Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ । ଚମତ୍କାରୀ ଢ଼ଙ୍ଗରେ ଆସିବ ପଇସା ।

ସେୟାର୍ କରନ୍ତୁ

ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛ ରହିବାର ଏକ ବିଶେଷ ମହତ୍ତ୍ୱ ରହିଛି । କିନ୍ତୁ ସବୁ ମଣିଷ ତୁଳସୀ ଗଛର ମହତ୍ତ୍ୱ ଏବଂ ଏହାକୁ ରଖିବାର ସଠିକ ନିୟମ ବିଷୟରେ ଭଲ ଭାବରେ ଜାଣି ନାହାଁନ୍ତି । ଯାହାକି ସ୍ବୟଂ ଭଗବାନ ବିଷ୍ଣୁ ନିଜେ ବର୍ଣ୍ଣନା କରିଛନ୍ତି । ଏହାକୁ ସବୁ ଲୋକ ନିଶ୍ଚୟ ଜାଣି ରଖିବା ଉଚିତ । ତୁଳସୀ ଗଛରେ ଚୁନି ବାନ୍ଧିବା ଅତ୍ୟନ୍ତ ଜରୁରୀ ଅଟେ । ଏହାଦ୍ବାରା ମନୁଷ୍ୟର ଭାଗ୍ୟ ବଦଳିବା ସହିତ ଘରକୁ ସୁଖ ସମୃଦ୍ଧି ଏବଂ ଶାନ୍ତି ମଧ୍ୟ ଆସିଥାଏ । କିନ୍ତୁ ସେଥିରେ ମଧ୍ୟ କିଛି ଖାସ ନିୟମ ଯେମିତିକୁ ନୀଳ ଏବଂ ନାଲି ଚୁନି ତୁଳସୀ ଗଛରେ ବାନ୍ଧି ପାରିବେ କିନ୍ତୁ ଧଳା ଚୁନି ଅଶୁଭ ଅଟେ ଏବଂ ଏହାକୁ ସବୁବେଳେ ପରିଷ୍କାର ରଖିବା ଉଚିତ ।

ତାସହିତ ପୁରୁଣା ଚୁନିକୁ ମଝିରେ ମଝିରେ ବଦଳାଇ ଦେବା ମଧ୍ୟ ଉଚିତ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିବା ସହିତ ସବୁ ଦେବଦେବୀ ପ୍ରସନ୍ନ ହୁଅନ୍ତି ଏବଂ ବିବାହିତା ସ୍ତ୍ରୀ ସୌଭଗ୍ୟବତୀ ହୋଇଥାନ୍ତି । ତୁଳସୀରେ ଚୁନି ବାନ୍ଧିବା ପାଇଁ ଏକାଦଶୀ ଦିନ ସର୍ବୋତ୍ତମ ଅଟେ । ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି ତୁଳସୀ ଏବଂ ଶାଳୀଗ୍ରାମ ବିବାହ । ଏହାଦ୍ବାରା ଘରର ସବୁ ସମସ୍ୟା ଦୂର ହୋଇଥାଏ । ତୁଳସୀ ଗଛ ଖୁବ ସମ୍ବେଦନଶୀଳ ଅଟେ । ତେଣୁ ଏହି ଗଛ ରଖିଲେ ପରିଷ୍କାର ଜଳ ଅର୍ପିତ କରିବା ସହିତ ଏହି ଗଛକୁ ପୂଜ୍ୟ ବିବେଚନା କରି ସବୁଦିନ ଦୀପ ଜାଳିବା ଉଚିତ ।

ତୁଳସୀ ଗଛ ପାଖରେ ଅଳିଆ ଆବର୍ଜନା , ଓଦା ପୋଷାକ ଶୁଖାଇବା , ଛେପ ପକାଇବା କିମ୍ବା ଜୋତା ଚପଲ ମଧ୍ୟ ରଖିବା ଉଚିତ ନୁହେଁ । ନଚେତ ମାତା ତୁଳସୀ ଏବଂ ଭଗବାନ ବିଷ୍ଣୁ ମଧ୍ୟ କ୍ରୋଧିତ ହୁଅନ୍ତି । ମହିଳା ମାନଙ୍କର ମାସିକ ଧର୍ମ ସମୟରେ ତୁଳସୀରେ ଜଳ ଦେବା ଉଚିତ ନୁହେଁ । ଏହାବ୍ୟତୀତ ତୁଳସୀ ଗଛରୁ ରବିବାର ଦିନ ପୂଜା କରିବା ଉଚିତ ନୁହେଁ କିମ୍ବା ରବିବାର , ପୂର୍ଣ୍ଣିମା , ଏକାଦଶୀ ଇତ୍ୟାଦି ଦିନରେ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ । ତୁଳସୀ ଗଛ ପାଖରେ ଆପଶବ୍ଦ କହିବା ଉଚିତ ନୁହେଁ । ବିବାହିତା ମହିଳା ସକାଳୁ ସ୍ନାନ ପରେ ମଥାରେ ସିନ୍ଦୁର ନାଇଁବା ପରେ ହିଁ ତୁଳସୀରେ ଜଳ ଦେବା ଉଚିତ ।

ତୁଳସୀ ଗଛ ପାଖରେ ଭୁଲରେ ବି ଭଗବାନ ଗଣେଶ କିମ୍ବା ମହାଦେବଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ । ଶାସ୍ତ୍ରରେ ଏହାର କାରଣ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଘରେ ତୁଳସୀ ଗଛ ଶୁଖିଲେ ତାହା ଅଶୁଭ ଅଟେ । ଏହାର ଅର୍ଥ ଭବିଷ୍ୟତରେ ଘର ଉପରକୁ ବିପଦ ଆସିବାକୁ ଯାଉଛି । ତେଣୁ ତୁଳସୀ ଗଛ ଶୁଖିଲେ ତାହାକୁ ତୁରନ୍ତ ହଟାଇ ନୂଆ ଗଛ ଲଗାନ୍ତୁ ଏବଂ ଘରେ ବିଷମ ସଂଖ୍ୟାରେ ତୁଳସୀ ଗଛ ଲଗାନ୍ତୁ । ବିବାହିତା ମହିଳା କେବେବି ନିଜର କେଶ ମୁକୁଳା କରି ତୁଳସୀ ପୂଜା କରିବା ଉଚିତ ନୁହେଁ । ନଚେତ ପାପ ଲାଗିଥାଏ ଏବଂ ମାତା ତୁଳସୀଙ୍କ ଅପମାନ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ପ୍ରତ୍ୟେକ ଦିନ ତୁଳସୀ ଦର୍ଶନ ଦ୍ୱାରା ସ୍ୱର୍ଗ ପ୍ରାପ୍ତି ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *