Excuse Me Odisha

ଯାହା କହିବୁ ସତ କହିବୁ

ପିତୃ ପକ୍ଷରେ ଭୁଲରେବି କରନ୍ତୁ ନାହିଁ ଏହି ୮ ଟି କାମ । ନଚେତ ଲାଗିଥାଏ ପିତୃ ଦୋଷ ।

ସେୟାର୍ କରନ୍ତୁ

ହିନ୍ଦୁ ପାଞ୍ଜି ଅନୁଯାୟୀ ଭାଦ୍ରବ ମାସ ପୂର୍ଣ୍ଣିମା ଠାରୁ ପିତୃପକ୍ଷ ଆରମ୍ଭ ହୋଇଯାଏ । ଏହି ଦିନ ପିତୃ ପୁରୁଷଙ୍କ ନିମିତ୍ତ ହୋମ , ପିଣ୍ଡଦାନ , ଶ୍ରାଦ୍ଧ ତର୍ପଣ ଆଦି କରାଯାଇ ଥାଏ । ଏହା ନକଲେ ବ୍ୟକ୍ତିକୁ ପିତୃ ଦୋଷ ଲାଗିଥାଏ । ପିତୃ ପକ୍ଷରେ ପୂର୍ବଜ ପୃଥିବୀକୁ ଆସି ନିଜ ଲୋକଙ୍କୁ ଆଶୀର୍ବାଦ ଦେଇଥାନ୍ତି । ଏହାଦ୍ବାରା ଘରେ ସୁଖ ଶାନ୍ତି ଆସିଥାଏ । ସବୁ ପୂର୍ବଜଙ୍କ ମୃତ୍ୟୁ ତିଥିରେ ହିଁ ଶ୍ରାଦ୍ଧ କରାଯିବା ଉଚିତ । କିନ୍ତୁ କୌଣସି ବ୍ୟକ୍ତିର ଅକାଳ ମୃତ୍ୟୁ ହୋଇଥିଲେ ଶ୍ରାଦ୍ଧ ଚତୁର୍ଦଶୀ , ସାମାନ୍ୟ ମୃତ୍ୟୁ ହୋଇଥିଲେ ଚତୁର୍ଦଶୀ ରେ ହିଁ କରିବା ଉଚିତ । ଏହାବ୍ୟତୀତ ଅଜା ଆଇଙ୍କ ଶ୍ରାଦ୍ଧ ହୋଇଥିଲେ ପ୍ରତିପଦ ତିଥିରେ କରାଯାଇ ଥାଏ । ତେବେ ପିତୃଙ୍କ ନିମନ୍ତେ ଶ୍ରାଦ୍ଧ ଦେବା ସମୟରେ ପୁରା ନିଷ୍ଠାର ସହିତ ଶ୍ରାଦ୍ଧ ଦେବା ଉଚିତ ଏବଂ କିଛି ଭୁଲ କରିବା ଉଚିତ ନୁହେଁ ।

୧ . ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବା ସମୟରେ ପୂଜା କାର୍ଯ୍ୟରେ କୌଣସି ଲୁହାର ପାତ୍ର କିମ୍ବା ଜିନିଷର ବ୍ୟବହାର କରନ୍ତୁ ନାହିଁ । ଏହାଦ୍ବାରା ପରିବାର ଉପରେ ସମସ୍ୟା ପଡ଼ିଥାଏ । ତେଣୁ ଆପଣ ତମ୍ବା ପିତ୍ତଳ ଧାତୁର ବ୍ୟବହାର କରି ପାରିବେ ।

୨ . ପିତୃ ପୁରୁଷଙ୍କ ଶ୍ରାଦ୍ଧ ଦେବା ଦିନ ଦେହରେ ତେଲ ଲଗାଇବା ଉଚିତ ନୁହେଁ ଏବଂ ପାନ ଖାଇବା ମଧ୍ୟ ଉଚିତ ନୁହେଁ । ଏହି ସମୟରେ ଅନ୍ୟ ଘରର ଖାଇବା ଆଦୋୖ ଖାଆନ୍ତୁ ନାହିଁ ।

୩ . ଏହି ସମୟରେ କୌଣସି ଅନ୍ୟ ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ ଏବଂ ଘରେ ନୂଆ ଜିନିଷ କିଣିବା ଉଚିତ ନୁହେଁ । ଘରକୁ ଆସୁଥିବା ବ୍ୟକ୍ତି କିମ୍ବା ପଶୁ ପକ୍ଷୀଙ୍କୁ ନିଶ୍ଚିତ ଭୋଜନ କରାନ୍ତୁ । କାରଣ ପୂର୍ବଜ କୌଣସି ରୂପରେ ଘରକୁ ଆସି ପାରନ୍ତି ।

୪ . ପୂର୍ବଜଙ୍କ ନିମନ୍ତେ ଶ୍ରାଦ୍ଧ ଦେଉଥିବା ବ୍ୟକ୍ତି ଚୁଟି କିମ୍ବା ଦାଢ଼ି କାଟିବା ଉଚିତ ନୁହେଁ । ଏହାଦ୍ବାରା ପିତୃ କ୍ରୋଧିତ ହୁଅନ୍ତି ଏବଂ ଘରେ ଧନହାନୀ ମଧ୍ୟ ହୋଇପାରେ ।

୫ . ଶ୍ରାଦ୍ଧରେ ପୂର୍ବଜଙ୍କୁ ଘରୀ ତିଆରି ହୋଇଥିବା ସାତ୍ଵିକ ଭୋଜନ ଅର୍ପଣ କରନ୍ତୁ ଏବଂ ଶ୍ରାଦ୍ଧରେ ଭୁଲରେବି ଧଳା ତିଳ ବ୍ୟବହାର ନକରି କଳା ତିଳର ବ୍ୟବହାର କରନ୍ତୁ ।

୬ . ପିଣ୍ଡ ଦାନ ଦ୍ୱିପ୍ରହରରେ କରନ୍ତୁ ମାତ୍ର କେବେବି ସକାଳ , ସନ୍ଧ୍ୟା କିମ୍ବା ରାତିରେ କରନ୍ତୁ ନାହିଁ ।

୭ . ଶ୍ରାଦ୍ଧ ସମୟରେ ମାଂସ ଭୋଜନ କରିବା ଉଚିତ ନୁହେଁ । ଏହାବ୍ୟତୀତ ପିଆଜ ରସୁଣର ସେବନ ମଧ୍ୟ ବର୍ଜିତ ଅଟେ । ଏହାବ୍ୟତୀତ ମଦ , ତମାଖୁ , ସିଗାରେଟ ମଧ୍ୟ ସେବନ କରନ୍ତୁ ନାହିଁ ।

୮ . ଶ୍ରାଦ୍ଧରେ ନୂଆ କପଡ଼ା ର ବ୍ୟବହାର ହୁଏନାହିଁ । ଏହି ସମୟରେ ଚଣା ଡାଲି , କଳା ଲୁଣ , ଶାଗ , ପିଆଜ ରସୁଣ ଇତ୍ୟାଦି ସେବନ କରନ୍ତୁ ନାହିଁ । ଏହାବ୍ୟତୀତ ଏହିଦିନ ସୌନ୍ଦର୍ଯ୍ୟ ସଂସାଧନ ଜିନିଷର ବ୍ୟବହାର କରାଯିବା ଉଚିତ ନୁହେଁ ।

୯ . ଶ୍ରାଦ୍ଧ ଦେଉଥିବା ବ୍ୟକ୍ତି ଅନ୍ୟର ଭୋଜନ ସେବନ କରିବା ବର୍ଜିତ ଅଟେ । ଶ୍ରାଦ୍ଧ ସର୍ବଦା ନିଜ ଘରେ ହିଁ ବସି କରିବା ଉଚିତ । ଅନ୍ୟ ଘରେ ନିଜ ପୂର୍ବଜଙ୍କ ଶ୍ରାଦ୍ଧ କରିବା ଉଚିତ ନୁହେଁ । ନଚେତ ପିତୃ ଦୋଷ ଲାଗିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *