Excuse Me Odisha

ଯାହା କହିବୁ ସତ କହିବୁ

ଥାଳିରେ ହାତ ଧୋଉଥିବା ବ୍ୟକ୍ତି ନିଶ୍ଚୟ ଜାଣି ନିଅନ୍ତୁ କିଛି ଖାସ କଥା । ରହିଛି ଏହିସବୁ ଦୃଢ଼ ନିୟମ ।

ସେୟାର୍ କରନ୍ତୁ

ମନୁଷ୍ୟ ଜୀବିତ ରହିବା ପାଇଁ ଏବଂ କାର୍ଯ୍ୟ କରିବା ନିମିତ୍ତ ଉର୍ଜା ପାଇଁ ଭୋଜନ ନିଶ୍ଚିତ ସେବନ କରିବା ଉଚିତ । ମନୁଷ୍ୟ ପାଇଁ ଭୋଜନ ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ହିନ୍ଦୁ ଧର୍ମ ଶାସ୍ତ୍ରରେ ଭୋଜନ ସମ୍ବନ୍ଧୀୟ ଅନେକ ନିୟମ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଆଜିକାଲିର ଆଧୁନିକ ସମୟରେ ଲୋକେ ନିଜର ପରମ୍ପରାକୁ ବାଦ ଦେଇ ଅନେକ ଭୁଲ କରି ବସନ୍ତି । ଯାହାଦ୍ୱାରା ସେମାନଙ୍କ ଜୀବନ ଖୁବ ପ୍ରଭାବିତ ହୋଇଥାଏ । ଏହାଦ୍ବାରା ଘରେ ଆର୍ଥିକ ସମୃଦ୍ଧି ଏବଂ ଉନ୍ନତି ମଧ୍ୟ ଅଟକି ଯାଏ । ସର୍ବଦା ଭୂଇଁରେ ବସି ଭୋଜନ କରିବା ଉଚିତ । ବିଛଣାରେ ବସି ଭୋଜନ କଲେ ରାହୁ ଦୋଷ ଉତ୍ପନ୍ନ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି ।

ଭୂଇଁରେ ବସି ଭୋଜନ କଲେ ଶରୀରକୁ ଶକ୍ତି ମିଳିଥାଏ ଏବଂ ଶରୀରର ତାପମାତ୍ରା ସନ୍ତୁଳିତ ରହିଥାଏ । ସୁଖାସନରେ ବସି , ଚୌକି କିମ୍ବା ଆସନ ଉପରେ ଥାଳିକୁ ରଖି ଭୋଜନ କରିବ ଉତ୍ତମ ଅଟେ । ଭୋଜନ କରିବା ପୂର୍ବରୁ ହାତ , ମୁହଁ ଏବଂ ଗୋଡ଼ ଧୋଇବା ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ନିରୋଗ ଏବଂ ଦୀର୍ଘ ଜୀବନର ପ୍ରାପ୍ତି ହୋଇଥାଏ । ଓଦା ଗୋଡ଼ରେ ବସି ଭୋଜନ କରିବା ଉଚିତ ନୁହେଁ । ପୂର୍ବ ଦିନ ଦେବତାଙ୍କ ଦିଗ ହୋଇଥାଏ ତେଣୁ ପୂର୍ବ ଦିଗକୁ ମୁଖ କରି ଭୋଜନ କଲେ ରୋଗ ଦୂର ହୋଇଥାଏ । ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବା ଅଶୁଭ ହୋଇଥାଏ । ଏହାଦ୍ବାରା ପାଚନ ସମେତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ହୋଇଥାଏ ଏବଂ ମାନ ସମ୍ମାନ ମଧ୍ୟ ହାନୀ ହୋଇଥାଏ ।

ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରି ଭୋଜନ ଅର୍ପିତ କରିବା ପରେ ହିଁ ନିଜେ ଭୋଜନ ଗ୍ରହଣ କରନ୍ତୁ । କେବେବି ଭଙ୍ଗା କିମ୍ବା ଅପରିଷ୍କାର ପାତ୍ରରେ ଭୋଜନ କରନ୍ତୁ ନାହିଁ । ଏହାଦ୍ବାରା ଦୁର୍ଭାଗ୍ୟ ଆସିଥାଏ । ଭୋଜନ ପାଇଁ ପିତ୍ତଳ ବାସନ ସବୁଠାରୁ ଉତ୍ତମ ଅଟେ । ଭୋଜନ ଚାରି ଆଙ୍ଗୁଠିର ଉପଯୋଗରେ କରିବା ଉଚିତ । ଭୋଜନ କରିବା ସମୟରେ କେବେ ମଝିରେ ଉଠିବା ଉଚିତ ନୁହେଁ । ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣାଙ୍କର ଅପମାନ ହୋଇଥାଏ । ଅନେକ ଲୋକ ଭୋଜନ ପରେ ସେହି ଥାଳିରେ ହାତ ଧୁଅନ୍ତି । ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା , ଚନ୍ଦ୍ର ଏବଂ ଶୁକ୍ର କ୍ରୋଧିତ ହୁଅନ୍ତି । ଏହାଦ୍ବାରା ଘରର ସୁଖ ଶାନ୍ତି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଭୋଜନ କରିବା ପୂର୍ବରୁ ଜଳ ସେବନ ଉତ୍ତମ , ମଝିରେ ଉପଯୁକ୍ତ ମାତ୍ର ଖାଇ ସାରିବା ପରେ ଏକ ଘଣ୍ଟା ପରେ ଉତ୍ତମ ହୋଇଥାଏ ।

ରୋଷେଇ ଘରେ ପିଇବା ପାଣିର ସ୍ଥାନ ଉତ୍ତର ପୂର୍ବ ଦିଗରେ ରଖିବା ଉଚିତ ।ଘରେ ରୋଟି ବନାଇଲେ ପ୍ରଥମ ରୋଟି ଗୋମାତା ଏବଂ ଶେଷ ରୋଟି କୁକୁର ପାଇଁ ବାହାର କରି ଦିଅନ୍ତୁ । ଘରେ ଜଳ ପୂର୍ଣ୍ଣ କଳସି ରହିଲେ ତାହା ସମୃଦ୍ଧି ଆଣିଥାଏ । ମାତ୍ର ପ୍ରତ୍ୟେକ ଦିନ ସନ୍ଧ୍ୟାରେ କଳସି ପାଖରେ ମଧ୍ୟ ଦୀପ ଜାଳିବା ଉଚିତ । ରୋଷେଇ ଘରକୁ କେବେ ଜୋତା ଚପଲ ପିନ୍ଧି ଯାଆନ୍ତୁ ନାହିଁ । ନଚେତ ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା କ୍ରୋଧିତ ହୁଅନ୍ତି । ଯାହାଦ୍ୱାରା ଘରେ ଧନଧାନ୍ୟର ଅଭାବ ହୋଇଥାଏ । ସକାଳୁ ସ୍ନାନ ପରେ ହିଁ ରୋଷେଇ ଘରେ ପ୍ରବେଶ କରିବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *