Excuse Me Odisha

ଯାହା କହିବୁ ସତ କହିବୁ

ପିତୃ ଦୋଷ କଣ ଏବଂ କାହିଁକି ହୁଏ । ଜାଣନ୍ତୁ କିଛି ବିଶେଷ କାରଣ । ପୁରାଣରେ ମଧ୍ୟ ହୋଇଛି ବର୍ଣ୍ଣିତ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଏଭଳି ମାନ୍ୟତା ରହିଛି ଯେ ପିତୃପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ କଲେ ପୂର୍ବଜଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ପରିବାର ଲୋକଙ୍କୁ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ମହାଭାରତ ଅନୁଯାୟୀ ପ୍ରଥମେ ଶ୍ରାଦ୍ଧ ଦେବାର କଥା ମହାବୀର ସୁର କର୍ଣ୍ଣ ହିଁ କରିଥିଲେ । କର୍ଣ୍ଣଙ୍କୁ ସବୁଠାରୁ ବଡ଼ ଦାନୀ କୁହାଯାଏ । ମାତ୍ର କର୍ଣ୍ଣଙ୍କ ମୃତ୍ୟୁ ପରେ ଯେତେବେଳେ ସେ ସ୍ୱର୍ଗରେ ପହଞ୍ଚିଲେ ସେତେବେଳେ ତାଙ୍କୁ ଭୋଜନରେ ସୂର୍ଣ୍ଣ ଆଭୂଷଣ ଦିଆଗଲା ଏବଂ ଅନ୍ୟ ଲୋକଙ୍କୁ ସାମାନ୍ୟ ଭୋଜନ । ତେଣୁ ସେ ଏହାକୁ ନେଇ ଇନ୍ଦ୍ର ଦେବଙ୍କୁ ପ୍ରଶ୍ନ କଲେ । ଇନ୍ଦ୍ରଦେବ କହିଲେ ଯେ ମର୍ତ୍ତରେ ସବୁ ଲୋକ ତାଙ୍କ ଠାରୁ ଦାନ ଗ୍ରହଣ କରି ସନ୍ତୁଷ୍ଟ ଥିଲେ କିନ୍ତୁ ସେ ତାଙ୍କ ପୂର୍ବଜଙ୍କୁ କେବେ ଦାନ କରି ନାହାଁନ୍ତି କି ଶ୍ରାଦ୍ଧ ତର୍ପଣ କରି ନାହାଁନ୍ତି ।

ତେଣୁ ଇନ୍ଦ୍ରଙ୍କ ସମାଧାନ ଅନୁଯାୟୀ କର୍ଣ୍ଣ ପୁଣିଥରେ ମର୍ତ୍ତକୁ ଆସି ନିଜ ପିତୃଙ୍କୁ ଶ୍ରାଦ୍ଧ ଦେଇଥିଲେ । ତେଣୁ ଏହିଦିନ ସୂର୍ଯ୍ୟ କନ୍ୟା ରାଶିରେ ଥିଲେ । ଏହି ସମୟରେ ପିଣ୍ଡ ଦାନ ଫଳପ୍ରଦ ବୋଲି କୁହାଯାଏ । କର୍ଣ୍ଣଙ୍କ ଠାରୁ ହିଁ ଶ୍ରାଦ୍ଧ ତର୍ପଣର ଆରମ୍ଭ ହୋଇଥିଲା । ଯେଉଁ ବ୍ୟକ୍ତି ନିଜ ପୂର୍ବଜଙ୍କ ତର୍ପଣ କରନ୍ତି ନାହିଁ ସେମାନଙ୍କ ପୂର୍ବଜ କେବେ ପ୍ରସନ୍ନ ରହନ୍ତି ନାହିଁ ଏବଂ ଜୀବନରେ ସମସ୍ୟା ଦେଖା ଦେଇଥାଏ । ପିତୃଙ୍କ ଅଭିଶାପ ମଧ୍ୟ ମିଳିଥାଏ । ଅନ୍ୟ ଏକ ପୌରାଣିକ କଥା ଅନୁଯାୟୀ ଯୋଗୀ ଏବଂ ଭୋଗୀ ଦୁଇ ଭାଇ । ଯୋଗୀ ଧନୀ ହୋଇଥିବା ବେଳେ ଭୋଗୀ ନିର୍ଧନ ଥିଲା । ପିତୃ ପକ୍ଷ ଆସିବାରୁ ଯୋଗୀର ସ୍ତ୍ରୀ ଶ୍ରାଦ୍ଧ ଦେବାକୁ ଚିନ୍ତା କରି ଭୋଗୀର ସ୍ତ୍ରୀକୁ ଡାକି ସବୁ ପ୍ରକାରର ଆୟୋଜନ କଲା ।

ଭୋଗୀର ସ୍ତ୍ରୀ ମଧ୍ୟ କାମ ଶେଷ କରି ଘରକୁ ଆସି ଶ୍ରାଦ୍ଧ କାମରେ ଲାଗି ପଡ଼ିଲା । ପିତୃ ଆସି ଯୋଗୀ ଘରେ ପହଞ୍ଚି ଦେଖନ୍ତି ତ ବନ୍ଧୁ ବାନ୍ଧବ ଭୋଜନ କରୁଛନ୍ତି । ସେଠାରୁ ନିରାଶ ହୋଇ ଭୋଗୀ ଘରକୁ ଯାଇ ଦେଖନ୍ତି ସେଥରେ ଘରେ ଖାଇବାକୁ ମଧ୍ୟ ନାହିଁ । କିନ୍ତୁ ଭୋଗୀ ଏବଂ ତାର ସ୍ତ୍ରୀ ପିତୃଙ୍କୁ ଖୁବ ଶ୍ରଦ୍ଧାରେ ପିଣ୍ଡ ଦାନ କରିଛନ୍ତି । ଏହାପରେ ପୂର୍ବଜ ତୃପ୍ତ ହୋଇ ନାଚିବାକୁ ଲାଗିଲେ ଏବଂ ଭୋଗୀ ର ଘରେ ଧନ ରତ୍ନ ପ୍ରାପ୍ତ ହେଉ ବୋଲି ଆବୃତ୍ତି କରିବାକୁ ଲାଗିଲେ । ସତକୁ ସତ ତାହାହିଁ ହେଲା ଭୋଗୀ ଖୁବ ଧନୀ ହୋଇଗଲା । ମାତ୍ର ସେମାନେ ଅହଙ୍କାରୀ ହୋଇ ହେଲେ ନାହିଁ । ଆଗାମୀ ବର୍ଷ ଖୁବ ଭଲ ଭାବରେ ଶ୍ରାଦ୍ଧ କରି ଦାନ ଧର୍ମ ମଧ୍ୟ କଲେ ।

ଆଉ ଏକ କାହାଣୀ ଅନୁଯାୟୀ ଗୟାସୁରକୁ ଏକ ବର ଅନୁଯାୟୀ ଏହା ପ୍ରାପ୍ତ ହୋଇଥିଲା ଯେ ଯେଉଁ ବ୍ୟକ୍ତି ଗୟାସୁରକୁ ସ୍ପର୍ଶ କରିବ ତାକୁ ବୈକୁଣ୍ଠ ପ୍ରାପ୍ତ ହେବ । ଏହାଦ୍ବାରା ଅନେକ ପାପୀ ଲୋକ ମଧ୍ୟ ବୈକୁଣ୍ଠ ଯିବାକୁ ଲାଗିଲେ । ଯାହାଦ୍ୱାରା ଦେବଗଣ ଚିନ୍ତିତ ହେଲେ । ଏହାପରେ ବ୍ରହ୍ମାଙ୍କ କହିବା ଅନୁଯାୟୀ ସବୁ ଦେବ ଗଣ ଗୟାସୁର ପିଠିରେ ଶ୍ରାଦ୍ଧ କରିବେ ବୋଲି କହିବାରୁ ଗୟାସୁର ରାଜି ହୋଇଗଲା । ମାତ୍ର କିଛି ସମୟ ପରେ ଗୟାସୁରର ଶରୀରର ହଲିବାରେ ଲାଗିବାରୁ ଏକ ଧର୍ମ ପଥର ନାମକ ପଥର ରଖାଗଲା । ଆଉ ଏହାପରେ ଗୟାସୁର ଭଗବାନ ବିଷ୍ଣୁଙ୍କୁ ଏକ ବର ମାଗିଲେ ଯେ ଯେଉଁ ବ୍ୟକ୍ତି ଆସି ଏହି ପଥର ପାଖରେ ଶ୍ରାଦ୍ଧ କରିବ ତାର ପୂର୍ବଜ ନିଶ୍ଚୟ ପ୍ରସନ୍ନ ହେବେ । ସେହିଠାରୁ ସେହି ଗୟା ସ୍ଥାନ ପିଣ୍ଡ ଦାନ ନାମରେ ଜଣା ଶୁଣା ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *