Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ନିଅନ୍ତୁ ଠାକୁର ଘର , ମୂର୍ତ୍ତି ଏବଂ ତୁଳସୀ ଚଉରା ରଖିବାର ଉଚିତ ଦିଗ । ଏହି ଦିଗରେ ରହିଲେ ହୋଇଥାଏ ଆର୍ଥିକ ସମୃଦ୍ଧି ।

ସେୟାର୍ କରନ୍ତୁ

ସବୁ ହିନ୍ଦୁ ଧର୍ମର ଘରେ ପୂଜା ଘର ନିଶ୍ଚୟ ରହିଥାଏ । କିନ୍ତୁ ପୂଜା ଘର ସଠିକ ଦିଗରେ ମଧ୍ୟ ରହିବା ନିତାନ୍ତ ଜରୁରୀ ଅଟେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଉତ୍ତର ପୂର୍ବ ଦିଗ କିମ୍ବା ଐଶାନ୍ୟ ଦିଗରେ ପୂଜା ଘରେ ନିର୍ମାଣ ହେବା ଉଚିତ । ଯଦି ସେହି ସୁବିଧା ନଥାଏ ତେବେ ସାମାନ୍ୟ ଉତ୍ତର କିମ୍ବା ସାମାନ୍ୟ ପୂର୍ବକୁ ପୂଜା ଘର କରି ପାରିବେ । ଶୋଇବା ଘର ଭଗବାନଙ୍କ ଆସ୍ଥାନ ରଖନ୍ତୁ ନାହିଁ । ଯଦି ତାହା ସମ୍ଭବ ନହୁଏ ତେବେ ଏକ ସ୍ୱତନ୍ତ୍ର ଆସ୍ଥାନରେ ପୂଜା କରି ସାରିବା ପରେ ପରଦା ପକାଇ ଦିଅନ୍ତୁ । ଠାକୁର ଘରର କବାଟ କାଠରେ ତିଆରି ହେବା ସହିତ ଦୁଇ ପାର୍ଶ୍ଵ ଥିବା ଉଚିତ ଏବଂ ଚଉକାଠ ରହିବା ମଧ୍ୟ ଜରୁରୀ ଅଟେ । କିନ୍ତୁ ଧ୍ୟାନ ଦେବେ ଯେପରି ଠାକୁର ଘରର କବାଟ ସ୍ବତ ପ୍ରବୃତ୍ତ ଭାବରେ ଖୋଲିଯିବା କିମ୍ବା ବନ୍ଦ ହୋଇଯିବା ଭଲ ନୁହେଁ କିମ୍ବା ଶବ୍ଦ ଶୁଣାଯିବା ମଧ୍ୟ ଉଚିତ ନୁହେଁ ।

ପୂଜା ଘରେ ମୂର୍ତ୍ତି ପୂଜା ବର୍ଜିତ ଅଟେ । ଯଦି ତଥାପି ଆପଣ ମୂର୍ତ୍ତି ରଖୁଛନ୍ତି ତେବେ ଛଅ ଆଙ୍ଗୁଠିରୁ ଅଧିକ ଉଚ୍ଚର ମୂର୍ତ୍ତି ରଖନ୍ତୁ ନାହିଁ । ନହେଲେ ଆପଣ ଘର ବାହାରେ ଏକ ସ୍ୱତନ୍ତ୍ର ମନ୍ଦିର କରି ସେଥିରେ ମୂର୍ତ୍ତି ସ୍ଥାପନା କରି ପାରିବେ । ପୂଜା ଘରେ ମା କାଳୀ , ମହାଦେବ ଏବଂ ନୃସିଂହଙ୍କ ପୂଜା ବର୍ଜିତ କରାଯାଇଛି । ମୂର୍ତ୍ତି ପୂଜାକୁ କେବଳ ବ୍ରାହ୍ମଣ କରି ପାରିବେ । ଠାକୁରଙ୍କ ଫୋଟକୁ କାନ୍ଥକୁ ନଲଗାଇ ଟିକିଏ ଛାଡ଼ି ରଖିବା ଉଚିତ । ଠାକୁରଙ୍କ ବସିବା ସ୍ଥାନ ମାର୍ବଲରେ ବନାଇ ପାରିବେ କିନ୍ତୁ ପୁରା ପୂଜା ଘରକୁ ମାର୍ବଲରେ ବନାନ୍ତୁ ନାହିଁ । ଠାକୁରଙ୍କ ମୂର୍ତ୍ତିକୁ ପଶ୍ଚିମ ଦିଗକୁ ମୁହଁ କରି ରଖାଯିବା ଉଚିତ । କେବଳ ମନ୍ଦିରରେ ହିଁ ଠାକୁରଙ୍କ ମୁହଁକୁ ପୂର୍ବକୁ ମୁହଁ କରାଯାଇ ପାରେ । ଘରେ ପୂଜା କରୁଥିବା ବ୍ୟକ୍ତି ସର୍ବଦା ଠାକୁରଙ୍କୁ ନିଜ ଡାହାଣ ଦିଗରେ ରଖି ଉତ୍ତର ଦିଗକୁ ମୁହଁ କରି ପୂଜା କରିବା ଉଚିତ ।

କିନ୍ତୁ ମନ୍ଦିରରେ ପୂଜା କରିବା ସମୟରେ ଠାକୁର ବାମ ପାର୍ଶ୍ଵରେ ରହିବା ଉଚିତ ହୋଇଥାଏ ଏବଂ ଉତ୍ତର ଦିଗକୁ ମୁହଁ କରିବା ଉଚିତ । ପୂଜା ଘରେ ହୋମ କୁଣ୍ଡ ଥିଲେ ଦକ୍ଷିଣ କିମ୍ବା ଆଗ୍ନେୟ କୋଣରେ ରହିବା ଉଚିତ । ପୂଜା ଘରର ଛାତ ପିରାମିଡ ଭଳି ହେଲେ ଉତ୍ତମ ହୋଇଥାଏ । ଅଣ୍ଡରଗ୍ରାଉଣ୍ଡ କିମ୍ବା ବେସମେଣ୍ଟରେ ଠାକୁର ଘର କରିବା ନିଷେଧ ଅଟେ । ପୂଜା ଘରର ଆଲମାରୀ ଥିଲେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗ କାନ୍ଥକୁ ଲଗାଇ ରଖିବା ଭଲ । ପୂଜା ଘରେ ପୂଜା ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ଜିନିଷ ରଖନ୍ତୁ ନାହିଁ । ଠାକୁର ଘରେ କୌଣସି ଇଲେକ୍ଟ୍ରିକ ଜିନିଷ ଏବଂ ଦୀପ ଦକ୍ଷିଣ ପୂର୍ବ କିମ୍ବା ଆଗ୍ନେୟ କୋଣରେ ରଖିବା ଭଲ । ଠାକୁର ଘରେ ଭଙ୍ଗା କାଚ କିମ୍ବା କିମ୍ବା ଭଙ୍ଗା ଠାକୁର ଫୋଟ ରଖିବା ନିଷେଧ ଅଟେ । ଠାକୁର ଘର ଉପରକୁ ଲାଗି କିମ୍ବା ତଳକୁ ଲାଗି ପାଇଖାନା , ଶିରିଘର କିମ୍ବା ରୋଷେଇ ଘର ରଖନ୍ତୁ ନାହିଁ । ତୁଳସୀ ଚଉରା ଘରର ଐଶାନ୍ୟ କୋଣରେ ହେବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *