Excuse Me Odisha

ଯାହା କହିବୁ ସତ କହିବୁ

ସବୁଠାରୁ ବୁଦ୍ଧିମାନ ପିଲା ଜନ୍ମ ହୋଇଥାନ୍ତି ଏହି ମାସରେ । ଜାଣନ୍ତୁ କେମିତି ଭାଗ୍ୟବାନ ହୋଇଥାନ୍ତି ଏମାନେ ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ଜନ୍ମ ମାସ ବ୍ୟକ୍ତି ବିଷୟରେ ଅନେକ କିଛି କହିଥାଏ । ତେଣୁ ଜାତକକୁ ଜନ୍ମ ମାସ , ଦିନ ଏବଂ ତାରିଖ ଅନୁଯାୟୀ ପ୍ରସ୍ତୁତ କରାଯାଇ ଥାଏ । ସେହି ଜାତକକୁ ଦେଖି ବ୍ୟକ୍ତିର ବର୍ତ୍ତମାନ , ଅତୀତ ଏବଂ ଭବିଷ୍ୟତ ବିଷୟରେ ମଧ୍ୟ ଅନେକ ସୂଚନା ଦିଆଯାଇ ପାରେ । ଯେଉଁ ବ୍ୟକ୍ତି ଭଲ କର୍ମ କରିଥାଏ ସେହି ବ୍ୟକ୍ତିର ବର୍ତ୍ତମାନ ଏବଂ ଭବିଷ୍ୟତ ଖୁବ ଭଲ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ କେଉଁ ମାସରେ ଜନ୍ମ ହୋଇଥିବା ପିଲା ଖୁବ ବୁଦ୍ଧିମାନ ହୋଇଥାଏ ।

ଜାନୁଆରୀ ଏବଂ ଫେବୃଆରୀ ମାସରେ ଜନ୍ମ ହୋଇଥିବା ପିଲା ଖୁବ ବୁଦ୍ଧିମାନ ଏବଂ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଏମାନେ ନିଶ୍ଚିତ ଭାବରେ ନିଜର କଠିନ ପରିଶ୍ରମ ଦ୍ୱାରା ସଫଳ ହୋଇଥାନ୍ତି । ଏଭଳି ପିଲାଙ୍କ ମାତା ପିତା ମଧ୍ୟ ଖୁହ ଭାଗ୍ୟଶାଳୀ ହୋଇଥାନ୍ତି । ମାର୍ଚ୍ଚ ଏବଂ ଏପ୍ରିଲ ରେ ଜନ୍ମ ହୋଇଥିବା ପିଲା ଖୁବ କ୍ରୋଧି ସ୍ୱଭାବର ହୋଇଥାନ୍ତି । ଏମାନେ ସବୁବେଳେ ନିଜକୁ ଅନ୍ୟ ମାନଙ୍କ ଆଗରେ ଶ୍ରେଷ୍ଠ ସିଦ୍ଧ କରିବାରେ ଲାଗି ପଡ଼ନ୍ତି । ଏମାନେ ନିଜର ଲାଭ ପାଇଁ ଅନ୍ୟର କ୍ଷତି କରିବାକୁ ମଧ୍ୟ ପଛାନ୍ତି ନାହିଁ । ଏହି ପିଲାମାନେ ଖୁବ ଶକ୍ତିଶାଳୀ ମଧ୍ୟ ହୋଇଥାନ୍ତି । ଏମାନେ ଜିତିବା ପାଇଁ ମିଛର ସାହାରା ମଧ୍ୟ ନେଇ ପାରନ୍ତି । ଯାହାର ସେମାନଙ୍କୁ ଆଦୋୖ ପଶ୍ଚାତାପ ନଥାଏ । ମଇ ଏବଂ ଜୁନରେ ଜନ୍ମ ହୋଇଥିବା ପିଲାମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ।

ଏହି ମାସରେ ଜନ୍ମ ହୋଇଥିବା ପିଲାଙ୍କ ହୃଦୟ ଖୁବ ପରିଷ୍କାର ହୋଇଥାଏ । ନିଜ ମନରେ କାହାରି ପାଇଁ ହିଂସା କ୍ରୋଧ ରଖନ୍ତି ନାହିଁ । ଏମାନେ ଅନ୍ୟର ମଙ୍ଗଳ କରିବାକୁ ସର୍ବଦା ଆଗଭର ରହନ୍ତି । ଏମାନେ ଖୁବ ଦୟାବାନ ଏବଂ ପରୋପକାରୀ ହୋଇଥାନ୍ତି । ଏପରି ପିଲାମାନେ ଅନ୍ୟର ଦୁଃଖ ଦେଖି ଦୁଃଖୀ ହୋଇ ଯାଆନ୍ତି ଏବଂ ଅନ୍ୟର ଦୁଃଖକୁ ଦୂର କରିବା ପାଇଁ ଖୁବ ପ୍ରଚେଷ୍ଟା କରନ୍ତି । ଏହି ପିଲାଙ୍କ ଭାଗ୍ୟ ଅନେକ ସମୟରେ ସାଥ ନେଇ ନଥାଏ । ଯେଉଁ କାରଣରୁ ଏମାନେ ଲୋକଙ୍କ ଧୋକାର ଶିକାର ହୁଅନ୍ତି । ଯଦି ଏମାନେ ବ୍ୟାପାର କ୍ଷେତ୍ରରେ ଯାଆନ୍ତି ତେବେ ଏମାନଙ୍କୁ ଭାରି କ୍ଷତିର ସାମ୍ନା କରିବାକୁ ପଡ଼ିପାରେ । ଏହି ପିଲାମାନେ ନିଜର ଭାଗ୍ୟ ନିଜେ ସୁନିଶ୍ଚିତ କରନ୍ତି । ଜୁଲାଇ ଏବଂ ଅଗଷ୍ଟରେ ଜନ୍ମ ହୋଇଥିବା ପିଲାମାନେ ଖୁବ ଦୟାଳୁ ପ୍ରବୃତ୍ତିର ହୋଇଥାନ୍ତି ।

ଏମାନେ ଖୁବ ସରଳ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ମାତା ପିତାଙ୍କ ସେବା କରିଥାନ୍ତି । ଏମାନେ ଅନ୍ୟର ସାହାଯ୍ୟ କରନ୍ତି ଏବଂ ଅନ୍ୟ ଆଗରେ ସବୁବେଳେ ମହାନ ହେବାର ଚେଷ୍ଟା କରନ୍ତି । ଏମାନଙ୍କୁ ସଫଳତା ମଧ୍ୟ ହାସଲ ହୋଇଥାଏ । ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଜନ୍ମ ହୋଇଥିବା ପିଲା ଖୁବ ଆସ୍ତିକ ହୋଇଥାନ୍ତି । ଏମାନେ ଭଗବାନଙ୍କ ଉପରେ ଖୁବ ଭରସା କରିଥାନ୍ତି । ଏମାନେ ଭଗବାନଙ୍କ ଭକ୍ତିରେ ଅଧିକ ସମୟ ଦିଅନ୍ତି । ଏମାନେ ଜୀବନରେ ସଫଳ ହେବା ପାଇଁ କେବେବି ଖରାପ ରାସ୍ତାର ସାହାରା ନିଅନ୍ତି ନାହିଁ । ଏହି ପିଲାମାନେ ସର୍ବଦା ଧର୍ମର ମାର୍ଗରେ ଚାଲିଥାନ୍ତି । ଏମାନେ ସବୁବେଳେ ନିଜ ପରିବାରକୁ ସାଥିରେ ନେଇ ଚାଲନ୍ତି । ଅନେକ ସମୟରେ ଏମାନଙ୍କ ଜୀବନରେ କଠିନ ପରିସ୍ଥିତି ଆସିଥାଏ ।

କିନ୍ତୁ ବହୁତ ଜଲଦି ଭଗବାନଙ୍କ କୃପାରୁ ସମସ୍ୟାରୁ ବାହାରକୁ ଆସି ଯାଆନ୍ତି । ନଭେମ୍ବର ଏବଂ ଡିସେମ୍ବରରେ ଜନ୍ମ ହୋଇଥିବା ପିଲା ନିଜ ବିଚାରରେ ଖୁବ ବିସ୍ତୃତ ହୋଇଥାନ୍ତି । ଏମାନେ ଅନ୍ୟର ଦୁଃଖ କଷ୍ଟ ଯନ୍ତ୍ରଣାକୁ ଖୁବ ସହଜରେ ବୁଝି ଯାଆନ୍ତି । ଏମାନେ ନିଜ ବିଚାରରେ ସ୍ଥିର ରହନ୍ତି । ଏହି ମାସରେ ଜନ୍ମ ହୋଇଥିବା ପିଲାଙ୍କ ମଧ୍ୟରେ ଦେଶ ଭକ୍ତିର ଭାବନା ରହିଥାଏ । ଏମାନେ ସବୁବେଳେ ଅନ୍ୟର ଭଲ କରିବା କାମରେ ଲାଗି ପଡ଼ନ୍ତି । ଏମାନଙ୍କ ଜୀବନରେ ସମସ୍ୟା ଆସିଲେ ନିଜର ଭଲ କର୍ମ କାରଣରୁ ବର୍ତ୍ତି ଯାଅନ୍ତି । ଏହି ପିଲା ମାନେ ନିଜ ବାପା ମା’ର ଖୁବ ଭକ୍ତି ଏବଂ ସମ୍ମାନ କରନ୍ତି ଏବଂ ଖୁବ ଧ୍ୟାନ ମଧ୍ୟ ରଖନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *