Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ ଏହି ତିନୋଟି ଖରାପ କାମ କଦାପି କରନ୍ତୁ ନାହିଁ । ନଚେତ ଆସିଥାଏ ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

ସପ୍ତାହର ପ୍ରତ୍ୟେକ ବାର ଭିନ୍ନ ଭିନ୍ନ ଦେବଦେବୀଙ୍କୁ ସମର୍ପିତ ଅଟେ । ସେହିଭଳି ବୁଧବାର ଭଗବାନ ଶ୍ରୀଗଣେଶଙ୍କୁ ସମର୍ପିତ ଅଟେ । ତେଣୁ ଏହି ଦିନ କିଛି ଏପରି କାମ ରହିଛି ଯାହା ଆଦୋୖ କରିବା ଉଚିତ ନୁହେଁ । ଏହିଦିନ ଐଶାନ୍ୟ , ଉତ୍ତର ଏବଂ ପଶ୍ଚିମ ଦିଗକୁ ଯାତ୍ରା କରିବା ଉଚିତ ନୁହେଁ । କାରଣ ଏହି ଦିଗରେ ଶୁନ୍ୟ ଦୋଷ ଲାଗିଥାଏ । ଏହି ଦିନ ଧାର କରଜ ଉଚିତ ହୋଇ ନଥାଏ । କନ୍ୟା ସନ୍ତାନ ଥିବା ମହିଳା ଏହିଦିନ କେଶ ଧୋଇଲେ ଝିଅର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହି ଦିନ ମହିଳା , ଝିଅ , ଭଉଣୀ , ସ୍ତ୍ରୀ , ପିଉସୀ କାହାରି ମଧ୍ୟ ଅପମାନ କରନ୍ତୁ ନାହିଁ ।

ନଚେତ ଏହାଦ୍ବାରା ଭଗବାନଙ୍କର ଅଶୁଭ ପ୍ରଭାବ ପଡ଼ିଥାଏ । ବୁଧବାର ଦିନ ପାନ ଖାଇବା , କିନ୍ନରଙ୍କ ଅପମାନ କରିବା ବର୍ଜିତ ଅଟେ । ବରଂ ଏହିଦିନ କିନ୍ନର ମାନଙ୍କ ଦିନ ତେଣୁ ସେମାନଙ୍କୁ କିଛି ନା କିଛି ଦାନ କରନ୍ତୁ । ଏହିଦିନ ଅପଶବ୍ଦ କୁହନ୍ତୁ ନାହିଁ । ବୁଧବାର ଦିନ କଳା ରଙ୍ଗର ପୋଷାକ କଳା ବିନ୍ଦି କିମ୍ବା ଚୁଡ଼ି ଧାରଣ କରନ୍ତୁ ନାହିଁ । ନଚେତ ଏହା ଆପଣଙ୍କ ବୈବାହିକ ଜୀବନ ଉପରେ ବିପଦ ସୃଷ୍ଟି କରିଥାଏ । ଅନ୍ୟ ଦେବଦେବୀଙ୍କ ପୂଜା ପୂର୍ବରୁ ପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରନ୍ତୁ । ପ୍ରତ୍ୟେକ ଦିନ ସ୍ନାନ ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ , ଭଗବାନ ଗଣେଶଙ୍କ ମନ୍ତ୍ର ଜପ କରି ସାରିବା ପରେ ଅନ୍ୟ ଦେବଦେବୀଙ୍କ ପୂଜା ଆରାଧନା କରନ୍ତୁ ।

ସାତୋଟି ବୁଧବାର ସମ୍ପୂର୍ଣ୍ଣ ବିଧି ବିଧାନରେ ଗଣେଶଙ୍କ ପୂଜା କରନ୍ତୁ । ସକାଳୁ ଉଠି ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ସ୍ମରଣ କରି ନିଜର ମନସ୍କାମନା କୁହନ୍ତୁ । ଏହାପରେ ସ୍ନାନ କରି ପରିଷ୍କାର ସ୍ୱଚ୍ଛ ବସ୍ତ୍ର ଧାରଣ କରି ମନ୍ଦିର ଯାୱାଆନ୍ତୁ କିମ୍ବା ଆପଣ ଚାହିଁଲେ ଘରେ ମଧ୍ୟ ପୂଜା ବିଧି କରି ପାରିବେ । ଭଗବାନ ଗଣେଶଙ୍କ ବିଗ୍ରହ ଥିଲେ ତାହାର ଅଭିଷେକ କରି ପୂଜା କରନ୍ତୁ । ନଚେତ ଆପଣ ଫୋଟକୁ ମଧ୍ୟ ପୂଜା କରି ପାରିବେ । ଏହାପରେ ହଳଦିଆ ବସ୍ତ୍ର ଅର୍ପିତ କରନ୍ତୁ । ଏହାପରେ ଭଗବାନ ଗଣେଶଙ୍କୁ ଅତର , ଶୁଦ୍ଧ ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ , ସୁଗନ୍ଧିତ ଧୂପ , ହଳଦିଆ ଫୁଲ ମାଳା , ଦୁବ ଘାସ ( ୫ , ୧୧ , ୨୧ ସଂଖ୍ୟକ ) ଅର୍ପିତ କରନ୍ତୁ ।

ଭଗବାନ ଗଣେଶଙ୍କୁ ହଳଦୀ ଏବଂ ସିନ୍ଦୁର ଅକ୍ଷତରେ ତିଳକ କରନ୍ତୁ । ଏହାଦ୍ବାରା ଜୀବନର ବାଧା ଦୂର ହୋଇଥାଏ । ଏହିଦିନ ହଳଦିଆ ରଙ୍ଗର ମୋଦକ ମଧ୍ୟ ଭଗବାନ ଗଣେଶଙ୍କୁ ଅର୍ପିତ କରନ୍ତୁ ଏବଂ ଗୋଟା ମୁଗ ମଧ୍ୟ ଅର୍ପିତ କରି ପାରିବେ । ଧଣିଆ ଚୁରମା ପ୍ରସାଦ ଆକାରରେ ପ୍ରସ୍ତୁତ ଭୋଗ ଲଗାଇଲେ ଭଗବାନ ଗଣେଶ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଆପଣ ମୁଗ ଡାଲି ଲଡୁ କିମ୍ବା ମୁଗ ଡାଲି ହାଲୁଆ ମଧ୍ୟ ଅର୍ପିତ କରି ପାରିବେ । ଏହାଦ୍ବାରା ମନସ୍କାମନା ପୂରଣ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *