେ ବୃଦ୍ଧି ହେବ । ବ୍ୟବସାୟରେ ଆଗୁଆ ରହିବେ । ପାଠ ପଢ଼ୁଥିବା ପିଲା ଭଲ ଲାଭ ପାଇବେ ।

୩ . ମିଥୁନ ରାଶି:-

କର୍ମ କ୍ଷେତ୍ରରେ ଉନ୍ନତି ସହିତ ଅଟକି ରହିଥିବା ଧନ ପ୍ରାପ୍ତ ହେବ । ସମାଜରେ ମାନ ସମ୍ମାନ ମିଳିବା ସହିତ ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ ଏବଂ ମହିଳା ମାନେ ସୁଖୀ ରହିବେ । ଶିକ୍ଷାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ । ମାତ୍ର ସ୍ୱାସ୍ଥ୍ୟ କ୍ଷେତ୍ରରେ ଟିକିଏ ସଚେତନତାର ଆବଶ୍ୟକତା ରହିଛି । ଆୟ ବ୍ୟୟ ସମାନ ରହିବ ଏବଂ ଚାକିରୀରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇପାରେ ।

୪ . କର୍କଟ ରାଶି:-

ଦୈନିକ ରୋଜଗାରରେ ବୃଦ୍ଧି ହେବ ଏବଂ ବନ୍ଧୁ ସହଯୋଗ ମିଳିବ । ପାରିବାରିକ ସମସ୍ୟା ସହିତ ନିର୍ମାଣ କାର୍ଯ୍ୟରେ ବାଧା ଆସିପାରେ । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ମହିଳା ମାନେ ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଚାକିରୀରେ ଭ୍ରମଣର ଯୋଗ ରହିଛି କିନ୍ତୁ ଅଧିକ ଆର୍ଥିକ ଖର୍ଚ୍ଚ ହୋଇପାରେ ।

୫ . ସିଂହ ରାଶି:-

ଚାକିରୀ କ୍ଷେତ୍ରରେ ଉନ୍ନତି ଏବଂ ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ମହିଳା ମାନେ ଧାର୍ମିକ କାର୍ଯ୍ୟରେ ମନ ବଳାଇ ପାରନ୍ତି । ଛାତ୍ର ଛାତ୍ରୀ ଶିକ୍ଷାରେ ଅଧକ ମନ ବଳାଇବେ ।

୬ . କନ୍ୟା ରାଶି:-

ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ଅର୍ଥ ଲାଭ ହେବ ଏବଂ କୌଣସି ନୂତନ ଦ୍ରବ୍ୟକିଣି ପାରନ୍ତି । ଧୌର୍ଯ୍ୟ ଦ୍ୱାରା ସବୁ କାର୍ଯ୍ୟ ସିଦ୍ଧ ହେବ । ଆୟ ବ୍ୟୟ ସମାନ ରହିବ । କିନ୍ତୁ ଛାତ୍ର ଛାତ୍ରୀଙ୍କ ପାଇଁ ସମୟ ଅତ୍ୟନ୍ତ ଉପଯୁକ୍ତ ରହିବ । ମହିଳା ମାନଙ୍କ ପାଇଁ ସାମାନ୍ୟ ଚିନ୍ତା ଜନକ ହୋଇପାରେ ।

୭ . ତୁଳା ରାଶି:-

ଦୈନିକ ରୋଜଗାରରେ ଉନ୍ନତି ଆସିବ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । କୌଣସି ଅପବ୍ୟୟ ହୋଇପାରେ କିନ୍ତୁ ମହିଳା ମାନେ ସୁଖୀ ହେବେ । ଛାତ୍ର ଛାତ୍ରୀଙ୍କ ପାଇଁ ଏହି ସମୟ ଭଲ ରହିବ ।

୮ . ବିଛା ରାଶି:-

ବ୍ୟବସାୟରେ ଉନ୍ନତି ହେବ । ଉଚ୍ଚ ପଦରେ ଥିବା ଅଧିକାରୀଙ୍କ ସାହାଯ୍ୟ ସହିତ ବନ୍ଧୁ ସହଯୋଗ ମଧ୍ୟ ପ୍ରାପ୍ତ ହେବ । କୌଣସି ଶୁଭ ସମାଚାର ପାଇ ପାରନ୍ତି । ଆର୍ଥିକ ଲାଭ ଅଧିକ ହେବ । ମହିଳା ମାନେ ସୁଖୀ ହେବା ସହିତ ଛାତ୍ର ଛାତ୍ରୀ ଉନ୍ନତି କରିବେ ।

୯ . ଧନୁ ରାଶି:-

କର୍ମ କ୍ଷେତ୍ରରେ ଉନ୍ନତି ହୋଇପାରେ । ବ୍ୟବସାୟରେ ସାମାନ୍ୟ ଲାଭ ପାଇପାରେ । କର୍ମ କ୍ଷେତ୍ରରେ ଲାଭ ମିଳିବ । ସାଙ୍ଗ ସାଥି ମାନଙ୍କ ସାହାଯ୍ୟ ମିଳିବ । କୌଣସି ନୂତନ ସ୍ଥାନକୁ ଯାତ୍ରା କରି ପାରନ୍ତି କିନ୍ତୁ ଖର୍ଚ୍ଚ ଅଧିକ ହେବ । ଅଧିକ ଅପବ୍ୟୟର ଯୋଗ ରହିଛି । ଯେଉଁ କାରଣରୁ ମହିଳା ମାନେ ଚିନ୍ତିତ ରହିବେ । ଛାତ୍ର ଛାତ୍ରୀ ଅସଫଳ ରହିବେ ।

୧୦ . ମକର ରାଶି:-

କୌଣସି ନୂତନ ସ୍ଥାନକୁ ଯାତ୍ରା କରି ପାରନ୍ତି । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଛାତ୍ର ଛାତ୍ରୀଙ୍କ ପାଇଁ ସମୟ ଭଲ ରହିବ ।

୧୧ . କୁମ୍ଭ ରାଶି:-

କର୍ମ କ୍ଷେତ୍ରରେ ସଫଳତା ମିଳିପାରେ ଘରେ ସୁଖ ଶାନ୍ତିର ମାହୋଲ ରହିବ । କୌଣସି ଗୋଟିଏ କ୍ଷେତ୍ରରେ ସୁଖୀ ହୋଇ ପାରନ୍ତି । କିନ୍ତୁ ଅପବ୍ୟୟର ଯୋଗ ବନୁଛି । ଆର୍ଥିକ ଅଭାବ ଦେଖା ଦେଇପାରେ । କିନ୍ତୁ ମହିଳା ମାନେ ସୁଖରେ ରହିବେ । ଛାତ୍ର ଛାତ୍ରୀ ମାନେ ଅସଫଳ ହେବାର ସମ୍ଭାବନା ଅଧିକ ରହିଛି । ତାସହିତ କିଛି ଶାରୀରିକ ଅସୁସ୍ଥତା ମଧ୍ୟ ଦେଖା ଦେଇପାରେ ।

୧୨ . ମୀନ ରାଶି:-

ବ୍ୟବସାୟ ଏବଂ ଚାକିରୀ ଉଭୟରେ ଲାଭ ହେବ । ମାନ ସମ୍ମାନ ପ୍ରାପ୍ତ ହେବ । ଧନ ଲାଭର ଯୋଗ ରହିଛି । ପାରିବାରିକ ସୁଖ ବୃଦ୍ଧି ପାଇବ । ଶତ୍ରୁ ମାନେ ପରାଜିତ ହେବେ । ମହିଳା ମାନେ ସୁଖୀ ହେବେ । ଛାତ୍ର ଛାତ୍ରୀ ମାନେ ସଫଳତା ଲାଭ କରିବେ । କିନ୍ତୁ ଶାରୀରିକ ଅସୁସ୍ଥତା ରହିବ । ତେଣୁ ଶରୀରର ଯତ୍ନ ନିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *