Excuse Me Odisha

ଯାହା କହିବୁ ସତ କହିବୁ

ଏହି ମନ୍ଦିରରେ ଦେଖିବାକୁ ମିଳିଥାଏ ଅନେକ ଅଦ୍ଭୁତ ଦୃଶ୍ୟ । ଏଠାରେ ପୂଜାରୀ ନୁହଁନ୍ତି ବରଂ ଏକ ମାଙ୍କଡ଼ କରିଥାଏ ପୂଜା ।

ସେୟାର୍ କରନ୍ତୁ

ଆଜି ଆମେ ଆପଣଙ୍କୁ ଏପରି ଏକ ହନୁମାନ ମନ୍ଦିର ବିଷୟରେ କହିବୁ ଯେଉଁଠି କୌଣସି ପୂଜାରୀ ନୁହେଁ ବରଂ ଏକ ମାଙ୍କଡ଼ ଭଗବାନ ଶ୍ରୀହନୁମାନଙ୍କ ପୂଜା କରିଥାଏ । ଏହି ମାଙ୍କଡ଼ ମଧ୍ୟ କୌଣସି ସାଧାରଣ ମାଙ୍କଡ଼ ନୁହେଁ ବରଂ ଏହାକୁ ଦିବ୍ୟ ମାଙ୍କଡ଼ କୁହାଯାଏ । କେହି କେହି ଏହି ମାଙ୍କଡ଼କୁ ସ୍ୱୟଂ ହନୁମାନଙ୍କ ଆଶୀର୍ବାଦ ବୋଲି କହନ୍ତି । ଏହି ମାଙ୍କଡ଼ ବିଷୟରେ ସବୁଠାରୁ ଖାସ କଥା ଏହା ଯେ ସେ ସବୁଦିନ ସକାଳୁ ଶୀଘ୍ର ଉଠି ଶ୍ରୀହନୁମାନଙ୍କ ପୂଜା କରିଥାଏ । ଏହାବ୍ୟତୀତ ରାତି ସମୟରେ ହନୁମାନ ମନ୍ଦିରର ରକ୍ଷଣା ବେକ୍ଷଣ କରିଥାଏ ।

ଖାଲି ସେତିକି ନୁହେଁ ଏହି ମାଙ୍କଡ଼ ସଚ୍ଚା ହନୁମାନ ଭକ୍ତ ପରି ମଥାରେ ତିଳକ ମଧ୍ୟ ଲଗାଇ ଥାଏ । ହନୁମାନଙ୍କ ଦର୍ଶନ ନିମନ୍ତେ ଆସିଥିବା ବ୍ୟକ୍ତିଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥାଏ । ସେହି ମାଙ୍କଡ଼ଟି ଆରତୀ ସମୟରେ ମନ୍ଦିରରେ ଘଣ୍ଟି ମଧ୍ୟ ବଜାଇ ଥାଏ । ଏହି ମାଙ୍କଡ଼ଟିର ନାମ ହେଉଛି ରାମୁ ଯିଏକି ପୂଜା ସମୟରେ ମନ୍ଦିରର ଘଣ୍ଟି ଏବଂ ଝାଞ୍ଜ ମଧ୍ୟ ବଜାଇ ଥାଏ ।

ଭଜନ ସମୟରେ ସେ ନୃତ୍ୟ ମଧ୍ୟ କରିଥାଏ । ହନୁମାନ ଚାଳିଶା ପାଠ ହେବା ସମୟରେ ରାମୁ ସେଠାରେ ଚୁପଚାପ ବସି ଶୁଣିଥାଏ । କହିରଖିବୁ ଯେ ଅଜମେରର ବଜରଙ୍ଗୀ ହନୁମାନ ମନ୍ଦିରରେ ପୂଜାରୀ ନୁହଁନ୍ତି ବରଂ ଏକ ମାଙ୍କଡ଼ ଶ୍ରୀହନୁମାନଙ୍କ ପୂଜା କରିଥାଏ ।ସେହି ମାଙ୍କଡ଼ ସହିତ ସେହି ମନ୍ଦିରର ଚୌକିଦାର ଓଁକାର ସିଂହଙ୍କର ବେଶ ଗଭୀର ସମ୍ପର୍କ ରହିଛି । ତାଙ୍କ କହିବା କଥା ଯେ ରାମୁ ମଦାରିକୁ ଛାଡ଼ି ପ୍ରାୟ ଆଠ ବର୍ଷ ତଳେ ଏହି ମନ୍ଦିରକୁ ଆସିଥିଲା ।

ସେତେବେଳେ ସେ ଅସୁସ୍ଥ ଥିବାରୁ ଓଁକାର ସିଂହ ତାର ଦେଖାଶୁଣା କରିଥିଲେ । ସେବେଠାରୁ ଉଭୟଙ୍କ ସମ୍ପର୍କ ଏଭଳି ରହି ଆସିଛି । ଆଖପାଖ ଲୋକଙ୍କ କହିବା କଥା ଯେ ଏହି ମନ୍ଦିରକୁ ରାମୁ ଆସିବା ଖୁବ ଶୁଭ ଅଟେ । ଯାହାଦ୍ୱାରା ଲୋକଙ୍କୁ ଖୁବ ଫାଇଦା ମିଳିଛି । ଲୋକଙ୍କ କହିବା କଥା ଯେ ରାମୁ ବାଲାଜିଙ୍କ ରୂପରେ ଏହି ମନ୍ଦିରର ରକ୍ଷା କରିଥାଏ । କହିରଖିବୁଯେ ଅଜମେରର ଏହି ହନୁମାନ ମନ୍ଦିର ଖୁବ ସୁନ୍ଦର ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *