Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛର ମାଟିକୁ ନେଇ କରନ୍ତୁ ଏହି ଗୁପ୍ତ ଉପାୟ । ୨୪ ଘଣ୍ଟା ମଧ୍ୟରେ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଗରୁଡ଼ ପୁରାଣ , ପଦ୍ମ ପୁରାଣ ଏବଂ ସ୍କନ୍ଧ ପୁରାଣରେ ତୁଳସୀ ଗଛର ଅନେକ ମହତ୍ତ୍ୱ ବିଷୟରେ କୁହାଯାଇଛି । ସବୁ ହିନ୍ଦୁ ଧର୍ମର ଘର ସାମ୍ନାରେ ତୁଳସୀ ଗଛ ରହିଥାଏ । ତୁଳସୀ ଗଛକୁ ନେଇ କିଛି ଖାସ ଉପାୟ କରି ଆପଣ ନିଜର ଭାଗ୍ୟ ବଦଳାଇ ପାରିବେ । ତୁଳସୀଙ୍କୁ ମାତାଙ୍କ ଆଖ୍ୟା ଦିଆଯାଇଛି ଏବଂ ତୁଳସୀ ଗଛରେ ସାକ୍ଷାତ ଭଗବାନ ବିଷ୍ଣୁ ବାସ କରନ୍ତି । ପ୍ରତ୍ୟେକ ଦିନ ମାତା ତୁଳସୀଙ୍କ ଦର୍ଶନ କଲେ ପୁରା ଦିନ ମଧ୍ୟ ଭଲରେ କଟିଥାଏ । ସକାଳ ଏବଂ ସନ୍ଧ୍ୟାରେ ତୁଳସୀଙ୍କ ପୂଜା କଲେ ସବୁ ପାପ ନଷ୍ଟ ହୋଇଥାଏ ।

ତୁଳସୀ ଗଛ ମାଟିରେ ସବୁ ତୀର୍ଥ ସ୍ଥାନ , ତୁଳସୀ ମୂଳରେ ମାତା ଲକ୍ଷ୍ମୀ , ମଞ୍ଜରୀରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ । ଏଭଳି ମାନ୍ୟତା ରହିଛି ଯେ ଭଗବାନ ବିଷ୍ଣୁ , ଭଗବାନ ରାମଚଦ୍ର ଏବଂ ହନୁମାନଙ୍କ ପୂଜା ବିନା ତୁଳସୀରେ ପୂରଣ ହୋଇ ନଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରକୁ କୌଣସି ରୋଗ ବ୍ୟାଧି ଆସେ ନାହିଁ । ଘରେ ତୁଳସୀ ଗଛ ଶୁଖିଯିବାର ଅର୍ଥ ଘର ଉପରକୁ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି । ତେଣୁ ଘରେ ତୁଳସୀ ଗଛ ଲଗାଇବା ଉଚିତ । ଏକ ଖାସ ଉପାୟ ଅନୁଯାୟୀ ଯଦି ଯଦି ବ୍ୟକ୍ତି ଏକ ମାସ ପର୍ଯ୍ୟନ୍ତ ଲଡ଼ୁ ସହିତ ତୁଳସୀ ପତ୍ର ଭଗବାନ ହନୁମାନଙ୍କୁ ଚଢ଼ାଇ ଥାଏ ତେବେ ତାର ସବୁ ମନସ୍କାମନା ପୂରଣ ହୋଇଥାଏ ।

ଯଦି ଆପଣ ତୁଳସୀ ଗଛ ମୂଳର ଅଳ୍ପ ମାଟି , ଶୁଖି ଯାଇଥିବା ପତ୍ର ଏବଂ ମଞ୍ଜରୀକୁ ସ୍ନାନ କରୁଥିବା ଜଳରେ ମିଶାଇ ସ୍ନାନ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ତ ଦୁଃଖ ଦୂର ହୋଇଯିବ । ତୁଳସୀ ମୂଳର ମାଟି ତିଳକ ଭାବରେ ଲଗାଇଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ । ଏହାଦ୍ବାରା ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି । ଏହାଦ୍ବାରା ଦୁର୍ଭାଗ୍ୟ ମଧ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ । ପ୍ରତ୍ୟେକ ଦିନ ତୁଳସୀ ପତ୍ର ସେବନ କଲେ କାଶ , ଜ୍ୱର , ଥଣ୍ଡା ଭଳି ଅସୁସ୍ଥତା ହେବାର ସମ୍ଭାବନା ମଧ୍ୟ ନାହିଁ । କିନ୍ତୁ ଧ୍ୟାନ ଦେବେ ଯେ ରବିବାର ଦିନ ତୁଳସୀ ପତ୍ର ଛିଡ଼ାଇବେ ନାହିଁ । ବରଂ ଏହାର ପୂର୍ବ ଦିନ ଅର୍ଥାତ ଶନିବାର ଦିନ ତୋଳି ରଖି ପାରିବେ କାରଣ ଏହା କେବେ ବାସୀ ହୁଏନାହିଁ ।

ଯେଉଁ ବ୍ୟକ୍ତି ବିନା ସ୍ନାନରେ ତୁଳସୀ ପୂଜା କରିଥାଏ ସେ ଅପରାଧୀ ହୋଇଥାଏ ଏବଂ ତାର ପୂଜା ନିଷ୍ଫଳ ହୋଇଥାଏ । ଆଉ ଏକ ଉପାୟ ଅନୁଯାୟୀ ଲଗାତାର ଛଅ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଚାରୋଟି ଲେଖାଏଁ ତୁଳସୀ ପତ୍ର ସେବନ ପରେ ସ୍ନାନ କରି ପୂଜନ ପରେ ପୁରା ଦିନ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ । ଏହାଦ୍ବାରା ଆଠ ପ୍ରକାରର ସିଦ୍ଧି ପ୍ରାପ୍ତ ହୋଇଥାଏ । ଏହି ଅଷ୍ଟ ସିଦ୍ଧି ଦ୍ୱାରା ସବୁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରେ । ଏହି ଗୁପ୍ତ ଉପାୟ ଦ୍ୱାରା ଆପଣ ନିଜ ଜୀବନକୁ ବଦଳାଇ ପାରିବେ । ଭୂତ ପ୍ରେତ କିମ୍ବା ନଜର ଦୋଷ ସମସ୍ୟା ଥିଲେ ତୁଳସୀ ଗଛର ଚେରକୁ ରୂପା ତାବିଜରେ ପୁରାଇ ନାଲି ସୂତାରେ ବେକରେ ଧାରଣ କରନ୍ତୁ । ଏହାଦ୍ବାରା ସବୁ ନଜର ଦୋଷ ଏବଂ ଭୟ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *