Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ନିଅନ୍ତୁ ଏହି ସଂଜୀବନି ଜଡ଼ିବୁଟି ବିଷୟରେ । ସବୁ ରୋଗରୁ ମିଳିବ ମୁକ୍ତି ।

ସେୟାର୍ କରନ୍ତୁ

ଆମ ଚାରି ପାଖରେ ଏପରି ଅନେକ ଗଛ ରହିଛି ଯାହାର ବ୍ୟବହାର ତନ୍ତ୍ର କ୍ରିୟାରେ ହୋଇଥାଏ । ଏହାବ୍ୟତୀତ ସକାରାତ୍ମକ ଶକ୍ତିକୁ ଘରକୁ ଆଣିବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇ ଥାଏ । କିନ୍ତୁ ଆଜି ଯେଉଁ ଗଛ ବିଷୟରେ ଆମେ ଆପଣଙ୍କୁ କହିବୁ ତାହା ସଂଜୀବନି ବୁଟି ଭଳି କାମ କରିଥାଏ ।

କାରଣ ଏଥିରେ ଅନେକ ଔଷଧୀୟ ଗୁଣ ଭରପୁର ରହିଛି । ଏହାବ୍ୟତୀତ ଏହି ଗଛ ଆପଣଙ୍କ ଚାରି ପାଖରେ ଅତି ସହଜରେ ମଧ୍ୟ ମିଳିଯିବ । ଏହି ଗଛକୁ ଚିହ୍ନବା ମଧ୍ୟ ଅତି ସହଜ ଅଟେ । ଏହି ଗଛ ସମ୍ପୂର୍ଣ୍ଣ ଭୁଇଁରେ ଲୋଟି ଥାଏ ଏବଂ ଏହାର ପତ୍ର ପ୍ରାୟ ଲମ୍ବା ହୋଇଥାଏ । ଏହାର ମଝିରେ ଏକ ଡେମ୍ଫ ବାହାରି ସେଥିରୁ ଏକ ଫୁଲ ବାହାରି ଥାଏ ।

ଏହି ଗଛର ଫୁଲ ହଳଦିଆ ହୋଇଥାଏ । ଆୟୁର୍ବେଦରେ ଏହି ଗଛର ଅନେକ ଚମତ୍କାରୀ ଗୁଣ ରହିଛି , ଯାହା ବିଷୟରେ ଆୟୁର୍ବେଦରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । କହୁରଖିବୁ ଯେ ଏହି ଗଛକୁ ଆପଣ ଶାଗ ଭାବରେ ଖାଇ ପାରିବେ । କିନ୍ତୁ ଏହା ପାହାଡ଼ି ଅଞ୍ଚଳରେ ରହୁଥିବା ଲୋକେ ଅଧିକ ଖାଆନ୍ତି । ଏହାଦ୍ବାରା ଦୀର୍ଘ ଆୟୁଷ , ରକ୍ତ ମଧ୍ୟ ପରିଷ୍କାର ରହିଥାଏ । ଏହାଦ୍ବାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ହାର୍ଟ ଜନିତ କୌଣସି ସମସ୍ୟା ମଧ୍ୟ ଦେଖାଦିଏ ନାହିଁ । କଲେଷ୍ଟ୍ରଲ ସମସ୍ୟା ପାଇଁ ଏହା ରାମବାଣ ଆକାରରେ କାମ କରିଥାଏ ।

ଏହି ଗଛରେ ଅନେକ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ରହିଥାଏ । ଏହା ତ୍ୱଚା ପାଇଁ ଅନେକ ଲାଭଦାୟକ ଅଟେ । ଏହି ଗଛକୁ ଶାଗ ଆକାରରେ ଖାଇଲେ ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ । ଏହି ଗଛର ନାମ ହେଉଛି ଗୋଜିହ୍ଵା , କାରଣ ଏହା ଗାଈ ଜିଭ ଭଳି ଦେଖା ଯାଇଥାଏ । ଲୋକେ ଏହାକୁ ସାଧରଣତଃ ଅଦରକାରୀ ଭାବି ଫିଙ୍ଗି ଦିଅନ୍ତି । କିନ୍ତୁ ଏହା ରକ୍ତରେ ସର୍କରା ସ୍ତରକୁ କମ କରିଥାଏ । ତେଣୁ ଯଦି ଆପଣ ଏହି ଗଛକୁ ଆଖପାଖରେ ପାଉଛନ୍ତି ତେବେ ତାହାର ଲାଭ ଉଠାଇବା ଭଲ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *