Excuse Me Odisha

ଯାହା କହିବୁ ସତ କହିବୁ

ପିତୃ ପକ୍ଷରେ ମୃତ ପରିଜନ ସ୍ୱପ୍ନରେ ଆସିଲେ ମିଳିଥାଏ ଏହି ଖାସ ସଙ୍କେତ । ଦେଖୁଥିଲେ ଅଣଦେଖା କରନ୍ତୁ ନାହିଁ ।

ସେୟାର୍ କରନ୍ତୁ

ପିତୃପକ୍ଷରେ ଯଦି ଆପଣଙ୍କୁ ସ୍ୱପ୍ନରେ ଆପଣଙ୍କ ପିତୃ ପୁରୁଷ କିମ୍ବା ପୂର୍ବଜ ନଜର ଆସନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପିତୃପକ୍ଷ ଆରମ୍ଭ ହୋଇଥାଏ । ହିନ୍ଦୁ ଧର୍ମରେ ଏହି ମାନ୍ୟତା ରହିଛି ଯେ ଏହି ସମୟରେ ପିତୃ ପୁରୁଷ ନିଜ ପରିଜନଙ୍କୁ ଦେଖା କରିବାକୁ ଆସନ୍ତି ଏବଂ ଏହି ସମୟରେ ପିତୃଙ୍କ ନିମିତ୍ତ ଶ୍ରାଦ୍ଧ ଏବଂ ତର୍ପଣ କରି ପ୍ରସନ୍ନ କରିବାର ବିଧାନ ରହିଛି । ଯେଉଁ ବ୍ୟକ୍ତି ନିଜ ପିତୃଙ୍କୁ ପ୍ରସନ୍ନ କରିଥାଏ ସେହି ବ୍ୟକ୍ତିର ଜୀବନରେ କୌଣସି ଜିନିଷର ଅଭାବ ରହେ ନାହିଁ ଏବଂ ସେହି ବ୍ୟକ୍ତିର ଜୀବନରେ କେବେ ଦୁଃଖ ଆସେ ନାହିଁ ।

ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ ପିତୃ ସମ୍ବନ୍ଧରେ ଅନେକ ବିଷୟରେ ବର୍ଣ୍ଣନା କରଛନ୍ତି । ପିତୃ ପୁରୁଷ ନିଜ ପରିଜନଙ୍କ ସ୍ୱପ୍ନରେ ଆସିଲେ ନାନା ପ୍ରକାରର ସଙ୍କେତ ଦେଇଥାନ୍ତି । ସେଥିମଧ୍ୟରୁ କିଛି ଶୁଭ ହୋଇଥିବା ବେଳେ ଆଉ କିଛି ଅଶୁଭ ହୋଇଥାଏ । ତେଣୁ ସେହିସବୁ ସଙ୍କେତକୁ ଅଣଦେଖା କରିବା ଉଚିତ ନୁହେଁ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମୃତ୍ୟୁ ପରେ ମନୁଷ୍ୟ ଶରୀର ବାୟୁ ଆକାର ଧାରଣ କରିଥାଏ ଯାହା କେବେବି ନଷ୍ଟ ହୁଏନାହିଁ । କିନ୍ତୁ ମନୁଷ୍ୟକୁ ସେମାନଙ୍କ ଉପସ୍ଥିତ ଅନେକ ଉପାୟରେ ଜଣା ପଡ଼ିଯାଏ । ଯଦି ସ୍ୱପ୍ନରେ ହାତୀ , ଘୋଡ଼ା , ବଳଦ ଏବଂ ଭୟଙ୍କର ମନୁଷ୍ୟ ରୂପରେ ପିତୃ ପୁରୁଷ ନଜର ଆସନ୍ତି ତେବେ ଜାଣି ଯାଆନ୍ତୁ ଯେ ତାଙ୍କର ମୁକ୍ତି ହୋଇନାହିଁ ।

ତେଣୁ ଏପରି କ୍ଷେତ୍ରରେ ନିଜ ପୂର୍ବଜଙ୍କ ଶାନ୍ତି ପାଇଁ ଶ୍ରାଦ୍ଧ ଏବଂ ଦାନ ନିଶ୍ଚୟ କରନ୍ତୁ । ଯଦି ସ୍ୱପ୍ନରେ କୌଣସି ପଶୁ ମନୁଷ୍ୟର ବାଣୀ କହୁଥିବାର ଦେଖାଯାଏ ତେବେ ଏହାର ଅର୍ଥ ପୂର୍ବଜଙ୍କ ଆତ୍ମାକୁ ଶାନ୍ତି ମିଳିନାହିଁ । ସ୍ୱପ୍ନରେ ଯଦି ଆପଣଙ୍କ ପୂର୍ବଜ ଆପଣଙ୍କୁ କିଛି ମାଗୁଥିବାର ଦେଖୁଛନ୍ତି ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ । ତାହାର ଅର୍ଥ ଆପଣଙ୍କ ମୃତ ପରିଜନଙ୍କ ଆତ୍ମାକୁ ମୁକ୍ତି ମିଳିନାହିଁ । ତେଣୁ ଏପରି କ୍ଷେତ୍ରରେ ଲୋକଙ୍କୁ ଦାନ କରନ୍ତୁ ଏବଂ ପରିଜନଙ୍କ ଅଧୁରା ଇଚ୍ଛାକୁ ପୂରଣ କରନ୍ତୁ । ସ୍ୱପ୍ନରେ ପିତୃ ପୂର୍ବଜ ଆପଣଙ୍କ ମୁଣ୍ଡରେ ହାତ ବୁଲାଉ ଥିବାର ଦେଖିଲେ ଏହାର ଅର୍ଥ ଆପଣଙ୍କ ପୂର୍ବଜ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।

ଏହାର ଅର୍ଥ ଆପଣଙ୍କ ଜୀବନରେ କିଛି ଅତ୍ୟନ୍ତ ଭଲ ହେବାକୁ ଯାଉଛି । ସ୍ୱପ୍ନରେ ଆପଣଙ୍କ ପୂର୍ବଜ ଆପଣଙ୍କ ଦିଗରେ ହାତ ବଢ଼ାଉଥିବାର ନଜର ଆସିଲେ ଏହାର ଅର୍ଥ ପୂର୍ବଜ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ସ୍ୱପ୍ନରେ ପୂର୍ବଜ ନଜର ଆସିବା ପରେ ହଠାତ ଅଦୃଶ୍ୟ ହୋଇଗଲେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାର ଅର୍ଥ ଆଗାମୀ ସମୟରେ ଆପଣଙ୍କ ଉପରକୁ କୌଣସି ସଙ୍କଟ ଆସିବାକୁ ଯାଉଛି । ତେଣୁ ଆପଣଙ୍କୁ ସାବଧାନ ହେବା ଆବଶ୍ୟକ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *