Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀର ଶୋଇବାର ଶୈଳୀ କହିଥାଏ ଭାଗ୍ୟ । ଜାଣି ନିଅନ୍ତୁ ଆପଣଙ୍କ ଶୋଇବାର ଲକ୍ଷଣ କଣ କହୁଛି ।

ସେୟାର୍ କରନ୍ତୁ

ସାମୁଦ୍ରିକ ଶାସ୍ତ୍ରରେ ସ୍ତ୍ରୀ ଏବଂ ପୁରୁଷଙ୍କ ଅଙ୍ଗର ଆଧାରରେ ସେମାନଙ୍କ ଭାଗ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି । ଏହାବ୍ୟତୀତ ସ୍ତ୍ରୀ ଏବଂ ପୁରୁଷଙ୍କ ଶୋଇବା , ବସିବା ଏବଂ ଅନ୍ୟାନ୍ୟ କାମ କରିବା ଆଧାରରେ ମଧ୍ୟ ବର୍ଗିକରଣ କରାଯାଇଛି । ମହିଳାଙ୍କ ଶୋଇବା ଶୈଳୀରୁ ଭାଗ୍ୟ ଏବଂ ସ୍ଵଭାବ ବିଷୟରେ ଜଣା ପଡ଼ିଥାଏ । ପୁରୁଷଙ୍କ ଅପେକ୍ଷା ସ୍ତ୍ରୀଙ୍କୁ ଅଧିକ ଶୋଇବା ଆବଶ୍ୟକ । ସ୍ତ୍ରୀ ଙ୍କୁ ଅତିକମରେ ୮ ଘଣ୍ଟା ଶୋଇବା ଆବଶ୍ୟକ । କମ ଶୋଇଲେ ନାନା ପ୍ରକାରର ମାନସିକ ଅଶାନ୍ତି ଦେଖା ଦେଇଥାଏ ।

୧ . ଯେଉଁ ସ୍ତ୍ରୀ ନିଜ ହାତ ଏବଂ ଗୋଡ଼କୁ ମୋଡ଼ି ଛୋଟ ପିଲା ଭଳି ଶୋଇଥାଏ ସେହି ସ୍ତ୍ରୀ ଖୁବ ଭୟ ସ୍ୱଭାବର ହୋଇଥାଏ । ସେମାନେ ଭୂତ ପ୍ରେତ ଏବଂ ଛୋଟ ଛୋଟ କଥାରେ ଭୟ ଲାଗିଥାଏ । ଏପରି ସ୍ତ୍ରୀ ଖୁବ ଭାବୁକ ଏବଂ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ଅନେକ ସମୟରେ ସେମାନଙ୍କୁ ଖରାପ ସ୍ୱପ୍ନ ଆସିଥାଏ । ମାତ୍ର ମହିଳା ଏପରି ଶୋଇଲେ ପିଠି ଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

୨ . ଯେଉଁ ସ୍ତ୍ରୀ ପେଟରେ ଭରା ଦେଇ ଶୋଇଥାଏ ସେହି ସ୍ତ୍ରୀକୁ ପ୍ରେମର ଅଭାବ ରହିଥାଏ । ଏପରି ମହିଳା ଖୁବ ଅଳସୁଆ ହୋଇଥାନ୍ତି । ଏମାନେ ଖୁବ ଚିନ୍ତା କରୁଥିବା ବ୍ୟକ୍ତି ହୋଇଥାନ୍ତି । ଏମାନେ ଖୁବ ପତଳା ଏବଂ କମ ଖାଉଥିବା ମହିଳା ହୋଇଥାନ୍ତି । ଏମାନଙ୍କୁ ଜୀବନରେ ଖୁବ ମାନ , ସମ୍ମାନ , ଧନ ସମ୍ପତ୍ତି ମିଳିଥାଏ କିନ୍ତୁ ଏମାନଙ୍କ କାମନା ବଢ଼ିବାରେ ଲାଗିଥାଏ ।

୩ . ଯେଉଁ ସ୍ତ୍ରୀ ମୁଣ୍ଡ ତଳେ ହାତ ଏବଂ ଗଡ଼କୁ ସିଧା ରଖି ଶୋଇଥାଏ ସେହି ମହିଳା ଗୃହ କାର୍ଯ୍ୟରେ ଦକ୍ଷ ହୋଇଥାନ୍ତି । ଏପରି ସ୍ତ୍ରୀ ସ୍ୱାର୍ଥୀ ହୋଇଥାନ୍ତି କିନ୍ତୁ ନିଜ ପରିବାର ପ୍ରତି ସମର୍ପିତ ରହନ୍ତି । ଏମାନେ ଖୁବ ଧାର୍ମିକ ଏବଂ ବୁଦ୍ଧିମାନ ସ୍ତ୍ରୀ ହୋଇଥାନ୍ତି । ଏମାନଙ୍କୁ ପୂଜା ପାଠରେ ଅଧିକ ରୁଚି ରହିଥାଏ । ଏପରି ସ୍ତ୍ରୀଙ୍କୁ ପରିବାରରୁ ଅଧିକ ଭଲ ପାଇବା ମିଳି ନଥାଏ କିନ୍ତୁ ଏମାନଙ୍କ ଶୁଭ କାର୍ଯ୍ୟରୁ ପରିବାରକୁ ଉନ୍ନତି ହୋଇଥାଏ ।

୪ . ଯେଉଁ ସ୍ତ୍ରୀ ନିଜ ହାତ ଗୋଡ଼କୁ ବିସ୍ତାର କରି ଶୋଇଥାଏ ସେମାନେ ଖୁବ ଅଳସୁଆ ଏବଂ କାମୁକ ହୋଇଥାନ୍ତି । ଏମାନଙ୍କୁ ନିଜ ସନ୍ତାନ ପ୍ରତି ଅଧିକ ଭଲ ପାଇବା ରହିଥାଏ । ଏମାନେ ଖୁହ ଚାଲାକ ହୋଇଥାନ୍ତି । ଏମାନେ ଧନର ସଞ୍ଚୟ କରନ୍ତି ଏବଂ ଭୋଜନ ମଧ୍ୟ ଭଲ ତିଆରି କରନ୍ତି । ଏମାନଙ୍କୁ ଜୀବନରେ ଖୁବ କମ ଦୁଃଖ ମିଳିଥାଏ ।

୫ . ପେଟ ଉପରେ ହାତ ରଖି ଶୋଉଥିବା ମହିଳା ଖୁବ ଲଜ୍ଜ୍ୟାଶୀଳ , ଚରିତ୍ରବାନ ଏବଂ ଗୁଣବାନ ହୋଇଥାଏ । ଏମାନେ ନିଜ ସ୍ୱାମୀ ପ୍ରତି ଏକନିଷ୍ଠ ହୋଇଥାନ୍ତି । ଏମାନେ ଧନବାନ ହୋଇଥାନ୍ତି । ଏମାନେ କେବେ ଗରିବ ହୁଅନ୍ତି ନାହିଁ ।

୬ . ଯେଉଁ ମହିଳା ହାତ ଗୋଡ଼ ସିଧା ରଖି ଶୁଅନ୍ତି ଅନୁଶାସନ ପ୍ରିୟ ଏବଂ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ଖୁବ ସୁନ୍ଦର ଏବଂ ଆକର୍ଷକ ବ୍ୟକ୍ତିତ୍ୱର ହୋଇଥାନ୍ତି । ଏମାନେ ସବୁ କାର୍ଯ୍ୟକୁ ଭଲ ଭାବରେ କରନ୍ତି ଏବଂ ଏବଂ ଏହି ମହିଳା ରହୁଥିବା ପରିବାରକୁ ମାନ ସମ୍ମାନ ମିଳିଥାଏ । ଏପରି ସ୍ତ୍ରୀ ଜୀବନରେ ସବୁ ପ୍ରକାରର ସୁଖ ପ୍ରାପ୍ତ କରିଥାନ୍ତି । ଏମାନେ ଖୁବ ଦୟାଳୁ ସ୍ୱଭାବର ହୋଇଥାନ୍ତି । ଶୋଇବା ପାଇଁ ଏହି ଶୈଳୀ ସବୁଠାରୁ ଉତ୍ତମ ଅଟେ ।

୭ . ହାତରେ ମୁଣ୍ଡ ଦେଇ ଶୋଉଥିବା ମହିଳା ଖୁବ କ୍ରୋଧି ଏବଂ ଝଗଡ଼ା କରୁଥିବା ସ୍ୱଭାବର ହୋଇଥାନ୍ତି । ଏମାନେ ଖୁବ କପଟି ଏବଂ ଚାଲାକ ହୋଇଥାନ୍ତି । ଅନ୍ୟର ଅନିଷ୍ଠ କରିବାରେ ଏମାନଙ୍କୁ ଖୁବ ଖୁସି ମିଳିଥାଏ ।

ଯେଉଁ ସ୍ତ୍ରୀ ପ୍ରତ୍ୟେକ ଦିନ ଶୋଇବା ସମୟରେ ଈଶ୍ୱରଙ୍କ ପ୍ରାର୍ଥନା କରିଥାଏ ସେହି ସ୍ତ୍ରୀ ଉପରେ ସାକ୍ଷାତ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଶାସ୍ତ୍ର ଅନୁଯାୟୀ ଶୋଇବା ସମୟରେ ମୁଣ୍ଡକୁ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ କରିବା ଉଚିତ । ଏହାଦ୍ବାରା ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ । ମହିଳାଂ ମାନେ ସର୍ବଦା ଶୋଇବା ସମୟରେ ନିଜ କେଶକୁ ଖୋଲା କରି ଶୋଇବା ଉଚିତ ନୁହେଁ । ଏହାଦ୍ବାରା ଶକ୍ତିର ସନ୍ତୁଳନ ବଜାୟ ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *