Excuse Me Odisha

ଯାହା କହିବୁ ସତ କହିବୁ

ବିଶ୍ୱକର୍ମା ପୂଜା ଦିନ ଭୁଲରେ କରନ୍ତୁ ନାହିଁ ଏହି କାମ । ନଚେତ ହୋଇଯିବ ଆପଣଙ୍କ ସର୍ବନାଶ ।

ସେୟାର୍ କରନ୍ତୁ

ଚଳିତ ବର୍ଷ ସେପ୍ଟେମ୍ବର ୧୭ ଅର୍ଥାତ ଆଜି ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେବ । ଏହିଦିନ ବିଶ୍ୱକର୍ମାଙ୍କୁ ପୂଜା କରୁଥିବା ବ୍ୟକ୍ତିଙ୍କ ଘର ସବୁବେଳେ ଧନଧାନ୍ୟରେ , ସୁଖ ସମୃଦ୍ଧିରେ ଭରି ରହିଥାଏ । ଏହାଦ୍ବାରା ବ୍ୟକ୍ତିର ବ୍ୟବସାୟରେ ଉନ୍ନତି ହେବା ସହିତ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ମାନ୍ୟତା ଅନୁଯାୟୀ ବିଶ୍ୱକର୍ମା ସ୍ୱର୍ଗଲୋକ , ହସ୍ତିନାପୁର , ଇନ୍ଦ୍ରଲୋକର ନିର୍ମାଣ କରିଥିଲେ ।

ବିଶ୍ୱକର୍ମା ପୂଜା ଦିନ ସକାଳୁ ସ୍ନାନ କରି ପୁରୁଷ ମାନେ ନିଜ ସ୍ତ୍ରୀଙ୍କ ସହିତ ପୂଜା କରିବା ଉଚିତ ଏବଂ ପୂଜା ସମୟରେ ହାତରେ ଫୁଲ , ଅରୁଆ ଚାଉଳ କିମ୍ବା ଅକ୍ଷତ ମଧ୍ୟ ନେବା ଉଚିତ । ପୂଜା ସ୍ଥାନରେ କଳସ ଏବଂ ବିଶ୍ୱକର୍ମାଙ୍କ ମୂର୍ତ୍ତି ମଧ୍ୟ ସ୍ଥାପନ କରିବା ମଧ୍ୟ ଉଚିତ । ପ୍ରତ୍ୟେକ ଘରେ ଯଥାବିଧି ବିଶ୍ୱକର୍ମା ପୂଜା କରି ଲୋକଙ୍କୁ ଖାଇବାକୁ ମଧ୍ୟ ଦେବା ଉଚିତ ।

କିନ୍ତୁ କିଛି କାମ ରହିଛି ଯାହାକୁ ବିଶ୍ୱକର୍ମା ପୂଜାରେ କରିବା ଆଦୋୖ ଉଚିତ ନୁହେଁ । ବିଶ୍ୱକର୍ମା ପୂଜା ଦିନ ଆପଣ ଗ୍ରହପୁଜା , ହୋମ ଆଦି କରି ପାରିବେ । କିନ୍ତୁ ଏହିଦିନ କୌଣସି କଳକାରଖାନାରେ କାମ କରିବା ଅନୁଚିତ ହୋଇଥାଏ । ଏହିଦିନ ଭଗବାନ ବିଶ୍ୱକର୍ମାଙ୍କର ଉପାସନା କରନ୍ତୁ । ଯାହାଦ୍ୱାରା ଘରେ ଧନ ଜନ ସମ୍ପତ୍ତିର ବୃଦ୍ଧି ହୋଇଥାଏ । ଏଥର ଏହା ମଳ ସଂକ୍ରାନ୍ତିରେ ପଡୁଛି ତେଣୁ କିଛି ଭୁଲ କରିବା କ୍ଷମାଯୋଗ୍ୟ ହେବ ନାହିଁ । ଏହା ସଂକ୍ରାନ୍ତିରେ ପଡ଼ୁ ଥିବାରୁ ମୂଳା ଏବଂ ଆମିଷ ଭକ୍ଷଣ ବର୍ଜିତ ଅଟେ ।

ପୂଜାରେ ଧୂପ ଦୀପ ଘିଅ ଅର୍ପଣ କରନ୍ତୁ କିନ୍ତୁ କୌଣସି ଜିନିଷ ବାମ ହାତରେ ଅର୍ପିତ କରନ୍ତୁ ନାହିଁ । ପୂଜା ପାଇଁ ଫୁଲ ନିଜେ ତୋଳି ଆଣନ୍ତୁ । ଶିଳ୍ପ ଏବଂ ଯାନ୍ତ୍ରିକ ବିଦ୍ୟାର ଅଧିକାରୀ ଅଟନ୍ତି । ଏହିଦିନ ମୂର୍ତ୍ତି ପୂଜା , କଳକାରଖାନା ପୂଜା , ଉପାସ ଏବଂ ନୂତନ ବସ୍ତ୍ର ଧାରଣ କରିବା ଉଚିତ ।

ଏକ ଛୋଟ ଉପାୟ ଅନୁଯାୟୀ ଏହିଦିନ ଦୁଇଟି ଲୁହା କଣ୍ଟା ଏକ କଳା କପଡ଼ାରେ ବାନ୍ଧି ମୂର୍ତ୍ତି ପୂଜା ହେଉଥିଲେ ମୂର୍ତ୍ତି ପାଖରେ କିମ୍ବା କୌଣସି ଗାଡ଼ିରେ ବାନ୍ଧି ଦିଅନ୍ତୁ । ସେହିଦିନ ଗାଡ଼ି ଚଳାନ୍ତୁ ନାହିଁ ଏବଂ ଆଗାମୀ ଦିନ ମୂର୍ତ୍ତି ବିସର୍ଜନ ପୂର୍ବରୁ ତାହାକୁ ଆଣି ଗୋଟିଏ କଣ୍ଟା ଘରର ମୁଖ୍ୟ ଗେଟ ସାମ୍ନାରେ ଏବଂ ଅନ୍ୟଟି ଘରର ପଛ କାନ୍ଥରେ ପିଟି ଦିଅନ୍ତୁ । ମନେ ରଖନ୍ତୁ ପରିବାର ସଦସ୍ୟଙ୍କ ବ୍ୟତୀତ ଏହା ବିଷୟରେ ଯେମିତି କେହିବି ନଜାଣନ୍ତି । ଏହାଦ୍ବାରା ଆପଣଙ୍କ ଭାଗ୍ୟ ବଦଳିଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *