Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ ନିଶ୍ଚିତ ଭାବରେ କରନ୍ତୁ ଏହି କିଛି ଛୋଟ ଉପାୟ । ହେବ ଧନ ବର୍ଷା । ଧୋନୀ ହେବାରୁ କେହିବି ଅଟକାଇ ପାରିବେ ନାହିଁ ।

ସେୟାର୍ କରନ୍ତୁ

ବୁଧବାର ଭଗବାନ ଶ୍ରୀଗଣେଙ୍କୁ ସମର୍ପିତ ଅଟେ । କହୁରଖିବୁ ଯେ ଭଗବାନ ଗଣେଶ ଆଦ୍ୟ ଦେବତା ଅଟନ୍ତି । ତେଣୁ ଭଗବାନ ଗଣେଶଙ୍କୁ ପୂଜା କଲେ ଜୀବନରେ ସବୁ ସମସ୍ୟା ଦୂର ହୋଇଥାଏ । ଏହାବ୍ୟତୀତ ସବୁ ଦେବା ଦେବୀଙ୍କୁ ପୂଜା କରିବା ପୂର୍ବରୁ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରାଯାଏ । ଏହି ବୁଧବାର ଦିନ କିଛି ସହଜ ଉପାୟ କରାଯାଇ ପାରେ । ଯେଉଁ ବିଷୟରେ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ । ବୁଧବାର ଦିନ ଆପଣ ଯଦି କେବଳ ଶୁଖିଲା ଧଣିଆ ଏବଂ ଗୁଡ଼ ଭଗବାନ ଗଣେଶଙ୍କ ପାଖରେ ଭୋଗ ଲଗାନ୍ତି ତେବେ ଭଗବାନ ବହୁତ ଜଲଦି ପ୍ରସନ୍ନ ହେବେ ଏବଂ ଏହାଦ୍ବାରା ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବ ।

ଏହାଦ୍ବାରା ଅଟକି ରହିଥିବା କାର୍ଯ୍ୟ ମଧ୍ୟ ପୂରଣ ହେବ । ଗଣେଶଙ୍କର ଦୁବ ଖୁବ ପ୍ରିୟ । ତେଣୁ ଏହିଦିନ ଏକ ନାଲି ସୂତା ବ୍ୟବହାର କରି ଦୁବ ମାଳା ବନାଇ ଅର୍ପିତ କରନ୍ତୁ । ଏହାଦ୍ବାରା ଜୀବନର ତମାମ ସମସ୍ୟା ଦୂର ହେବ । ଲଗାତାର ସାତୋଟି ବୁଧବାର ପର୍ଯ୍ୟନ୍ତ ଭଗବାନ ଗଣେଶଙ୍କୁ ଗୁଡ଼ ଭୋଗ ଆକାରରେ ଲଗାଇଲେ ଆପଣଙ୍କର କୌଣସି ପ୍ରକାରର ଅଭାବ ରହିବ ନାହିଁ । ଗଣେଶଙ୍କୁ ଅଳ୍ପ ଘିଅ ଏବଂ ଗୁଡ଼ ଭୋଗ ଲଗାଇଲେ ମାତା ଲକ୍ଷ୍ମୀ ମଧ୍ୟ ଘର ଛାଡ଼ି କୁଆଡ଼େ ଯିବେନି । ଆଠଟି ଅରଖ ଫୁଲ ନିୟମିତ ଭଗବାନ ଗଣେଶଙ୍କୁ ଅର୍ପିତ କଲେ ଜୀବନର ସବୁ ସମସ୍ୟା ଦୂର ହେବ ଏବଂ କୌଣସି ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହେବ ନାହିଁ । ଯଦି ଆପଣ ଏହି ଦିନ କିନ୍ନର ମାନଙ୍କୁ ଦାନ କରି ସେମାନଙ୍କ ପାଖରୁ ଗୋଟିଏ କୋଏନ ଆଣି ଧନ ରଖା ଯାଉଥିବା ସ୍ଥାନରେ ରଖନ୍ତି ତେବେ ଆର୍ଥିକ ବୃଦ୍ଧି ହୋଇଥାଏ ।

ଓଁ ବ୍ରାଙ୍ଗ ବ୍ରିଙ୍ଗ ବ୍ରଙ୍ଗ ସ୍ୱାହ ଉଧାୟ ନମଃ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଜାତକରେ ବୁଦ୍ଧ ମଜବୁତ ହୋଇଥାଏ । ଯଦି ଆପଣ ୧୧ କିମ୍ବା ୨୧ ଟି ଦୁବ ନେଇ ଗଣେଶଙ୍କୁ ଅର୍ପିତ କରନ୍ତି ଏବଂ ନିଜର ମନସ୍କାମନା କହନ୍ତି ତେବେ ତାହା ବହୁତ ଜଲଦି ପୂରଣ ହୋଇଯିବ । କରଜ ଜନିତ ସମସ୍ୟା ଥିଲେ ମଧ୍ୟ ଭଗବାନ ଗଣେଶଙ୍କୁ ଦୁବ ଅର୍ପିତ କରି ପାରିବେ । ଜାଭିତ୍ରୀକୁ ଆଣି ଛୋଟ ଛୋଟ ଖଣ୍ଡ କରି ସଞ୍ଚୟ କରି ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ଏକ ଚିମୁଟା ଲେଖାଏଁ ଭଗବାନ ଗଣେଶଙ୍କୁ ଭୋଗ ଲଗାନ୍ତୁ । ଏହାକୁ ନିୟମିତ ଭାବରେ କରନ୍ତୁ ଏବଂ ତାହାକୁ ପରିବାର ସହିତ ପ୍ରସାଦ ଆକାରରେ ମଧ୍ୟ ସେବନ କରନ୍ତୁ ।

ଜୀବନରେ ସମସ୍ୟା ବଢ଼ି ଯାଇଥିଲେ ଗୋଟିଏ କଦଳୀ ପତ୍ର କିମ୍ବା ପାନ ପତ୍ର ଭଲ ଭାବରେ ଧୋଇ ପୂଜା ଘରେ ରଖି ତାହା ଉପରେ ଏକ ମୁଠା ଚାଉଳ ରଖି ଦିଅନ୍ତୁ । ତାହା ଉପରେ ଏକ କୋଏନ ଏବଂ ମୋଦକ ରଖନ୍ତୁ । ବର୍ତ୍ତମାନ ପୂଜା କରି ନିଜ ମନସ୍କାମନା କହିବା ପରେ ଚାଉଳକୁ ଘରେ ରଖା ଯାଉଥିବା ଚାଉଳ ସ୍ଥାନରେ ରଖି ଦିଅନ୍ତୁ କିମ୍ବା ଖିରି କରି ପ୍ରସାଦ ଆକାରରେ ସେବନ କରନ୍ତୁ । ମୋଦକକୁ ପ୍ରସାଦ ଆକାରରେ ଗ୍ରହଣ କରି ପାରିବେ । ଏହାପରେ କୋଏନକୁ ଏକ ନାଲି କପଡ଼ାରେ ବାନ୍ଧି ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଜୀବନରେ କେବେବି ଆର୍ଥିକ ଅଭାବ ରହିବ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *